ରାଜ୍ୟ

ରାଜ୍ୟ ଅତିଥି ଭବନରେ ରକ୍ଷାବନ୍ଧନ ଉତ୍ସବ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ରାଖୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ଅତିଥି ଭବନରେ ରକ୍ଷାବନ୍ଧନ ଉତ୍ସବ ପାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ହାତରେ ପ୍ରଥମେ ରାଖୀ ବାନ୍ଧିଲେ ନିଜ ଭଉଣୀ ରାସମଣୀ ମାଝୀ। ଏଥିସହ ଭଉଣୀମାନଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧି ଖୁସି ବ୍ୟକ୍ତ କରିଛନ୍ତି ରାସମଣି। କହିଛନ୍ତି ମୁଖ୍ୟମନ୍ତ୍ରୀ ହେଲେ ବି ସେ ମୋ ଭାଇ।

ମୋର କିଛି ଗିଫଟ ଦରକାର ନାହିଁ। ପରେ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଥିଲେ। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର ମହିଳା, ସଫେଇ କର୍ମଚାରୀ, ବ୍ରହ୍ମାକୁମାରୀ, ବିଭିନ୍ନ ସ୍କୁଲ ଛାତ୍ରୀ, ସିନେ ଅଭିନେତ୍ରୀ, ସାମ୍ବାଦିକା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ମୁଖ୍ୟମନ୍ତ୍ରୀ ବି ସମସ୍ତଙ୍କୁ ଉପହାର ଦେଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button