ଦେଶ- ବିଦେଶ

କଫିନ୍ ଯୋଗୁଁ ଲାଗିଥାଏ କି ଚା’ର ନିଶା? ଜାଣନ୍ତୁ ଏହାର କାରଣ କ’ଣ

ଧିକାଂଶ ଲୋକ ଚା’ ସହିତ ଦିନ ଆରମ୍ଭ କରନ୍ତି । ଦୀର୍ଘ ଦିନ ଧରି ଚା ‘ପିଇବା ଶରୀର ପାଇଁ ଲାଭଦାୟକ କି କ୍ଷତିକାରକ ବୋଲି ଏକ ବିତର୍କ ଚାଲିଛି । ଏହା ଉପରେ କରାଯାଇଥିବା ଗବେଷଣା ମଧ୍ୟ ମିଶ୍ରିତ ଫଳାଫଳ ଦେଇଛି । ଅନେକ ଲୋକ ଦିନକୁ ଅନେକ ଥର ଚା’ ପିଅନ୍ତି । ଚା’ ବିନା ଅନେକ ଲୋକଙ୍କର ମୁଣ୍ଡବିନ୍ଧା ଆରମ୍ଭ ହୁଏ ଏବଂ ସେମାନେ ଅଶାନ୍ତ ଅନୁଭବ କରନ୍ତି ।

ତେବେ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ଜଣେ କିପରି ଚା’ ପିଇବା ପାଇଁ ଏତେ ଅଭ୍ୟସ୍ତ ହୋଇଯାଏ ତଥା କାହିଁକି ଲାଗେ ଚା’ର ନିଶା? ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଚା’ ପିଇବା ପାଇଁ ଜଣେ କିପରି ଅଭ୍ୟସ୍ତ ହୋଇଯାଏ?

ଚା’ରେ କଫିନ୍ ମିଳିଥାଏ । କଫିନ୍ ଏକ ନିଶା ଦ୍ରବ୍ୟ ପରି ହୋଇଥାଏ ଯାହାକୁ କିଛିଦିନ ପିଇବା ଦ୍ୱାରା ଏହାର ନିଶା ଲାଗିଯାଇଥାଏ । ଯେଉଁଥିପାଇଁ ଆପଣଙ୍କୁ ବାରମ୍ବାର ଚା’ କିମ୍ବା କଫି ପିଇବା ଇଛା ହୋଇଥାଏ । ଏପରି ପରିସ୍ଥିତିରେ, ସମୟ ସମୟରେ ଚା’ ନ ପାଇବା ଦ୍ୱାରା ମୁଣ୍ଡବିନ୍ଧା, ଚିଡ଼ିଚିଡ଼ାପଣ, ହୃଦସ୍ପନ୍ଦନ ବୃଦ୍ଧି ଏବଂ ଥକାପଣ ଭଳି ସମସ୍ୟା ଦେଖାଦେଇଥାଏ । ତେବେ ଏକ ପ୍ରକାର କହିବାକୁ ଗଲେ ସେମାନଙ୍କୁ ଚା’ର ନିଶା ହୋଇଯାଏ । ଚା ‘ ଏବଂ କଫି ପରି କଫିନ୍ ଧାରଣ କରିଥିବା ଜିନିଷଠାରୁ ଏକ ମାସ ଦୂରରେ ରହି କଫିନ୍ ସହିତ ନିଶା ମଧ୍ୟ ସମୟ ସହିତ କମିବା ଆରମ୍ଭ କରେ ।

ଚା’ରେ ଏସିଡ୍ ଉତ୍ପାଦନ କରିବାର କ୍ଷମତା ଅଛି:

କହି ରଖୁଛୁ ଯେ ଯଦିଓ ଆମେ ବହୁତ ଉତ୍ସାହର ସହିତ ଚା’ ପିଉଥାଉ, ଚା’ ପ୍ରକୃତିରେ ଏସିଡ଼ିକ୍ ହୋଇଥାଏ । ଏହାର ଅର୍ଥ ଚା’ ପିଇବା ଦ୍ୱାରା ପେଟରେ ଏସିଡ୍ ପ୍ରଡକ୍ସନ ବୃଦ୍ଧି ପାଇଥାଏ । ଯଦି ପେଟରେ ଅତ୍ୟଧିକ ଏସିଡ୍ ଥାଏ ତେବେ ଚା’ ଏହି ଏସିଡ୍ କୁ ଆହୁରି ବଢ଼ାଇପାରେ । ସେହିଭଳି ଚା’ର pH ଭାଲ୍ୟୁ ୭ରୁ କମ୍ ଅଟେ । ସାଧାରଣ ବ୍ଲାକ୍ ଟି’ର pH ଭାଲ୍ୟୁ୪.୯ ରୁ ୫.୫ ମଧ୍ୟରେ ରହିଥାଏ । PH ଭାଲ୍ୟୁ ୭ରୁ ଯେତେ କମ୍ ହେବ ପ୍ରକୃତି ଅଧିକ ଏସିଡ଼ିକ୍ ହେବ । ଏପରି ପରିସ୍ଥିତିରେ, ଯେତେବେଳେ ଚା’ର ଏସିଡ଼ିକ୍ ପ୍ରକୃତି ଅଧିକ ହୁଏ, ଏହା ପେଟରେ ଅଧିକ ଏସିଡ୍ ସୃଷ୍ଟି କରିଥାଏ । ଏହାଦ୍ୱାରା ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇପାରେ । ସେଥିପାଇଁ ସବୁବେଳେ କୁହାଯାଏ ଯେ ଅଧିକ ଚା’ ପିଇବା ଠାରୁ ଦୂରେଇ ରହିବା ଉଚିତ୍ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button