ଦେଶ- ବିଦେଶ

ଡାଇବେଟିସ ରୋକିବା ପାଇଁ ଆସିଗଲା ଔଷଧ

, ଡାଇବେଟିସ ବା ମଧୁମେହ ହୋଇଥିବା ରୋଗୀ ନିଜର ସୁଗାରକୁ କମାଇବା ପାଇଁ ଏକମାତ୍ର ଉପାୟ ନିଜର ଖାଦ୍ୟପେୟକୁ ହିଁ ନିୟନ୍ତ୍ରଣରେ ରଖୁଛନ୍ତି । ଯେଉଁ ବ୍ୟକ୍ତି ଏହାକୁ ନିୟନ୍ତ୍ରଣ କରିପାରୁ ନାହି କିମ୍ବା ଖାଇବା ପିଇବାରୁ ନିଜକୁ  ଅଟକାଇ ପାରୁନାହିଁ ସେହି ଲୋକର ସୁଗାର ବଢିଯାଉଛି ।  ହେଲେ ଏବେ ଆପଣଙ୍କୁ ଆଉ ଏହାର ଚିନ୍ତା କରିବା ଆବଶ୍ୟକ ନାହିଁ କାରଣ ବର୍ତ୍ତମାନ ବଜାରକୁ ଆସିଯାଇଛି ଡାଇବେଟିସକି ନିୟନ୍ତ୍ରଣ କରିବା ପାଇଁ ଔଷଧ ।

 

ତେବେ ଆସନ୍ତୁ ଜାଣିବା ଡାଇବେଟିସ ପାଇଁ ଉଦ୍ଧିଷ୍ଟ ଥିବା ସେହି ଔଷଧ ସମ୍ପର୍କରେ । ବଜାରକୁ ଆସିଥିବା ମଧୁମେହ ଉପଚାର ଔଷଧକୁ ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ମଧ୍ୟ ଅନୁମତି ଦେଇସାରିଛନ୍ତି । ହରିଦ୍ଵାର ସ୍ଥିତ ଆକ୍ୟୁମ ଡ୍ରଗ ଆଣ୍ଡ ଫର୍ମାସିଟିକାଲ ଲିମିଟେଡ ଏହି ନୂଆ ଡାଇବେଟିସ ଔଷଧ ପ୍ରସ୍ତୁତ କରିଛନ୍ତି । ଲୋବି ଗ୍ଲାଏଟୋଜୋ ନାମକ ଏହି ଔଷଧ ଟାଇପ ଟୁ ଡାଇବେଟିସ ରୋଗୀଙ୍କ ପାଇଁ ପ୍ରତିକାର ସାବ୍ୟସ୍ତ ହେବ ।

ଆପଣଙ୍କ ଶରୀରରେ ରହିଥିବା ଖରାପ ଇନସୁଲିନକୁ ପ୍ରତିରୋଧ କରିବାର କ୍ଷମତା ରଖିଛି ଏହି ଔଷଧ । ଏହୋ ଔଷଧ ସୁଗାର ସ୍ତର କମାଇବା, ଲିପିଡ଼ ଏବଂ ଲିଭର ପ୍ରୋଫାଇଲକୁ ଉନ୍ନତ  କରିବା ସହ ହିମୋଗ୍ଲୋବିନ ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିବ । ଜେଲେ ଏହି ଔଷଧକୁ ଡାକ୍ତରଙ୍କ ପରାମର୍ଶ ନେଇ ଖାଇବା ପାଇଁ ଅନୁରୋଧ କରିଛନ୍ତି କମ୍ପାନୀ ଲୋକ ।

 

ମଧୁମେହ  ଧୀରେ ଧୀରେ ଶରୀରକୁ କ୍ଷତି ପହଞ୍ଚାଇଥାଏ ଯଦି ଏହାର ଚିକିତ୍ସା କରାଯାଏ ନା ହିଁ । ନିୟମିତ ଡାକ୍ତରଙ୍କ ପାଖରେ ଯାଇ ଡାଇବେଟିସ ଟେଷ୍ଟ କରିବା ସହ ଅଧିକ ସୁଗାର ଥିବା ଖାଦ୍ୟକୁ ନିୟନ୍ତ୍ରଣ ଭାବରେ ଖାଇବା ଆବଶ୍ୟକ । ନଚେତ ଆପଣଙ୍କ ଶରୀରରେ ଡାଇବେଟିସର ମାତ୍ରା ବଢିଯାଇଥାଏ ।

ଡାଇବେଟିସ ବଢିବା ଫଳରେ ଆପଣ ବହୁତ ଶୀଘ୍ର ଅନୟାନ ରୋଗରେ ମଧ୍ୟ ପୀଡିତ ହୋଇଯିବେ । କାରଣ ଆପଣଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଯାଇଥାଏ । ନିଜକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଖାଦ୍ୟ ଖାଇବା ସହ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିୟମିତ ନେବାକୁ ପଡିବ । ଡାଇବେଟିସ ପାଇଁ କୌଣସି ନିର୍ଦ୍ଧିଷ୍ଠ ଔଷଧ ନଥିବା ବେଳେ ଏହା ଏକ ବହୁତ ବଡ ଖୁସିର ଖବର ଅଟେ ଡାଇବେଟିସ ରୋଗୀଙ୍କ ପାଇଁ ।

 

ଯଦି ଆପଣ ଡାକ୍ତରଙ୍କ କ୍ରମେ ଏହି ଔଷଧ ସେବନ କରିବା ସହ ନିଜ ଖାଦ୍ୟକୁ ମଧ୍ୟ ସୁଗାର ମୁକ୍ତ ରଖୁଛନ୍ତି ତେବେ ଆପଣଙ୍କୁ ଡାଇବେଟିସ ହୋଇଛି ବୋଲି ଆପଣ ନିଜେ ମଧ୍ୟ ଆଉ ଅନୁଭବ କରିପାରିବେ ନାହିଁ । ଏହି ଔଷଧ ବର୍ତ୍ତମାନ ଡାଇବେଟିସ ରୋଗୀଙ୍କୁ ଅସ୍ଵସ୍ଥି ଦେବ । ଡାଇବେଟିସ ରୋଗ ଉପରେ ଏହା କିଛି ମାତରର ବିଜୟ ବୋଲି ଆମେ କହିପାରିବା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button