ରାଜନୀତି

ଅଳକା ଲାମ୍ବାଙ୍କ ସମେତ ୧୦ କଂଗ୍ରେସ କର୍ମୀଙ୍କ ବିରୋଧରେ କେସ୍‌

ଜାତୀୟ ମହିଳା କଂଗ୍ରେସର ସଭାପତି ଅଳକା ଲାମ୍ବାଙ୍କ ବଢ଼ିଲା ଅଡୁଆ। ତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ତାଙ୍କ ସହ ୧୦ ଜଣ କଂଗ୍ରେସ କର୍ମୀଙ୍କ ବିରୋଧରେ ମଧ୍ୟ କେସ୍ ରୁଜୁ ହୋଇଛି। ଚୁରହ ବିଧାୟକ ହଂସରାଜଙ୍କ ବିରୋଧରେ ଅସଦାଚରଣ ମାମଲା ଦାୟର କରିଥିବା ଯୁବତୀ ଟିସା ପୁଲିସ ଷ୍ଟେସନରେ ଏମାନଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି।

ନାରେନ୍ଦ୍ର କୁମାର, ଯଶୱନ୍ତ ଖନ୍ନା, ଦିଲଦାର ଅଲ୍ଲି, ସରିଫ ମହମ୍ମଦ, ୟାକୁବ, ଜମାତ ଅଲ୍ଲି, ଲେଖରାଜ, ବୀର ସିଂହ ଏବଂ ଜାତୀୟ ମହିଳା କଂଗ୍ରେସର ସଭାପତି ଅଳକା ଲାମ୍ବା ତାଙ୍କୁ ବଦନାମ କରୁଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି।

ଏହି ନେତାମାନେ ତାଙ୍କ ବିରୋଧରେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି। ତାଙ୍କ ନାଁ, ଧର୍ମ ଓ ତାଙ୍କ ପରିବାରର ନାଁକୁ ଏମାନେ ଦୂରୁପଯୋଗ କରିଥିବା ସେ ତାଙ୍କ ଅଭିଯୋଗରେ କହିଛନ୍ତି। ଏଥିଯୋଗୁ ତାଙ୍କର ଓ ତାଙ୍କ ପରିବାରର ସାମାଜିକ ପ୍ରତିଷ୍ଠା ନଷ୍ଟ ହେଉଛି ଏବଂ ସେ ମାନସିକ ଯନ୍ତ୍ରଣା ଭୋଗୁଥିବା ଯୁବତୀ ଜଣକ କହିଛନ୍ତି।

ସୂଚନା ମୁତାବକ, ଏହି ଯୁବତୀ ଜଣକ ନିକଟରେ ଚୁରହ ବିଧାୟକ ହଂସରାଜ ବିରୋଧରେ ଅସଦାଚରଣ ମାମଲା ରୁଜୁ କରିଥିଲେ, ଯାହା ଭୁଲ ବୁଝାମଣା ଉପରେ ଆଧାରିତ ଥିଲା। ଏବେ ଏହି ଯୁବତୀଙ୍କ କହିବା କଥା ହେଲା ‘ଏହି ଘଟଣାର ସ୍ଥିତିକୁ ସ୍ପଷ୍ଟ କରି ପୁଲିସ ଏବଂ ବିଚାରପତିଙ୍କ ସାମ୍ନାରେ ତାଙ୍କ ବୟାନ ରେକର୍ଡ ହୋଇସାରିଛି। କିନ୍ତୁ ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ ଏହି କଂଗ୍ରେସ ନେତାମାନେ ବର୍ତ୍ତମାନ ତାଙ୍କ ନାମ ଏବଂ ସେହି ମାମଲାକୁ ଭୁଲ ଉପାୟରେ ବ୍ୟବହାର କରୁଛନ୍ତି। ସେମାନେ ଏହି ପ୍ରସଙ୍ଗରେ ଏକ ଧାର୍ମିକ ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି।’

ଚମ୍ବା ଏସପି ଅଭିଷେକ ଯାଦବ କହିଛନ୍ତି ଯେ ବାପାଙ୍କ ସହ ଯୁବତୀ ଜଣକ ପୁଲିସ ଷ୍ଟେସନରେ ପହଞ୍ଚି ଅଳକା ଲାମ୍ବାଙ୍କ ସମେତ ୧୦ ଜଣ କଂଗ୍ରେସ କର୍ମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button