ଦେଶ- ବିଦେଶ

‘ଡିପ୍ ଫେକ୍’ ଯାଞ୍ଚ ପାଇଁ ଡିଜିଟାଲ ଇଣ୍ଡିଆ ବିଲ୍ ଆଣିବେ ସରକାର – Kalinga News

[ad_1]

ନୂଆଦିଲ୍ଲୀ: ‘ଡିପ୍ ଫେକ୍’ ଟେକ୍ନୋଲୋଜି ଏବେ ପୂରା ବିଶ୍ବରେ ଚିନ୍ତାର କାରଣ ହୋଇଛି। ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ‘ଡିପ୍ ଫେକ୍’ କୌଶଳ ଦ୍ବାରା ବିଭ୍ରାନ୍ତିକର ବିଷୟବସ୍ତୁ ସୃଷ୍ଟି ପ୍ରକ୍ରିୟା ବଢ଼ିଚାଲିଛି । ସୋସିଆଲ ମିଡିଆ ଦ୍ବାରା ଏହା ଲୋକଙ୍କୁ କ୍ଷତି ପହଞ୍ଚାଉଥିବାରୁ ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। କୃତ୍ରିମ ବୁଦ୍ଧିମତ (ଏଆଇ) ଦ୍ୱାରା ନିର୍ମିତ ନକଲି ଭିଡିଓ ଏବଂ ଏ ବାବଦ ଅନଲାଇନ୍ ବିଷୟବସ୍ତୁ ଉପରେ ନିୟନ୍ତ୍ରଣ ପାଇଁ ନବନିର୍ବାଚିତ ନରେନ୍ଦ୍ର ମୋଦୀ ସରକାର ଆସନ୍ତା ସଂସଦ ଅଧିବେଶନରେ ଏକ ବିଲ୍ ଆଗତ କରିବାକୁ ଯୋଜନା କରିଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ‘ଡିଜିଟାଲ ଇଣ୍ଡିଆ ବିଲ୍’ ନାମରେ ନାମିତ ଏହି ବିଲ୍ କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳର ବ୍ୟବହାର ଉପରେ ନିୟନ୍ତ୍ରଣ ପାଇଁ ଉନ୍ନତ ଉପାୟ ଖୋଜିବ ଏବଂ ସଂସଦରେ ଏହା ଉପସ୍ଥାପିତ ହେବା ପୂର୍ବରୁ ସରକାର ଏହି ବିଲ୍ ଉପରେ ବିଭିନ୍ନ ଦଳର ସହମତି ହାସଲ କରିବାକୁ ଚେଷ୍ଟା କରିବେ ବୋଲି ଜଣାପଡ଼ିଛି। ଆଗାମୀ ସଂସଦ ଅଧିବେଶନରେ ୟୁଟ୍ୟୁବ୍ ସମେତ ବିଭିନ୍ନ ଅନ୍ଲାଇନ୍ ମାଧ୍ୟମରେ ପୋଷ୍ଟ୍ କରାଯାଉଥିବା ଭିଡିଓକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ବିଧେୟକ ଆସିବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ ରେ ଶେଷ ହେବ। ଏହାପରେ ମୌସୁମୀ ଅଧିବେଶନ ଜୁଲାଇ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button