ଦେଶ- ବିଦେଶ

କଣ ଆପଣଙ୍କ ହାତ ଗୋଡ ଝିମିଝିମି ହେଉଛି ବା ଶୂନ୍ୟ ହୋଇ ଯାଉଛି ? ତ ସାବଧାନ !

ଆଜିକାଲିର ଜୀବନ ଶୈଳୀ କିଛି ଏପରି ହୋଇ ଯାଇଛି ଯାହା କାରଣ ରୁ ଲୋକ ମାନେ ସମୟ ସମୟ ରେ ଭିନ୍ନ ଭିନ୍ନ ରୋଗ ବ୍ୟାଧିରେ ଭୀଷଣ ଯନ୍ତ୍ରଣା ଭୋଗ କରୁଛନ୍ତି । ଏପରି ରୋଗ ବ୍ୟାଧି ମାନଙ୍କ ମଧ୍ୟ ରେ ଦେଖା ଯାଇଥାଏ କି ବେଳେ ବେଳେ ରହି ରହି ହାତ ଗୋଡ ଗୁଡିକରେ ଶୁନ ପଡିଯିବାର ଦେଖା ଯାଇଥାଏ । କିଛି ସମୟ ମାଡି ହୋଇ ବସିଗଲା ପରେ ହଟାତ ଉଇଥିଲା କ୍ଷଣି ହିଁ ଏକାଥରେ ଗୋଡ ଝିମ ଝିମ ହୋଇ ଶୁନ ହେଲା ପରି ଲାଗିଥାଏ ।

 

କିଛି ସମୟ ଧରି ରଖିଲେ ଏହା ଠିକ ମଧ୍ୟ ହୋଇ ଯାଇଥାଏ । କିଛି ଲୋକ ଏହାକୁ ଏକ ସାଧାରଣ କଥା ଭାବି ଅଣଦେଖା କରି ଦେଇଥାନ୍ତି । କିନ୍ତୁ ଯଦି ସବୁବେଳେ ଆପଣ ଙ୍କୁ ଏପରି ସବୁ ସମସ୍ଯା ଦେଖା ଦେଉଛି ତେବେ ବନ୍ଧୁଗଣ ଏହା ଏକ ସାଧାରଣ ସମସ୍ଯା ନୁହେଁ । ଏହା ଶରୀର ରେ କ୍ୟାଲସିୟମ ର ଅଭାବ ର କାରଣ ରୁ ହୋଇଥାଏ । ବା ଭିଟାମିନB ଅଭାବରୁ ମଧ୍ୟ ଶରୀର ରେ ଆମର ହାତ ଗୋଡ ଶୁନ ପଡିଯାଇଥାଏ ।

ଏହି ସବୁ କ୍ୟାଲସିୟମ ଭିଟାମିନ ମ୍ୟାଗ୍ନେସିୟମ ମାନଙ୍କର କାରଣ ରୁ ଶରୀର ରେ ହାତ ଗୋଡ ଶୁନ ପଡିଯିବା ସହ ଝିମ ଝିମ ହେଲା ପରି ଲାଗିଥାଏ ଓ ତାହାସହ ଶରୀର ରେ ବ୍ଲଡ ସରକ୍ୟୁଲେସନ ଠିକ ଭାବରେ ହୋଇ ନଥାଏ । ଶରୀରେ ବ୍ଲଡ ସରକ୍ୟୁଲେସନ କୁ ଠିକ କରିବା ପାଇଁ ପ୍ରତିଦିନ ବ୍ୟାୟମ କରିବା ସହ ନିଜର ଖାଦ୍ଯ ପେୟ ର ବିଶେଷ ଭାବରେ ଯତ୍ନ ନେବାକୁ ହୋଇଥାଏ । ଏହାସହ ଯେଉଁ ସବୁ ଖାଦ୍ୟ ରେ ଭିଟାମିନB ପ୍ରଚୁର ମାତ୍ର ରେ ରହିଛି, ସେହି ସବୁ ଖାଦ୍ୟ କୁ ଅଧିକ ମାତ୍ରାରେ ଖାଇବା ଉଚିତ ।

 

ଶରୀର ରେ ଭିଟାମିନ୍ସ ଅଭାବ ହେଲେ ହାତ ଗୋଡ ଶୁନ ପଡିବା ଭଳି ଲାଗିଥାଏ । ଯଦି ଆପଣ ନିଜ ପ୍ରତିଦିନ ର ଡାଏଟ ରେ ଅଣ୍ଡା, ମାଛ, ମାଂସ, କଦଳୀ, ବିନ୍ସ,, କ୍ଷୀର, ଚିଜ୍, ଦହି, ମେୱା ଓ ଅନ୍ୟାନ୍ୟ ଫଳ ମାନ ସବୁ ଖାଇବା ଉଚିତ । ଏଗୁଡିକ ସବୁ ଶରୀର ରେ ଥିବା ଭିଟାମିନB ର ଅଭାବ କୁ ଦୂର କରିଥାଏ । ତାହାଛଡା ଶରୀର ରେ ମ୍ୟାଗନେସୀୟମ ର ଅଭାବ ହେଲେ ମଧ୍ୟ ଏହି ସବୁ ଲକ୍ଷଣ ମନ ଦେଖା ଯାଇଥାଏ ।

 

ଏହା ପାଇଁ ଆପଣ ସୋୟାବିନ, ପନିର, କ୍ଷୀର, ପ୍ରଚୁର ମାତ୍ରା ରେ ପନିପାରିବା ସବୁ ଖାଇ ପାରିବେ । ବନ୍ଧୁଗଣ ଏକ ଗ୍ଳାସ କ୍ଷୀର ରେ ଏକ ଚାମଚ ହଳଦୀ କୁ ପକାଇ ଏହାକୁ ହାଲ୍କା ନିଆଁ ରେ କିଛି ସମୟ ପାଇଁ ରଖି ଏହାର ସେବନ କରିବା ଦ୍ଵାରା ଏହା ଶରୀର ରେ ଥିବା ସମସ୍ତ ପ୍ରକାରର କ୍ୟାଲସିୟମ ର ଅଭାବ କୁ ଦୂର କରି ଦେଇଥାଏ ।

ତାହାସହ ଏକ ଗ୍ଳାସ ପାଣି ରେ ଡାଲଚିନି ଗୁଣ୍ଡ କୁ ପକାଇ ଖାଇବା ଦ୍ଵାରା ଏହା ଶରୀରର ବ୍ଲଡ ସରକ୍ୟୁଲେସନ କୁ ଠିକ କରି ଦେଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button