ଦେଶ- ବିଦେଶ

ଏହି ଜାଗାରେ ଦେଖା ଯାଇଛି ଧଳା କାଉ, ଏହି ଅଭିଶାପ କାରଣରୁ ସବୁ କାଉଙ୍କ ରଙ୍ଗ କଳା ଅଟେ

ଆପଣ ଏବେ ପର୍ଯ୍ୟନ୍ତ କଳା କାଉ ହିଁ ଦେଖିଥିବେ, କିନ୍ତୁ ଏବେ ଇନ୍ଟରନେଟ ଏକ ଧଳା ରଙ୍ଗର କାଉର ଫଟୋ  ଭାଇରାଲ ହେବାରେ ଲାଗିଛି । ଏହି କାଉ କିପରି ଧଳା ରଙ୍ଗର ଅଟେ ତାହା ସମସ୍ତଙ୍କ ମନରେ ଆଶ୍ଚର୍ଯ୍ୟର କାରଣ ଅଟେ । କାଉ ମାନଙ୍କର କଳା ରଙ୍ଗ ଏହା ତ ଆପଣମାନେ ସବୁ ଜାଣିଥିବେ କିନ୍ତୁ କାଉ ଧଳା ରଙ୍ଗର ମଧ୍ୟ ଅଛି । ଧଳା ରଙ୍ଗର ଏହି କାଉ ମଧ୍ୟପ୍ରଦେଶର ଦତବାଡା ରେ ଦେଖାଯାଇଛି ।

ଏହା ପୂର୍ବରୁ ୨୦୧୭ ରେ ସତନାରେ ଏକ ଧଳା ରଙ୍ଗର କାଉ ଦେଖାଯାଇଥିଲା । ବିଜ୍ଞାନ ଅନୁସାରେ ଧଳା କାଉର ଗୁଣ କଳା କାଉ ଭଳି କିନ୍ତୁ ଅନୁୱାଂଶିକ ଦୋଷ ଲ୍ଯୂସୀଜ୍ମ କାରଣରୁ କିଛି କାଉ ରଙ୍ଗ ଧଳା ହୋଇଥାଏ ।

ଏଥିପାଇଁ ଦୁନିଆରେ କାଉଙ୍କର ଏମିତି କିଛି  ପ୍ରଜାତି ଅଛି ଯାହା ଶରୀରରେ କେଉଁଠି ନା କେଉଁଠି ଧଳା ଦାଗ ଥାଏ । କାଉଙ୍କର କଳା ରଙ୍ଗ ହେବାର ପୌରାଣିକ ଅନୁସାରେ କାଉ ମାନଙ୍କର ଧଳାରୁ କଳା ହେବାରେ ଅଲଗା କାରଣଟି ଅଛି । ବହୁତ ସମୟ ପୂର୍ବରୁ ଜଣେ ରୁଷି ଗୋଟେ ଧଳା ରଙ୍ଗର କାଉକୁ ଅମୃତ ଖୋଜିବାକୁ କହିଲେ, ଆଉ ମଧ୍ୟ କହିଥିଲେ କି ସେ ଅମୃତର ବିଷୟରେ ଆସି କହିବୁ ଆଉ ତାକୁ ପିଇବୁ ନାହିଁ ।

 

କାଉର କିଛି ବର୍ଷର ପରିଶ୍ରମରେ ଅମୃତ ପାଇଗଲା, ଏତେ ପରିଶ୍ରମ କରିବା ପରେ କାଉକୁ ଅମୃତ ପିଇବା ପାଇଁ ଇଚ୍ଛା ହେଲା, ସେ କାଉ ଅମୃତ ପିଇକି ରୁଷୀଙ୍କୁ ଆସି କହିଲା । ରୁଷି ଏହି କଥା ଶୁଣିକି ରାଗିଗଲେ ତାପରେ କାଉକୁ ଅଭିଶାପ ଦେଲେ କି ବଚ୍ଚନ ଭାଙ୍ଗିକି କାଉ ନିଜର ଅପବିତ୍ର ଚୋଂଚରେ ପବିତ୍ର ଅମୃତକୁ ଅଇଁଠା କରିଦେଲା ସେଥିପାଇଁ ଲୋକ ତାକୁ ଘୃଣା କରିବେ ଓ ତାକୁ ଅଶୁଭ ମାନିକି  ତା ସହିତ ଖରାପ କରିବେ ।

 

ରୁଷି ଏହି ଅଭିଶାପ ଦେଇକି ନିଜ କମଣ୍ଡଳରେ ଥିବା କଳା ପାଣିରେ କାଉକୁ ବୁଡେଇଦେଲେ ଯାହା ପରଠାରୁ କାଉ ଧଲାରୁ କଳା ହେଇଗଲା । ତେବେ ଏହି ପୌରଣିକ କଥା ଅନୁସାରେ ଏମିତି ଧଳା କାଉ କଳା ହୋଇଥିଲା । କିନ୍ତୁ ଏବେବି କିଛି ଏମିତି ସାଥାନ ଅଛି ଯେଉଁଠି ଧଳା କାଉ ଦେଖା ଯାଉଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button