ରାଜ୍ୟ

ହାଇକୋର୍ଟରେ ଗଡୁଛି ଲକ୍ଷେ ଉପରେ ମାମଲା, ଖାଲି ପଡିଛି ୧୯୫ ବିଚାରପତି ପଦବୀ

ଭୁବନେଶ୍ବର: ଓଡିଶା ହାଇକୋର୍ଟରେ ଗତ ୫ ବର୍ଷରେ ୫୫ ହଜାର ୨୦୩ଟି ମାମଲାର ଫଇସଲା ହୋଇଥିବା ବେଳେ ଏବେବି ଗଡୁଛି ଲକ୍ଷେ ଉପରେ ମାମଲା । ହାଇକୋର୍ଟରେ ମୋଟ ୧ଲକ୍ଷ ୪୨ହଜାର ୮୫୮ ମାମଲା ବିଚାରଧୀନ ଅବସ୍ଥାରେ ପଡିଛି । ଆଜି ଗୃହରେ ବିଜେଡି ବିଧାୟକ ସୌଭିକ ବିଶ୍ବାଳଙ୍କ ପ୍ରଶ୍ନରେ ଏହି ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଏଥିସହିତ ମନ୍ତ୍ରୀ ଏହାବି କହିଛନ୍ତି ଯେ, ଖୁବଶୀଘ୍ର ଏହି ମାମଲାଗୁଡିକର ସମାଧାନ ପାଇଁ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବ । ହାଇକୋର୍ଟଙ୍କ ଅଗ୍ରାଧିକାର ଭିତ୍ତିରେ ବିଚାରାଧୀନ ମାମଲାଗୁଡ଼ିକର ଯଥାଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।

ସେହିପରି ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଏବେ ମୋଟ ୧୯୫ଟି ବିଚାରପତି ପଦବୀ ଖାଲି ପଡିଛି । ଏଥିରୁ ଜିଲ୍ଲା ଜଜ୍ ପଦବୀ ୫୧ଟି, ସିଭିଲ୍ ଜଜ୍(ସିନିୟର ଡିଭିଜନ) ୨୧ଟି ପଦବୀ, ସିଭିଲ୍ ଜଜ୍ (ଜୁନିୟର ଡିଭିଜନ୍) ୧୦୬ଟି ପଦବୀ ଏବଂ ସ୍ବତନ୍ତ୍ର ଜୁଡିସିଆଲ ମାଜିଷ୍ଟ୍ରେଟ ପାଇଁ ୧୭ଟି ପଦବୀ ଖାଲି ପଡିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button