ଦେଶ- ବିଦେଶ

ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟକା, ପଂଜାବରେ ସମସ୍ତ ଲୋକସଭା ଆସନରେ ଏକାକୀ ନିର୍ବାିଚନ ଲଢ଼ିବ ଆପ୍ – Kalinga News

[ad_1]

ନୂଆଦିଲ୍ଲୀ : ଆପ୍ (ଆମ୍ ଆଦମୀ ପାର୍ଟି) ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି, ପଂଜାବରେ ଇଣ୍ଡିଆ ମେଣ୍ଟ ସହ କୌଣସି ମେଣ୍ଟ ହେବନାହିଁ। ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟକା ଦେଇ କେଜ୍ରିୱାଲ କହିଛନ୍ତି, ଆପ୍ ଆସନ୍ତା ଲୋକସଭା ନିର୍ବାଚନରେ ପଂଜାବ ଏବଂ ଚଣ୍ଡିଗଡ଼ରେ ସମସ୍ତ ୧୪ ଲୋକସଭା ଆସନରେ ଏକାକୀ ନିର୍ବାଚନ ଲଢ଼ିବ। ଆଉ କିଛି ଦିନ ମଧ୍ୟରେ ଆପ୍ ପଂଜାବରେ ୧୩ ଏବଂ ଚଣ୍ଡିଗଡ଼ରେ ଗୋଟିଏ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିବ। ଉଲ୍ଲେଖଯୋଗ୍ୟ ଯେ ଆଉ କିଛି ଦିନ ପରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ନିର୍ବାଚନ ପ୍ରସ୍ତୁତି ଜୋରଦାର ହୋଇଛି। ତେବେ ଇଣ୍ଡିଆ ମେଣ୍ଟକୁ ବାରମ୍ବାର ଝଟକା ଲାଗୁଛି। ପଶ୍ଚିମବଙ୍ଗରେ ଟିଏମସି (ତୃଣମୂଳ କଂଗ୍ରେସ) ସୁପ୍ରିମୋ ମମତା ବାନାର୍ଜୀ ସ୍ପଷ୍ଟ କରି ସାରିଛନ୍ତି ଯେ ପଶ୍ଚିମବଙ୍ଗରେ ଟିଏମସି ଏକାକୀ ନିର୍ବାଚନ ଲଢ଼ିବ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button