ରାଜ୍ୟ

ଦୁର୍ଘଟଣାରେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ

ଫୁଲବାଣୀ: ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଆମ୍ବପଡା ଛକ ନିକଟରେ ଏକ କାର ଧକ୍କାରେ ଜଣେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ପାଡାଙ୍ଗି ଗାଁର ରାଜୁ ମଲିକ।

ବୁଧବାର ସକାଳ ପ୍ରାୟ ୧୦ଟାରେ ଫିରିଙ୍ଗିଆ ପଟୁ ଦ୍ରୁତ ଗତିରେ ଫୁଲବାଣୀ ପଟକୁ ଯାଉଥିବା ଏକ କାର ଆମ୍ବପଡା ଛକ ନିକଟରେ ରାସ୍ତା ପାରି ହେଉଥିବା ଜଣେ ଭିନ୍ନକ୍ଷମ ଯୁବକଙ୍କୁ ଧକ୍କା ଦେଇଥିଲା।

ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ। ସଦର ଥାନା ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳାୟରେ ଭର୍ତ୍ତି କରିଥିଲେଃ ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ଫୁଲବାଣୀ ସଦର ଥାନା ପୁଲିସ ଏକ ମାମଲା ୧୫୧/୨୪ ରୁଜୁ କରିଛି। ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ପୋଲିସ ପଚାରାଉଚୁରା ଜାରି ରଖିଛି। ୨୦୧୨ରେ ରାଜୁଙ୍କ ମା’ବାପାଙ୍କରକୌଣସି କାରଣରୁ ମୃତ୍ୟୁ ହୋଇଯିବାରୁ ସେ ଫୁଲବାଣୀ ସଦରବ୍ଲକ ମିନିଆ ପଞ୍ଚାୟତରେ ଥିବା ଏକ ଚାରିଟିରେ ରହୁଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button