ଦେଶ- ବିଦେଶ

୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲା: କଂଗ୍ରେସ ନେତାଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ କୋର୍ଟଙ୍କ ନିର୍ଦେଶ

ସମାଜ ଡିଜିଟାଲ ଡେସ୍କ: ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜଗଦୀଶ ଟାଇଟ୍‌ଲରଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ନିର୍ଦେଶ ଦେଇଛନ୍ତି ଦିଲ୍ଲୀର ଏକ କୋର୍ଟ। ଦଙ୍ଗା ସମୟରେ ଦିଲ୍ଲୀର ପୁଲ ବଙ୍ଗଶ ଅଞ୍ଚଳରେ ୩ଜଣଙ୍କୁ ହତ୍ୟା ମାମଲାରେ ଜଗଦୀଶଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।ସିବିଆଇ କୋର୍ଟରେ ଏକ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା। ୧୯୮୪ ନଭେମ୍ବର ୧ରେ ପୁଲ ବଙ୍ଗଶ ଗୁରୁଦ୍ଵାରା ନିକଟରେ ଏକତ୍ର ହୋଇଥିବା ଉତ୍ତ୍ୟକ୍ତ ଲୋକଙ୍କୁ ଜଗଦୀଶ ହିଂସା ପାଇଁ ଉସୁକାଇଥିବା, ଉତ୍ତେଜିତ କରାଇଥିବା ଏବଂ ପ୍ରରୋଚିତ କରିଥିବା ନେଇ ସିବିଆଇ ଅଭିଯୋଗଫର୍ଦ୍ଦରେ ଦର୍ଶାଇଥିଲା। ଜଣେ ସାକ୍ଷୀ ଦାବି କରି କହିଛନ୍ତି ଯେ, ଜଗଦୀଶ ଗୁରୁଦ୍ଵାରା ନିକଟରେ ଏକ ଧଳା ଆମ୍ବାସାଡର କାରରେ ପହଞ୍ଚି ଶିଖମାନଙ୍କୁ ହତ୍ୟା କରିବାକୁ ଉତ୍ତ୍ୟକ୍ତ ଲୋକଙ୍କୁ ଉସୁକାଇଥିଲେ। ଶିଖ୍‌ମାନଙ୍କୁ ହତ୍ୟା କର, ସେମାନେ ଆମ ମା’କୁ ହତ୍ୟା କରିଛନ୍ତି ବୋଲି ଜଗଦୀଶ କହିଥିଲେ। ଏହା ପରେ ଉତ୍ତ୍ୟକ୍ତ ଲୋକମାନେ ସେଠାରେ ୩ ଜଣ ଶିଖ୍‌ଙ୍କୁ ହତ୍ୟା କରିଥିଲେ। ସୂଚନାଯୋଗ୍ୟ, ଏହି ଘଟଣାର ପୂର୍ବ ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଶିଖ୍ ଅଙ୍ଗରକ୍ଷୀମାନେ ହତ୍ୟା କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button