ଦେଶ- ବିଦେଶ

ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ମହିଳାଙ୍କ ସୁରକ୍ଷା ଓ ବାଂଲାଦେଶ ସଂକଟ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ : ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ । ଲାଲ୍କିଲ୍ଲାର ପ୍ରଚୀରରୁ ପତାକା ଉତ୍ତୋଳନ କରି ଦେଶବାସୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ଅଭିଭାଷଣରେ ପିଏମ୍ ମୋଦୀ ବାଂଲାଦେଶ ସଙ୍କଟ, ପ୍ରାକୃତିକ ବିପର୍ଯ୍ୟୟ, ବିକଶିତ ଭାରତ ଏବଂ ମହିଳାଙ୍କ ସୁରକ୍ଷା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି ।

ପିଏମ୍ ମୋଦୀ ନିଜ ଅଭିଭାଷଣରେ କହିଛନ୍ତି, ‘ଚଳିତ ବର୍ଷ ଏବଂ ବିଗତ କିଛି ବର୍ଷ ଧରି, ପ୍ରାକୃତିକ ବିପର୍ଯ୍ୟୟ ଚିନ୍ତା ବଢାଇଛି । ଅନେକ ଲୋକ ପ୍ରାକୃତିକ ବିପର୍ଯ୍ୟୟରେ ନିଜ ଧନ ସମ୍ପତ୍ତି ହରାଇଛନ୍ତି । ଦେଶ ମଧ୍ୟ କ୍ଷତି ସହିଛି । ଆଜି ମୁଁ ସମସ୍ତଙ୍କ ପ୍ରତି ସମବେଦନା ଜଣାଉଛି । ଆଉ ଦେଶ ଏହି ସଙ୍କଟ ସମୟରେ ସବୁବେଳେ ସେମାନଙ୍କ ପାଖରେ ଛିଡା ହୋଇଛି ।’

ସେହିପରି ସେ କହିଛନ୍ତି, ‘ନୂଆ ଶିକ୍ଷାନୀତି ଜରିଆରେ ଆମକୁ ନୂଆ ବଳ ମିଳିଛି । ମାତୃଭାଷା ସହ ବିଜ୍ଞାନ ଓ ଜ୍ଞାନକୌଶଳକୁ ଗୁରୁତ୍ବ ଦିଆଯାଇଛି । ଗବେଷଣାକୁ ଅଧିକ ସୁଦୃଢ କରିବା ଆମର ପ୍ରାଥମିକତା। ଆଗାମୀ ୫ ବର୍ଷରେ ୭୫ ହଜାର ମେଡିକାଲ ସିଟ୍ ସୃଷ୍ଟି କରାଯିବ ।’ ସେହିପରି ମହିଳାଙ୍କ ସହ ହେଉଥିବା ଅପରାଧକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କହିଛନ୍ତି, ‘୨୦୩୬ ଅଲିମ୍ପିକ୍ସ ଭାରତରେ ଆୟୋଜନ କରିବା ଆମର ଲକ୍ଷ୍ୟ । ଭାରତ ଜି-୨୦ର ଆୟୋଜନ ସଫଳତାର ସହ କରିଛି । ଏଥିରୁ ପ୍ରମାଣିତ ଯେକୌଣସି ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଭାରତରେ ହୋଇପାରିବ ।’

Related Articles

Leave a Reply

Your email address will not be published. Required fields are marked *

Back to top button