ଦେଶ- ବିଦେଶ

ରିଲିଜ ହେଲା ସଲମାନ ଖାନଙ୍କ ଆଲବମ୍ ସଙ୍ଗ୍ ‘You Are Mine’, ଭଣଜା ଅୟାନ ଅଗ୍ନିହୋତ୍ରୀଙ୍କ ସହ ଆସିଲେ ନଜର

ଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଗୀତ ‘You Are Mine’ ରିଲିଜ ହୋଇଛି ଏବଂ ଏହି ଗୀତ ରିଲିଜ ହେବା ମାତ୍ରେ ହିଁ ବହୁତ ଲୋକପ୍ରିୟ ହୋଇଛି । ବିଶାଲ ମିଶ୍ରଙ୍କ ଦ୍ୱାରା କାମ୍ପୋଜ ହୋଇଥିବା ଏହି ଆଲବମ୍ ଗୀତରେ ସଲମାନ ଖାନଙ୍କ ଭଣଜା ଅୟାନ ଅଗ୍ନିହୋତ୍ରୀ ଓରଫ ଅଗ୍ନି ମଧ୍ୟ ନଜର ଆସିଛନ୍ତି । ସଲମାନ ଖାନଙ୍କ ଏହି ଗୀତ ଫ୍ୟାନ୍ସଙ୍କ ହୃଦୟ ଜିତିଛି ।

ତେବେ ବର୍ତ୍ତମାନ ଏହି ଗୀତଟି ରିଲିଜ୍ ହୋଇଛି ଏବଂ ଏହା ପ୍ରକୃତରେ ଖୁବ ହୃଦୟସ୍ପର୍ଶୀ । ଆପଣ ମଧ୍ୟ ଏହି ଗୀତ ଶୁଣିବା ପରେ ଟେନସନ ଫ୍ରି ହୋଇଯିବେ ।

ଏହି ଗୀତରେ ସଲମାନ ନିଜର ସ୍ୱର ଦେଇଛନ୍ତି ଏବଂ ଅୟାନ ଅଗ୍ନିହୋତ୍ରୀ ଏଥିରେ ରାପ୍ କରିଛନ୍ତି । ନିକଟରେ ସଲମାନ ଏହି ଗୀତର ଅନାଉନ୍ସମେଣ୍ଟ ନିଜ ଇନଷ୍ଟାଗ୍ରାମରେ କରିଥିଲେ । ସଲମାନ ଖାନ ନିଜ ଭଣଜା ଅୟାନ ଅଗ୍ନିହୋତ୍ରୀଙ୍କ ସହ ‘You Are Mine’ ନାମକ ଏକ ଦମଦାର ଗୀତ ରିଲିଜ କରିଛନ୍ତି । ‘You are Mine’ ଗୀତରେ ସଲମାନଙ୍କ ସ୍ୱର ଏକ ରୋମାଣ୍ଟିକ୍ ମୋଡ଼ ଦେଇଥିବାବେଳେ ଅଗ୍ନିଙ୍କ ରାପ୍ ଏଥିରେ ଅଧିକ ମସାଲା ଆଡ୍ କରିଛି । ହାଇଦର ଖାନଙ୍କ ନିର୍ଦ୍ଦେଶିତ ଏହି ଗୀତର ଲିରିକ୍ସ ସଲମାନ ଖାନ ଏବଂ ସଞ୍ଜୀବ ଚତୁର୍ବେଦୀ ମିଳିତ ଭାବେ ଲେଖିଛନ୍ତି ।

ଗୀତର ପ୍ରତ୍ୟେକ ଧାଡ଼ିରେ ସଲମାନ ଖାନ ହୃଦୟର ଅବସ୍ଥାକୁ ବହୁତ ଭଲ ଭାବରେ ବର୍ଣ୍ଣନା କରିଛନ୍ତି । ସଲମାନ ଖାନ ଏବଂ ୟାନ ଅଗ୍ନିହୋତ୍ରୀଙ୍କ ଗୀତ ‘You Are Mine’ ରିଲିଜ ହେବା ମାତ୍ରେ ହିଁ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ଏହି ଗୀତରେ ସଲମାନ ଖାନ ଏକ ଚାର୍ମିଙ୍ଗ ଲୁକରେ ନଜର ଆସିଛନ୍ତି । ଏହି ଗୀତରେ ସଲମାନ ଖାନ ଏବଂ ଅୟାନ ଅଗ୍ନିହୋତ୍ରୀ ଏକ ହ୍ୱାଇଟ ସାର୍ଟ ସହ ମ୍ୟାଚିଂ ପ୍ୟାଣ୍ଟରେ ନଜର ଆସିଛନ୍ତି ଏବଂ ଉଭୟ ମାମୁ ଭଣଜା ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସଲମାନ ଖାନ ଖୁବ ଶୀଘ୍ର ଫିଲ୍ମ ‘ସିକନ୍ଦର’ରେ ନଜର ଆସିବେ ଯାହା ୨୦୨୫ ଇଦ୍ ରେ ରିଲିଜ ହେବାକୁ ଯାଉଛି । ଏଆର୍ ମୁରୁଗାଡୋସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ସାଜିଦ୍ ନାଦିଆଦୱାଲାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ଏକ ବ୍ଲକବଷ୍ଟର ହେବ ବୋଲି ଅନୁମାନ କରାଯାଉଛି । କହିରଖୁଛୁ, ସଲମାନ ଖାନଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଟାଇଗର’ ରେ ଦେଖିବାକୁ ମିଳିଥିଲା । ଯାହା ସିନେମାହଲରେ ହିଟ୍ ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button