ଦେଶ- ବିଦେଶ

କୋଷ୍ଟଗାର୍ଡ ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତ ,୩ ନିଖୋଜ

ଗୁଜୁରାଟ : ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ପୋରବନ୍ଦର ଉପକୂଳ ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜରୁରୀ ଅବତରଣ ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ୩ ଯାତ୍ରୀ ନିଖୋଜ ହୋଇଛନ୍ତି । ପୋରବନ୍ଦରଠାରୁ ୪୫ କିଲୋମିଟର ଦୂରରେ ଘଟିଛି ଘଟଣା। ଗୁଜରାଟ ପୋରବନ୍ଦର ନିକଟ ଆରବ ସାଗରରେ ଏକ ଟ୍ୟାଙ୍କରରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର ଲାଗି ନିୟୋଜିତ ହୋଇଥିଲା ହେଲିକପ୍ଟର।

ହରିଲୀଳା ନାମକ ମୋଟର ଟ୍ୟାଙ୍କରରେ ଗୁରୁତର ଆହତ ଯାତ୍ରୀଙ୍କୁ ଉଦ୍ଧାର ଲାଗି ଗତକାଲି ରାତିରେ ନିୟୋଜିତ ହୋଇଥିଲା ଆଡଭାନ୍ସଡ ଲାଇଟ ହେଲିକପ୍ଟର। ଉଦ୍ଧାର କାର୍ଯ୍ୟ ସମୟରେ ହେଲିକପ୍ଟରରେ ୪ ଜଣ ଥିଲେ ଏବଂ ଏହାର ଏମର୍ଜେନ୍ସି ଲ୍ୟIଣ୍ଡିଂ କରାଯାଇଥିଲା। ସେମାନଙ୍କ ମଧ୍ଯରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button