ଦେଶ- ବିଦେଶ

ହୋଟେଲକୁ ନେଇ ପୋଷାକ ଖୋଲି ଯୌନ ନିର୍ଯାତନା ଦେଇଥିଲେ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ମାଲାୟଲମ ସିନେମା ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଥିବା ଅଭିନେତ୍ରୀ ଓ ମହିଳାଙ୍କୁ ଦିଆଯାଇଥିବା ଯୌନ ନିର୍ଯାତନା ଘଟଣା ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ସିନେମା ଦୁନିଆରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଜଜ ହେମା କମିଟିଙ୍କ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଅନେକ ଅଭିନେତ୍ରୀ ସାମ୍ନାକୁ ଆସି କେବେ, କାହା ଦ୍ବାରା ଓ କିପରି ନିର୍ଯାତନାର ଶିକାର ହୋଇଥିଲେ ତାହାକୁ ବଖାଣି କହିଛନ୍ତି।

ଜଣେ ମାଲାୟଲମ ଅଭିନେତ୍ରୀ ସିନେମା ନିର୍ମାତା ରଞ୍ଜିତଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି କହିଛନ୍ତି, ‘ରଞ୍ଜିତ ୨୦୧୨ରେ ଏକ ଅଡିସନ ପାଇଁ ମୋତେ ବେଙ୍ଗାଲୁରୁର ଏକ ହୋଟେଲକୁ ଡକାଇଥିଲେ। ସେଠାରେ ନିର୍ଦ୍ଦେଶକ ରଞ୍ଜିତ ଜୋରଜବରଦସ୍ତି ମୋତେ ପୋଷାକ ଖୋଲିବାକୁ କହିଥିଲେ। ଏହାପରେ ସେ ଯୌନ ନିର୍ଯାତନା ଦେଇଥିଲେ। ଏହି ଘଟଣା ପରଦିନ ସେ ମୋତେ ଟଙ୍କା ଦେଇ ପାଟି ଚୁପ ରଖିବାକୁ ଧମକ ବି ଦେଇଥିଲେ।

କେରଳ ସରକାର ହେମା କମିଟିଙ୍କ ରିପୋର୍ଟ ପରେ ମାଲାୟଲମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଯୌନ ନିର୍ଯାତନା ଅଭିଯୋଗର ଯାଞ୍ଚ ପାଇଁ ଏସଆଇଟି ଟିମ ଗଠନ କରିଛି। ଏହି ଟିମରେ ଚାରିଜଣ ବରିଷ୍ଠ ମହିଳା ଅଧିକାରୀଙ୍କୁ ସାମିଲ କରାଯାଇଛି।

ମାଲାୟଲମ ଚଳଚ୍ଚିତ୍ର ଜଗତରେ ଯୌନ ନିର୍ଯାତନାକୁ ନେଇ ଜଷ୍ଟିସ ହେମା କମିଟି ରିପୋର୍ଟ ଆସିବା ପରେ ବରିଷ୍ଠ ଅଭିନେତା ମୋହନଲାଲ ମାଲାୟାଲମ ମୁଭି ଆର୍ଟିଷ୍ଟ ଆସୋସିଏସନର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । କାରଣ ମୋହନଲାଲଙ୍କ ବିରୋଧରେ ଜଣେ ଅଭିନେତ୍ରୀ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି।

ମୋହନଲାଲ ମାଲାୟାଲମ ମୁଭି ଆର୍ଟିଷ୍ଟ ଆସୋସିଏସନର ସଭାପତି ପଦରୁ ଇସ୍ତଫା ଦେବା ପରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ପରେ ସଂଘକୁ ଭଙ୍ଗ କରି ଦିଆଯାଇଛି।

ଆସୋସିଏସନ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ କିଛି କଳାକାରଙ୍କ ଅଭିଯୋଗ ପାଇଁ ନୈତିକ ଦାୟିତ୍ୱ ନେଇ ସଂଗଠନ ନିଜକୁ ଭାଙ୍ଗି ଦେଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button