ଦେଶ- ବିଦେଶ

‘କାଲି କିଛି ବନ୍ଦ ନାହିଁ, ସମସ୍ତଙ୍କୁ କାର୍ଯ୍ୟାଳୟ ଆସିବାକୁ ପଡ଼ିବ’, ଲୋକଙ୍କୁ ନିର୍ଦ୍ଦେଶ ଦେଲେ ମମତା ସରକାର

ସନ୍ତାକାଲି ପଶ୍ଚିମବଙ୍ଗ ବନ୍ଦ ଡାକରା ଦେଇଛି ବିଜେପି । ସେପଟେ ପଶ୍ଚିମବଙ୍ଗ ସରକାର ଅଗଷ୍ଟ ୨୮ରେ ବିଜେପି ଦ୍ୱାରା ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାରେ ସାମିଲ ନ ନେବାକୁ ଲୋକଙ୍କୁ ଅନୁରୋଧ କରିଛିି । ସରକାର କହିଛନ୍ତି ଯେ ପ୍ରଶାସନ ଏହା ସୁନିଶ୍ଚିତ କରୁ କି, ବନ୍ଦ ଯୋଗୁ ଯେପରି ସାଧାରଣ ଜନଜୀବନ ପ୍ରଭାବିତ ନ ହେବ ।

କହି ରଖୁଛୁ, ଆଜି ପଶ୍ଚିମବଙ୍ଗର ‘ନବାନ୍ନ’ ପର୍ଯ୍ୟନ୍ତ ବିକ୍ଷୋଭ ଶୋଭାଯାତ୍ରାରେ ଭାଗ ନେଇଥିବା ପ୍ରଦର୍ଶନକାରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛି ବିଜେପି ।

ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ବନ୍ଦ ଆହ୍ଵାନ କରିଛି ଦଳ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button