ଦେଶ- ବିଦେଶ

ୱାୟନାଡ଼ରେ ରାହୁଲଙ୍କ ବିରୋଧରେ ଗର୍ଜିଲେ ସ୍ମୃତି ଇରାନୀ – Kalinga News

[ad_1]

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଗର୍ଜିଛନ୍ତି। ରାହୁଲ ଗାନ୍ଧିଙ୍କ ନିର୍ବାଚନମଣ୍ଡଳୀ ୱାୟନାଡ଼ରେ ଆଜି ସ୍ମୃତି ବିଜେପି ପ୍ରାର୍ଥୀ ତଥା ଦଳର କେରଳ ମୁଖ୍ୟ କେ ସୁରେନ୍ଦ୍ରନଙ୍କ ସମର୍ଥନରେ ରାଲି ଏବଂ ରୋଡସୋ କରିବା ସମୟରେ ରାହୁଲଙ୍କ ଉପରେ ବର୍ଷିଛନ୍ତି। ସ୍ମୃତି କହିଛନ୍ତି, ଉତ୍ତରପ୍ରଦେଶର ଆମେଥି ଲୋକମାନଙ୍କୁ ଠକିବାପରେ ରାହୁଲ ଗାନ୍ଧି ୱାୟନାଡ଼ରେ ମଧ୍ୟ ସେହି ସମାନ କାମ କରୁଛନ୍ତି। ରାଲିରେ ସ୍ମୃତି କହିଛନ୍ତି, ସେ ଆମେଥରିୁ ୱାୟନାଡ଼ ନିର୍ବାଚନମଣ୍ଡଳୀକୁ ଆସିଛନ୍ତି। ଆମେଥିରେ ଗାନ୍ଧି ପରିବାର ୫୦ ବର୍ଷ ଶାସନ କରିଛନ୍ତି। କିନ୍ତୁ ମୋଦୀ ପ୍ରଧାନମନ୍ତ୍ରୀ ହେବାପରେ ଏଠାରେ ୪ ଲକ୍ଷ ପରିବାର ପ୍ରଥମ ଥର ପାଇଁ ଶୌଚାଳୟ ପାଇଲେ। ମୋଦୀ ପ୍ରଧାନମନ୍ତ୍ରୀ ହେବାପରେ ୧୨ ଜଣ ଲୋକ ସେମାନଙ୍କ ଘର ପାଇଲେ। ରାହୁଲଙ୍କ ଟିପ୍ପଣୀକୁ ଉଲ୍ଲେଖ କରି ସ୍ମୃତି କହିଛନ୍ତି, ମୁଁ ଶୁଣିଲି ଯେ ସେମାନେ ୱାୟନାଡ଼ ଲୋକଙ୍କୁ ସେମାନଙ୍କ ପରିବାର କହୁଛନ୍ତି। କିନ୍ତୁ ସେମାନେ ଆମେଥିରେ ପରିବାରର ନାଁ ନେଇ ଲୋକଙ୍କୁ ଠକିଛନ୍ତି ଏବଂ ୱାୟନାଡ଼ରେ ମଧ୍ୟ ସେହି ସମାନ କାମ କରିବାକୁ ଆସିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧି ଗତକାଲି ୱାୟନାଡ଼ ଲୋକସଭା ଆସନରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ପାଇଁ ଯିବା ସମୟରେ ରାହୁଲ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ରୋଡସୋ କରିଥିଲେ ଏବଂ ସେ ଏହି ସମୟର ୱାୟନାଡ଼କୁ ତାଙ୍କ ଘର ଏବଂ ୱାୟନାଡ଼ର ଲୋକମାନେ ତାଙ୍କ ପରିବାର ସଦସ୍ୟ ବୋଲି କହିଥିଲେ। ବିରୋଧୀ ଦଳର ଇଣ୍ଡିଆ ମେଣ୍ଟକୁ ଇଙ୍ଗିତ କରି ସ୍ମୃତି କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ଯଦି ଇଣ୍ଡିଆ ମେଣ୍ଟର ନେତା ଭାବେ ଗ୍ରହଣ କରାଯାଇପାରିଲାନି ତେବେ ସେ ୱାୟନାଡ଼ରେ କିଭଳି ସେହି ସମାନ ଆଶା ରଖୁଛନ୍ତି। ନିଷିଦ୍ଧ ପିଏଫଆଇ (ପପୁଲାର ଫ୍ରଣ୍ଟ୍ ଅଫ ଇଣ୍ଡିଆ)ଠାରୁ କଂଗ୍ରେସ ସମର୍ଥନ ଲୋଡ଼ୁଛି ବୋଲି ସେ କହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ୱାୟନାଡ଼ ନିର୍ବାଚନ ମଣ୍ଡଳୀରେ ୪ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ । କିନ୍ତୁ ଚଳିତ ନିର୍ବାଚନ ରାହୁଲଙ୍କ ପାଇଁ ଜଟିଳ ହେବ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button