ଦେଶ- ବିଦେଶ

ମୁହଁରୁ କେମିତି ଯିବ ବ୍ରଣ (Acne) ? ବ୍ରଣ ସମସ୍ଯା ପାଇଁ ଚିନ୍ତିତ ଥିଲେ ନିଶ୍ଚୟ ଦେଖନ୍ତୁ

ସୂଚନା ଅନୁସାରେ  ପ୍ରାୟତଃ ପୁଅ ଓ ଝିଅ ଯୌବନ ଅବସ୍ତାରେ ପ୍ରାପ୍ତ ହେବା ମାତ୍ରା ତାଙ୍କର କେତେ ପ୍ରକାର ହରମୋନ ଶରୀରରେ ରିଲିଜ ହୋଇଥାଏ । ଏହି ସମୟରେ ଆଣ୍ଡ୍ରୋଯେନ ନାମକ ହରମୋନ ରିଲିଜ ହୋଇଥାଏ । ଯାହା ରିଲିଜ ହେବା ଯୋଗୁ ମୁହଁରେ ଅଧିକ ତେଲିଆ ହୋଇଯାଇ ଆମ ସ୍କିନରେ ଥିବା କୋଷିକା ଭିତରେ ଥିବା ଛିଦ୍ର ସ୍ଥାନରେ ତେଲ ବ୍ଲକ ହୋଇ ରହିଜାଇଥାଏ ।

 

ଯାହା ଦ୍ଵାରା ବ୍ରଣ ହୋଇଯାଇଥାଏ । ବ୍ରଣ ହେବାର ଅନ୍ୟ କେତେକ କାରଣ ମଧ୍ୟ ରହିଛି । ଯେପରି ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ବ୍ରଣ ହୋଇଥାଏ । ଏହା ସହିତ ଏକ ଗବେଷଣାରୁ ଜଣା ପଡିଛି ଯେ, କ୍ଷୀର ଜାତୀୟ ଖାଦ୍ୟର ସେବନ ଦ୍ଵାରା ମଧ୍ୟ ଶରୀରରେ ଆଣ୍ଡ୍ରୋଯେନ ନାମକ ହରମୋନ ଅଧିକ ପରିମାଣରେ ରିଲିଜ ହୋଇଥାଏ । ଯାହା ଦ୍ଵାରା ବ୍ରଣ ହୋଇଥାଏ ।

ସାଧାରଣ ବ୍ରଣ ହେବା ମାତ୍ରେ ଏହାକୁ କିପରି ଭାବେ ଠିକ କରାଯିବ । ସେଥିପ୍ରତି ଯତ୍ନଶୀଳ ହେବା ଉଚିତ ସତ କିନ୍ତୁ ବ୍ରଣ ସହିତ ଖେଳିବା ଜମାରୁ ମଧ୍ୟ ଉଚିତ ନୁହେଁ । କାରଣ ବ୍ରଣ ସାଥିରେ ବାରମ୍ବାର ଲାଗିଲେ, ତାକୁ ଚିପିଲେ ଓ ନଖ ମାରିଲେ । ବ୍ରଣ ଇନଫେକସନ ହୋଇ ମୁହଁରେ ଅଧିକ ବ୍ରଣ ହେବାର ଚାନ୍ସ ରହିଥାଏ ।

 

ଏହା ସହିତ ବ୍ରଣ ହୋଇ ମୁହଁରେ ଦାଗ କିମ୍ବା ଖାଲ ମଧ୍ୟ ହୋଇଯାଇଥାଏ । ବ୍ରଣ ୪ ପ୍ରକାରର ହୋଇଥାଏ । ପ୍ରଥମେ କାଠ ବ୍ରଣ, ଦିତୀୟରେ ବ୍ରଣରେ ପୂଜ ଭଳି ରହିଥାଏ, ତୃତୀୟରେ କାଠ ବ୍ରଣରୁ ଆରମ୍ଭ ହୋଇ ବଡ ବଡ ବ୍ରଣ ହୋଇଥାଏ ଓ ଚତୁର୍ଥରେ ଏହି ବ୍ରଣ ହୋଇ ଖାଲ ହୋଇଯାଇଥାଏ । ମୁହଁରେ ବ୍ରଣ ହେଉଥିଲେ ଏହାକୁ ଠିକ କରିବା ପାଇଁ ଯେକୌଣସି କ୍ରିମର ମନ ଇଛା ବ୍ୟବହାର କରନ୍ତୁ ନାହିଁ ।

ମୁହଁରେ କେମିକାଲ ମିଶ୍ରୀତ କ୍ରିମ କିମ୍ବା ଅନ୍ୟାନ୍ୟ କସମେଟିକ ବ୍ୟବହାର କରନ୍ତୁ ନାହିଁ । ଯଦି ଘରେ ଅଛନ୍ତି କିମ୍ବା କୌଣସି ପାର୍ଟିକୁ ଯାଉଛନ୍ତି । ମୁହଁରେ ମେକପ ନେଉଥିଲେ । କାମ ସାରିବା ପରେ ନିହାତି ଭାବେ ମୁହଁକୁ ଭଲ ଭାବରେ ସାଧା ପାଣିରେ ଧୋଇ କିମ୍ବା ନଡିଆ ତେଲ, ଗୋଲାପ ଜଳ ଓ ମେକପ ରିମୁଭରରେ କୌଣସି ଥିରେ ମଧ୍ୟ ମୁହଁକୁ କ୍ଳିନ କରିଦେବେ । କାରଣ ବହୁତ ସମୟ ପର୍ଯ୍ୟନ୍ତ ମୁହଁରେ ମେକପ ରହିବା ଦ୍ଵାରା ମୁହଁରେ ବିଭିନ୍ନ ପ୍ରକାର ସ୍କିନ ପ୍ରୋବ୍ଲେମ ଆସିଥାଏ ।

 

ସୁଷମ ଖାଦ୍ୟ ବା ହେଲଦି ଖାଦ୍ୟ ଖାଇବାକୁ ଅଧିକ ପରିମାଣରେ ଚେଷ୍ଟା କରିବେ । ତେଲ ମସଲା, କ୍ଷୀର ଜାତୀୟ ଖାଦ୍ୟ, ସୁଗାର ଜାତୀୟ ଖାଦ୍ୟର ପରିମାଣକୁ ଅଳ୍ପ ଖାଇବା ପାଇଁ ଚେଷ୍ଟା କରିବେ । ରାତିରେ ପ୍ରପର ୮ ଘଣ୍ଟା ଶୁଅନ୍ତୁ । କୌଣସି କଥାକୁ ନେଇ ବହୁତ ଚିନ୍ତିତ ରୁହନ୍ତୁ ନାହିଁ । ଯଦି ଏହି ସବୁ ନିୟମର ପାଳନ କରିବେ । ତେବେ ବ୍ରଣ ସମସ୍ଯାକୁ ରୋକି ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button