ଦେଶ- ବିଦେଶ

ଏହି 4 ଜଣ ଝିଅଙ୍କୁ କେବେ ବି କରନ୍ତୁ ନାହିଁ ବିବାହ, ହେଇଯିବେ ବର୍ବାଦ…

। ସୂଚନା ଅନୁସାରେ ବିବାହ ଏକ ଏପରି କର୍ମ ଯାହାକୁ ଲୋକ ମାନେ ଖୁବ ଆଡମ୍ବର ସହକାରେ ମନାଇଥାନ୍ତି । ଏହା ସହିତ ସବୁ ବ୍ୟକ୍ତିଙ୍କର ଇଛା ରହିଥାଏ । ସେ ଏପରି ଏକ ଜୀବନସାଥିକୁ ବିବାହ ପାଇଁ ଚୟନ କରୁ , ଯାହା ସହିତ ସେ ବିବାହ ପରେ ଖୁସି ଓ ପ୍ରେମ ସହକାରେ ସମୟ ଅତିବାହିତ କରିପାରିବ । ପୁରାଣ ଅନୁସାରେ ବିବାହକୁ ନେଇ ଏପରି କିଛି ତଥ୍ୟ ରହିଛି । ଯାହା ସବୁ ଅବିବାହିତ ଲୋକଙ୍କୁ ଜାଣିବା ନିହାତି ଦରକାର ।

 

ଏହିପରି ୪ ସ୍ଵଭାବର ନାରୀଙ୍କୁ କେବେ ମଧ୍ୟ ବିବାହ କରିବା ଉଚିତ ନୁହେଁ । ବିବାହ ପୂର୍ବରୁ ପୁଅ ଓ ଝିଅଙ୍କର ଗୋତ୍ର ପଚାରି ରଖିବା ଉଚିତ । କାରଣ ଜଣେ ପୁଅର ଗୋତ୍ର ସହିତ ଯଦି ଯଦି ଝିଅର ଗୋତ୍ର ସମାନ ହେଉଥାଏ । ତେବେ ସମଗୋତ୍ର ହେଉଥିବା ଦମ୍ପତିଙ୍କର ବିବାହ କରିବା ଅନୁଚିତ । କାରଣ ଏପରି କରିବା ଦ୍ଵାରା ପାପ ହୋଇଥାଏ ।

ତେଣୁ ଜଣେ ପୁଅ ନିଜର ଗୋତ୍ର ସହିତ ସମାନ ଗୋତ୍ରୀର ଝିଅକୁ ବିବାହ କରିବା ଅନୁଚିତ । ପୁରୁଷ ମାନଙ୍କୁ ଆଳସ୍ୟ ପରାୟଣଙ୍କର ସ୍ଵଭାବ ଥିବା ନାରୀଙ୍କ ସହିତ କେବେ ମଧ୍ୟ ବିବାହ କରିବା ଉଚିତ ନୁହେଁ । କାରଣ ଯେଉଁ ସ୍ତ୍ରୀ ଆଳସ୍ୟ କାରଣରୁ ଘର କାମ ଠିକ ସେ କରିନଥାଏ । ଏହା ସହିତ ନିଜ କାମ ପାଇଁ ସବୁବେଳେ ଅନ୍ୟ ଉପରେ ନିର୍ଭର କରିଥାଏ ।

 

ସେହି ମହିଳାଙ୍କ ଉପରେ ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ନଥାନ୍ତି । ଯେଉଁ କାରଣରୁ ଏହିପରି ସ୍ତ୍ରୀ ନିଜ ସ୍ଵାମୀ ତଥା ପରିବାରର ଦୁର୍ଭାଗ୍ୟର କାରଣ ପାଲଟିଥାଏ । ତୃତୀୟରେ କଟୁ ବଚନ ବୋଲୁଥିବା ମହିଳାଙ୍କୁ କେବେ ମଧ୍ୟ ଜଣେ ପୁରୁଷଙ୍କୁ ବିବାହ କରିବା ଉଚିତ ନୁହେଁ । କାରଣ ଏହିପରି ନାରୀ ଯେଉଁ ଘରେ ରହିଥାଏ ।

ସେହି ଘରେ ଅଲକ୍ଷ୍ମୀଙ୍କର ବାସ ହୋଇଥାଏ  ଯେଉଁ କାରଣରୁ ଲକ୍ଷ୍ମୀ ସେପରି ଘରକୁ ତ୍ୟାଗ କରିଥାନ୍ତି । ମିଠା ବଚନ ଓ ସମସ୍ତଙ୍କୁ ସମ୍ମାନ କରୁଥିବା ମହିଳାଙ୍କ କଣ୍ଠରେ ମା’ ସରସ୍ଵତୀଙ୍କର ବିଦ୍ୟମାନ ହୋଇଥାଏ । ସେହି ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିଥାଏ । ଚତୁର୍ଥରେ ଯେଉଁ ମହିଳା ମାନେ ଦୁଷ୍ଟ ପୁରୁଷଙ୍କ ସହିତ ସମ୍ପର୍କ ରଖିଥାନ୍ତି ।

 

ସେପରି ନାରୀଙ୍କୁ ବିବାହ କରିବା ଅନୁଚିତ । କାରଣ ଏହି ନାରୀ ମାନେ ଦୁଷ୍ଟ ସାଙ୍ଗସାଥିଙ୍କ ସହ ବସା ଉଠା କରିବା ସହିତ ପାପ ସମ୍ପର୍କ ମଧ୍ୟ ରଖି ନିଜର ଚରିତ୍ରକୁ ଖରାପ କରିଥାନ୍ତି । ତେଣୁ ଚରିତ୍ର ଭଲ ନଥିବା ନାରୀଙ୍କୁ ବିବାହ କରିବା ଦ୍ଵାରା ପୁରୁଷ ନିଜ ଖରାପ ଭାଗ୍ୟକୁ ଆମନ୍ତ୍ରଣ କରିବା ସହିତ ସମାନ ହୋଇଥାଏ । ତେବେ ଏହି ୪ ସ୍ଵଭାବର ନାରୀଙ୍କୁ ପୁରୁଷ ବିବାହ କରିବାରୁ ନିଜକୁ ବଞ୍ଚିତ ରଖିବା ଉଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button