ଦେଶ- ବିଦେଶ

ଯାତ୍ରୀବାହୀ ବସ୍ ଉପରେ ଆତଙ୍କୀ ହମଲା, ୨୩ ମୃତ

ପାକିସ୍ତାନର ବଲୁଚିସ୍ତାନରେ ଏକ ଯାତ୍ରୀବାହୀ ବସ୍ ଉପରକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ଅତି କମରେ ୨୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ବସ୍ ଅଟକାଇ ଯାତ୍ରୀମାନଙ୍କ ପରିଚୟ ଜାଣିବା ପରେ ସେମାନଙ୍କୁ ହତ୍ୟା କରିଥିବା କୁହାଯାଉଛି।

ସୂଚନା ଅନୁସାରେ, ଆଜି ସକାଳେ ପାକିସ୍ତାନର ପଞ୍ଜାବ ଅଞ୍ଚଳର କିଛି ଯାତ୍ରୀ ବଲୁଚିସ୍ତାନ ଅଭିମୁଖେ ଯାଉଥିଲେ।

ଏହି ସମୟରେ ଆତଙ୍କବାଦୀମାନେ ମୁସାଖେଲ ଜିଲ୍ଲା ନିକଟରେ ବସ୍ ଅଟକାଇ ଓହ୍ଲାଇବାକୁ କହିଥିଲେ। ସେମାନଙ୍କ ପରିଚୟପତ୍ର ଯାଞ୍ଚ କରିବା ପରେ ଯାତ୍ରୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ।

ଆତଙ୍କବାଦୀଙ୍କ ଏହି ବର୍ବରତାରେ ୨୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀମାନେ ୧୦ଟି ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସର୍ଫରାଜ ବଗତି ଘଟଣାକୁ ଦୃଢ ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ପାକିସ୍ତାନର ସଙ୍ଘୀୟ ସୂଚନା ମନ୍ତ୍ରୀ ଅତ୍ତଉହ୍ଲା ତାରର୍ କହିଛନ୍ତି ଯେ, ଆତଙ୍କବାଦୀମାନେ ନିରୀହ ଯାତ୍ରୀଙ୍କୁ ଟାର୍ଗେଟ କରି ନିର୍ଦ୍ଦୟତାର ପରିଚୟ ଦେଇଛନ୍ତି। ଏହା ଏକ ବର୍ବର କାଣ୍ଡ। ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ବ୍ୟକ୍ତି ରକ୍ଷା ପାଇ ପାରିବେ ନାହିଁ। ସେହିପରି ପାକିସ୍ତାନ ପଞ୍ଜାବ ସରକାରଙ୍କ ମୁଖପାତ୍ର ମଧ୍ୟ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button