ଦେଶ- ବିଦେଶ

IRS ଅଧିକାରୀ ରାହୁଲ ନବୀନ ହେବେ ଇଡିର ନୂଆ ନିର୍ଦ୍ଦେଶକ, ୨ ବର୍ଷ ଯାଏଁ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପରବର୍ତ୍ତୀ ନିର୍ଦ୍ଦେଶକ ହେବ ରାହୁଲ ନବୀନ । ୧୯୯୩ ବ୍ୟାଚ୍ର ଭାରତୀୟ ରାଜସ୍ୱ ସେବାର ଅଧିକାରୀ ରାହୁଲ ନବୀନଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ମନ୍ତ୍ରିମଣ୍ଡଳର ନିଯୁକ୍ତି ସଂକ୍ରାନ୍ତିୟ ସମିତି ଏହି ନିଯୁକ୍ତିରେ ମୋହର ମାରିଛି । ଉଲ୍ଲେଖଯୋଗ୍ୟ ଯେ ନବୀନ ବର୍ତ୍ତମାନ ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ।

ରାହୁଲଙ୍କ ନିଯୁକ୍ତି ତାଙ୍କ ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ପ୍ରଭାବୀ ହେବ । ତାଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ଯାଏ କିମ୍ୱା ପରବର୍ତ୍ତୀ ଆଦେଶ ଯାଏଁ ପ୍ରଭାବୀ ରହିବ । ଆଇଆର୍ଏସ୍ ଅଧିକାରୀ ରାହୁଲ ନବୀନ ବର୍ତ୍ତମାନର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ ସ୍ଥାନ ନେବେ ।

Related Articles

Leave a Reply

Your email address will not be published. Required fields are marked *

Back to top button