ଦେଶ- ବିଦେଶ

ସୋରିଷ ତେଲରେ ଏହାକୁ ମିଶାଇ ଲଗାନ୍ତୁ ସବୁ ପାଚିଲା ଚୁଟି କଳା ହୋଇଯିବ, ଯାହାର ନାହିଁ କୌଣସି ବି side effect, ବିଲକୁଲ ଦେଶୀ ଉପାୟ !

, ମଣିଷକୁ ସବୁଠାରୁ ପ୍ରିୟ ହୋଇଥାଏ ନିଜର ସୁନ୍ଦରତା । ତେବେ ଏହି ସୁନ୍ଦରତା ପାଇଁ ସବୁଠାରୁ ମୁଖ୍ୟ ହୋଇଥାଏ ଚୁଟି । ଆଜିକାଲି କମ ବୟସରୁ ଚୁଟି ପାଚିବା ଆରମ୍ଭ ହେଲାଣି । ଯାହା ଫଳରେ ଆପଣମାନେ ଯାଇ ବଜାରରୁ କେମିକାଲ ଭରା କଳା ରଙ୍ଗ ଆଣି ନିଜର ବାକି ତକ ବଞ୍ଚିଥିବା ଚୁଟିକୁ ମଧ୍ୟ ନଷ୍ଟ କରିଦେଉଛନ୍ତି ତାହାର ବ୍ୟବହାର କରି । କିନ୍ତୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ଘରୋଇ ଭାବରେ ବିନା କେମିକାଲ ଯୁକ୍ତ ଏକ ଉପାୟ ସମ୍ପର୍କରେ ।

 

ଯାହାକୁ ଆପଣ ଲଗାଇବା ଦ୍ଵାରା ଆପଣଙ୍କ ପାଚି ଯାଇଥିବା କେଶ କଳା ହେବ । ଆପଣଙ୍କ କେଶ ଝଡିବା ଠାରୁ ଆରମ୍ଭ କରି କେଶ ପାଚିବା ସମସ୍ୟା ଆଦିରୁ ଏହି ଉପାୟର ବ୍ୟବହାର ଆପଣଙ୍କୁ ମୁକ୍ତି ଦେବ । ଆପଣ ଏହି ଉପାୟଟିକୁ ପ୍ରସ୍ତୁତ କରିବା ପାଇଁ ଗ୍ୟାସ ଉପରେ ଏକ ଲୁହା କଡାଇ ରଖନ୍ତୁ ଯଦି ଆପଣଙ୍କ ପାଖରେ ଲୁହା କଡାଇ ନାହି ତେବେ ଆପଣ ଅନ୍ୟ କଡାଇ ମଧ୍ୟ ନେଇପାରିବେ ।

ଲୁହାରେ ଥିବା ଆଇରନ ଆପଣଙ୍କ କେଶ ପାଇଁ ଭଲ ହୋଇଥାଏ ତେଣୁ ଲୁହା କଡାଇ ନେଲେ ଆପଣଙ୍କର ବେଶି ଫାଇଦା । ଏହାପରେ ଆପଣ କଡାଇରେ ଏକ କପ ସୋରିଷ ତେଲ ପକାନ୍ତୁ । ଆପଣ ଏହି ସୋରିଷ ତେଲରେ ଏକ ଚାମଚ ମେଥି ଦାନାର ପାଉଡର ପକାନ୍ତୁ । ଏହାପରେ ଆପଣ ଏଥିରେ ଏକ ଚାମଚ ଆମ୍ଳା ପାଉଡର ପକାନ୍ତୁ । ଏବେ ଆପଣ ଏଥିରେ ମେହେନ୍ଦି ପାଉଡର ପକାନ୍ତୁ ।

 

ଏହି ଉପାୟରେ ଆପଣ ମେହେନ୍ଦି ପାଉଡର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଚୁଟି ମେହେନ୍ଦି ରଙ୍ଗ ନୁହେଁ ବରଂ କଳା ରଙ୍ଗ ହୋଇଥାଏ । ଏହାପରେ ଆପଣ ତେଲରେ ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଆପଣ କମ ଅଞ୍ଚାରେ ଗ୍ୟାସରେ ସାତ ରୁ ଆଠ ମିନିଟ ଯାଏ ଗରମ କରନ୍ତୁ । ମଝିରେ ମଝିରେ ଏହାକୁ ଚାମଚରେ ଘାଣ୍ଟିବା ମଧ୍ୟ ଆବଶ୍ୟକ ।

ଆଠ ମିନିଟ ପରେ ଆପଣ ଦେଖିବେ ଏହାର ରଙ୍ଗ କଳା ହେବାକୁ ଲାଗିବ । ଏହାପରେ ଆପଣ ଏହାକୁ ଗ୍ୟାସରୁ ଓଲ୍ହାଇ ଥଣ୍ଡା ହେବା ପାଇଁ ୬ ,୭ ଘଣ୍ଟା ବା ରାତି ସାରା ଏହିପରି ଛାଡିଦେବେ । ଏବେ ଆପଣ ଏକ କାଚ ଜାର ଆଣି ଛଣା ଉପରେ ଏକ କପଡା ରଖି ତେଲକୁ ଛାଣନ୍ତୁ । ଏହି ତେଲକୁ ଆପଣ ୩ ମାସ ପର୍ଯ୍ୟନ୍ତ ରଖି ବ୍ୟବହାର କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button