ସ୍ୱାସ୍ଥ୍ୟ

କେବଳ ଏହି ଗୋଟିଏ ପାତ୍ର ! ୨ ମିନିଟରେ ଭୟଙ୍କର ରୁ ଭୟଙ୍କର ଦାନ୍ତବିନ୍ଧା ଭଲ ହେବ, ଦାନ୍ତରେ ପୋକ, ପାଇରିଆ ବି ଭଲ ହେଇଯିବ…

ଶୀତଦିନରେ ଅନେକ ଲୋକଙ୍କର ଅସହନୀୟ ଦାନ୍ତ ବିନ୍ଧା ହୋଇଥାଏ । ଯାହା ଫଳରେ ଅନେକ କଷ୍ଟ ଅନୁଭୂତ ହୋଇଥାଏ । ଯେତେ ଯାହା କରିଲେ ବି ଦାନ୍ତ ବିନ୍ଧା କମି ନ ଥାଏ । ଆପଣଙ୍କ ଦାନ୍ତ ବିନ୍ଧା ଯେତେ ବି ପୁରୁଣା ହୋଇଥାଉ ଆଜି ଆମେ ଆପଣଙ୍କୁ ଯେଉଁ ରେମେଡି ବିଷୟରେ କହିବାକୁ ଯାଉଛୁ । ଏହାର ମାତ୍ର ଥରେ ପ୍ରୟୋଗ କରି ଦେଖନ୍ତୁ ଦେଖିବେ ଦାନ୍ତ ବିନ୍ଧା ତୁରନ୍ତ ଭଲ ହୋଇଯିବ ।

 

ଏବେ ଆସନ୍ତୁ ଜାଣିବା ଦାନ୍ତର ପୋକ ଦୂର କରିବା ପାଇଁ ଏହି ରେମେଡି କେମିତି ତିଆରି କରିବା ଓ ଏହାର ପ୍ରୟୋଗ କିପରି କରିବା । ଏଥିପାଇଁ ଆବଶ୍ୟକ ରହିଛି ପିଜୁଳି ପତ୍ର ଯାହା ଆପଣଙ୍କ ଆଖପାଖର ବାଡି ଘରୁ ବହୁତ ସହଜରେ ମିଳିଯିବ । ପିଜୁଳି ପତ୍ରରେ ଅନେକ ପ୍ରକାରର ଭିଟାମିନ୍ସ ମିଳିଥାଏ । ପିଜୁଳି ପତ୍ର ଖାଇବା ଦ୍ଵାରା ମୋଟାପଣ, ଜଏଣ୍ଟ ପେନ ଭଳି ସମସ୍ଯା ଦୂର ହୋଇଥାଏ । ପିଜୁଳି ପତ୍ରକୁ ଭଲ ଭାବେ ଧୋଇ ନିଅନ୍ତୁ । ପ୍ରଥମ ରେମେଡି ତିଆରି କରିବା ପାଇଁ ୪ରୁ ୫ଟି ପିଜୁଳି ପତ୍ର ନେଇ ଏହାର ରସ ବାହାର କରନ୍ତୁ ।

ଏବେ ଆପଣ ତୁଳା ସାହାଯ୍ୟରେ ରସକୁ ବୁଡାଇବା ପରେ ଚୁମିଟାଏ ହଳଦୀ ନେଇ ଏହାକୁ ଭଲ ଭାବେ ମିଶାନ୍ତୁ । ଯେଉଁ ଦାନ୍ତ ଆପଣଙ୍କର ବିନ୍ଧା ହେଉଛି ଏହାକୁ ଦୁଇ ଦାନ୍ତ ମଧ୍ୟରେ ଛାପି ରଖନ୍ତୁ ୩୦ ମିନିଟ ଯାଏଁ । ଯଦି ଆପଣଙ୍କର ଦାନ୍ତ ବିନ୍ଧା ହେଉ ନାହି କିନ୍ତୁ ପାଇରିୟା ଭଳି ସମସ୍ଯା ଅଛି ତେବେ ଏଥିରେ ଅଳ୍ପ ସୋରିଷ ତେଲ ଓ ଲୁଣ ମିଶାଇ ଏହି ମିଶ୍ରଣକୁ ମାଢି ରେ ଆଙ୍ଗୁଳି ସାହାଯ୍ୟରେ ମଶାଚ କରନ୍ତୁ ।

 

ଦେଖିବେ କିଛି ଦିନ ଏମିତି କରିବା ଦ୍ଵାରା ଆପଣଙ୍କର ପାଇରିଆ ଭଳି ସମସ୍ଯା ଦୂର ହୋଇଯିବ । ଦ୍ଵିତୀୟ ରେମେଡି ତିଆରି କରିବା ପାଇଁ ଏକ ପାତ୍ରରେ ଏକ ଗ୍ଳାସ ପାଣି ଏହାକୁ ଗରମ କରନ୍ତୁ । ତା ପରେ ୪ରୁ ୫ଟି ପିଜୁଳି ପତ୍ର ପକାନ୍ତୁ । ଏହା ପରେ ୪ରୁ ୫ଟି ଲବଙ୍ଗ ପାଣିରେ ପକାନ୍ତୁ । ଏହି ପାଣିକୁ ୫ରୁ ୭ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ ।

ଏହା ପରେ ଏହାକୁ ଛାଣି ଅଳ୍ପ ଥଣ୍ଡା ହେବାକୁ ଦିଅନ୍ତୁ । ଯଦି ଆପଣଙ୍କ ପାଖରେ ଫିଟିକରି ଗୁଣ୍ଡ ଅଛି ମିଶାନ୍ତୁ । ନଚେତ କିଛି ଲୁଣ ମିଶାନ୍ତୁ । ଏହା ପରେ ଏହି ପାଣିକୁ ଅଳ୍ପ ଉଷୁମ ଥାଇ ପାଟିରେ କୁଳି କରନ୍ତୁ । ଏମିତି ୫ ମିନିଟ ଯାଏଁ ଏହି ପାଣିରେ କୁଳି କରନ୍ତୁ । ତା ପରେ ପୂର୍ବରୁ କରିଥିବା ରେମେଡିକୁ ଦାନ୍ତରେ ଚାପି ରଖନ୍ତୁ ।

 

ଏହା କରିବା ପରେ ଅଧ ଘଣ୍ଟା ଯାଏଁ କିଛି ଖାଆନ୍ତୁ ନାହି । ଏହାକୁ ଆପଣ ଖାଇବା ପରେ କରିଲେ ଭଲ ହେବ । ଯଦି ଆପଣଙ୍କ ପାଖରେ ଏହି ରେମଡି ତିଆରି କରିବାକୁ ସମୟ ନାହି ତେବେ ପିଜୁଳି ପତ୍ର ୨ଟି ନେଇ ଏହାର ରସ ଚୋବାଇ ଖାଆନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button