ମନ ପସନ୍ଦର ଚାକିରୀ ବହୁତ ଜଲ୍ଦି ପାଇବା ପାଇଁ କରନ୍ତୁ ଏହି ଉପାୟ !

ବନ୍ଧୁଗଣ ପ୍ରତ୍ଯେକ ବ୍ୟକ୍ତିକୁ ଗୋଟେ ଚାକିରୀର ଆବଶ୍ୟକତା ରହିଥାଏ । ଯାହା ଦ୍ଵାରା ସେଥିରେ ସେ କାମ କରି ନିଜର ପାରିଶ୍ରମିକ ପାଇପାରିବ । ତେବେ ଅନେକ ବ୍ୟକ୍ତିକୁ ଚାକିରୀ ମିଳିବା ବହୁତ କଷ୍ଟସାଧ୍ୟ ହୋଇଯାଇଥାଏ । ତେବେ ଆଜି ଆପଣଙ୍କୁ ଏପରି କିଛି ଉପାୟ କହିବାକୁ ଯାଉଛୁ । ଯେଉଁ ଉପାୟ ଦ୍ଵାରା ଆପଣ ନିଜର ମନ ପସନ୍ଦର ଗୋଟେ ଚାକିରୀ ନିହାତି ଭାବେ ପାଇପାରିବେ । ତେବେ ଚାକିରୀ ପାଇଁ କରିବାକୁ ଥିବା ଉପାୟ ଗୁଡିକ ବିଷୟରେ ଚାଲନ୍ତୁ ଜାଣିବା ।
1- 7 ପ୍ରକାର ଖାଦ୍ୟ ଅର୍ଥାତ 7 ପ୍ରକାର ଦାନା ମିଶାଇ ସକାଳୁ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ । ଏଥିସହ ପ୍ରଭୁ ଗଣେଶଙ୍କ ମନ୍ଦିରକୁ ଯାଇ ସେଠାରେ ପ୍ରଭୁଙ୍କର ଦର୍ଶନ କରନ୍ତୁ । ସେଠାରେ ପ୍ରଭୁଙ୍କୁ ନିଜର ଚାକିରୀ ମନୋସ୍କାମନା ବିଷୟରେ ଜଣାନ୍ତୁ ।
2- ଗଣେଶ ଚତୁର୍ଥୀ ଦିନ ପ୍ରଭୁ ଗଣେଶଙ୍କର ଏପରି ଏକ ଫୋଟ ଆଣି ଘରେ ଲଗାନ୍ତୁ । ଯେଉଁ ଫୋଟରେ ତାଙ୍କର ଶୁଣ୍ଢ ଡାହାଣ ପଟକୁ ମୋଡି ହୋଇକି ଥିବ । ଏଥିସହ ଗଣେଶ ଭଗବାନଙ୍କ ପୂଜା କରିବା ସହ ତାଙ୍କୁ ହୃଦୟରୁ ପ୍ରାଥନା କରନ୍ତୁ । ଏହା କରିବା ଦ୍ଵାରା ପ୍ରଭୁ ଗଣେଶଙ୍କ ବିଶେଷ କୃପାରୁ ଚାକିରୀ ମିଳିବାର ଖୁସି ଖବର ଆସିପାରେ ।
3- ମାସର ପ୍ରଥମ ସୋମବାର ଦିନ ଏକ ଧଳା କପଡାରେ କଳା ଚାଉଳ ବାନ୍ଧି ନିଅନ୍ତୁ । ସେହି ଚାଉଳ ବନ୍ଧା ଥିବା ପୁଟୁଳାକୁ ମା’ କାଳୀଙ୍କ ଚରଣରେ ରଖନ୍ତୁ । ଏହି ଉପାୟ କରିବା ଦ୍ଵାରା ଚାକିରୀରେ ଆସୁଥିବା ସବୁ ବାଧାବିଘ୍ନ ଦୂର ହୋଇଯାଇଥାଏ ।
4- ଚାକିରୀ ଖୋଜୁଥିବା ବ୍ୟକ୍ତି ମାନେ ସକାଳୁ ସ୍ନାନ କରିସାରି ଏହି କୃଷ୍ନେ କୃଷ୍ଣାୟ ନମଃ ମନ୍ତ୍ରକୁ 108 ଥର ଧ୍ୟାନର ସହ ଜପ କରନ୍ତୁ । ଏପରି କରିବା ଦ୍ଵାରା ଚାକିରୀକୁ ନେଇ ମନରେ ଥିବା ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ ।
5- ଯେଉଁ ବ୍ୟକ୍ତି ଚାକିରୀ ପାଇଁ କୌଣସି ଇଣ୍ଟରଭିୟୁରେ ଯାଉଠନ୍ତି । ତେବେ ସେମାନେ ଗୋଟିଏ ଲେମ୍ବୁରେ 4 ଟି ଲବଙ୍ଗକୁ ଫିଟ କରି ରଖି ଦିଅନ୍ତୁ । ତାପରେ ଓଁ ଶ୍ରୀ ହନୁମତେ ନମଃ ଏହି ମନ୍ତ୍ରର 108 ଥର ଜପ କରନ୍ତୁ । ତାପରେ ଏହି ଲେମ୍ବୁକୁ ନିଜ ବ୍ୟାଗରେ ରଖି ଇଣ୍ଟରଭିୟୁ ଦେବାକୁ ଜାଆନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଇଛା ବହୁତ ଶୀଘ୍ର ପୂରଣ ହେବ ।