ଦେଶ- ବିଦେଶ

ପୋଲାଣ୍ଡ ପରେ ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ, ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବେ ମୋଦି

ରୁଷ-ୟୁକ୍ରେନ ଯୁଦ୍ଧରେ ଲାଗିବ କି ବିରାମ ? କିଭରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୋଲାଣ୍ଡରୁ ସ୍ବତନ୍ତ୍ର ଟ୍ରେନରେ ଆସି ପ୍ରଧାନମନ୍ତ୍ରୀ ମୋଦି କିଭରେ ପହଞ୍ଚିଛନ୍ତି । ସେଠାରେ ସାତ ଘଣ୍ଟା ରହିବେ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବେ । କିଛି ସପ୍ତାହ ତଳେ ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପରେ ମୋଦିଙ୍କ ୟୁକ୍ରେନ ଗସ୍ତ ଉପରେ ସାରା ବିଶ୍ବର ନଜର ରହିଛି ।

୧୯୯୨ ମସିହା ପରଠାରୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ୟୁକ୍ରେନ ଗସ୍ତ । ଭାରତ ଆଲୋଚନା ଓ କୂଟନୀତି ମାଧ୍ୟମରେ ଋଷ- ୟୁକ୍ରେନ ମଧ୍ୟରେ ଶାନ୍ତି ଫେରାଇ ଆଣିବା ଚାହୁଁଛି । ଋଷ ସହିତ ଭାରତର ଘନିଷ୍ଠ ସମ୍ପର୍କ ରହିଥିବା ବେଳେ ମୋଦିଙ୍କ ଗସ୍ତ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରର ମଧ୍ୟ ନଜର ରହିଛି । ଗତ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମସ୍କୋ ଗସ୍ତ କରି ପୁଟିନଙ୍କୁ ଭେଟିଥିଲେ । ମୋଦିଙ୍କର ଏବେ ୟୁକ୍ରେନ ଗସ୍ତକୁ ନେଇ ରୁଷ-ଯୁକ୍ରେନ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ବିଶ୍ୱ ସମୁଦାୟ ଆଶାବାଦୀ । ଆଲୋଚନା ଓ କୂଟନୀତି ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ପ୍ରୟାସ ଜାରି ରହିଛି।

ଅର୍ଥନୈତିକ ସଂପର୍କ, ପ୍ରତିରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଫୋକସରେ ରହିବ ବୋଲି ଉଭୟ ଦେଶର ଅଧିକାରୀ ସୂଚନା ଦେଇଛନ୍ତି । ଉଭୟ ପୁଟିନ ଓ ଜେଲେନସିଙ୍କୁ ଭେଟିବାରେ ବିଶ୍ବର ହାତଗଣତି ନେତାଙ୍କ ଭିତରେ ମୋଦି ଅଛନ୍ତି । ନିକଟରେ ଜି-୭ ଶିଖର ସମ୍ମିଳନୀ ବେଳେ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସେହିପରି ଭାରତ ଓ ୟୁକ୍ରେନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବା ଓ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ ବେଳେ ପ୍ରାଧାନ୍ୟ ପାଇବ । ପୋଲାଣ୍ଡ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରେଜ ସେବାଷ୍ଟିଆନ ଡୁଡାଙ୍କୁ ଭେଟିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button