ରାଜ୍ୟ

ପାଠପଢ଼ା ଚାଲିଥିବା ବେଳେ ସ୍କୁଲରେ ପଶି ଦୁଇ ଶିକ୍ଷୟିତ୍ରୀଙ୍କଠାରୁ ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ

ୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ କୁଳିପୋଷି ପାଞ୍ଚାୟତର କାଦଡ଼ିହା ଭାଟିସାହି ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପଶି ଦୁଇ ଜଣଙ୍କ ଶିକ୍ଷୟିତ୍ରୀଙ୍କଠାରୁ ସୁନା ଚେନ୍ ଓ କାନ ଫୁଲ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନରେ ଏହି ଘଟଣା ଘଟିଛି।

ନିଜ ନିଜ ଶ୍ରେଣୀରେ ପାଠପଢ଼ାଉଥିଲେ ଶିକ୍ଷୟିତ୍ରୀ ସାବିତ୍ରୀ ପାତ୍ର ଓ ରୁକ୍ମିଣୀ ମହାନ୍ତ।

ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ସ୍କୁଲରେ ପଶିଥିଲେ। ସେମାନେ ପ୍ରଥମେ ଶିକ୍ଷୟିତ୍ରୀ ସାବିତ୍ରୀ ପାତ୍ରଙ୍କ ବେକରୁ ସୁନା ଚେନ୍ ଟାଣି ନେଇଥିଲେ। ତାଙ୍କ ଚିତ୍କାର ଶୁଣି ଶିକ୍ଷୟିତ୍ରୀ ରୁକ୍ମିଣୀ ସେଠାକୁ ଦୌଡ଼ି ଆସିଥିଲେ। ଦୁଇ ଦୁର୍ବୃତ୍ତ ତାଙ୍କୁ ମାଡ଼ିବସି ତାଙ୍କ ବେକରୁ ସୁନା ଚେନ୍ ଟାଣି ନେଇଥିଲେ। ଏହା ସହିତ ସେମାନେ କାନ ଫୁଲ ବି ନେଇ ଯାଇଥିଲେ।

ଦୁର୍ବୃତ୍ତ ଦ୍ୱୟ ଏକ ପଲସରରେ ଆସିଥିଲେ। ସେମାନେ ଲୁଟପାଟ କରିବା ପରେ ଦ୍ରୁତ ଗତିରେ ଠାକୁରମୁଣ୍ଡା ଆଡ଼କୁ ଚାଲି ଯାଇଥିଲେ। କରଞ୍ଜିଆ ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଡରି ଯାଇଛନ୍ତି।

କରଞ୍ଜିଆରୁ ଦୀପକ କୁମାର ମହନ୍ତଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button