ଦେଶ- ବିଦେଶ

ସ୍ୱାଧୀନତା ଦିବସ ପୂର୍ବରୁ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖ୍ଖୁଙ୍କୁ ବିଛିନ୍ନତାବାଦୀଙ୍କ ହତ୍ୟାଧମକ

ନାଲୀ : ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦ୍ର ସିଂହ ସୁଖ୍ଖୁଙ୍କୁ ସ୍ୱାଧୀନତା ଦିବସ ପୂର୍ବରୁ ଟେଲିଫୋନରେ ହତ୍ୟା ଧମକ ମିଳିଛି। ଏହି ଧମକ ମନାଲୀ ବିଧାୟକ ଭୁବନେଶ୍ୱର ଗୌଡ଼ଙ୍କୁ ଏକ ଅଜଣା ନମ୍ବରରୁ ରେକର୍ଡ କରାଯାଇଥିବା ଫୋନ କଲ ମାଧ୍ୟମରେ ଦିଆଯାଇଛି। ଧମକ ଦେବା ଲୋକ ବିଧାୟକଙ୍କୁ ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଜୀବନରେ ମାରିବାକୁ ପ୍ରଲୋଭନ ଦେବା ସହ ହିମାଚଳକୁ ଖାଲିସ୍ତାନର ଅଙ୍ଗ କରିବା ପାଇଁ କହିଛି।

ଏ ନେଇ ବିଧାୟକ ପତଲିକୁହଲ ଥାନାରେ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସୁଖବିନ୍ଦ୍ର ସିଂହ ସୁଖ୍ଖୁଙ୍କୁ ଲଗାତାର ବିଛିନ୍ନତାବାଦୀଙ୍କ ଆଡୁ ଧମକ ମିଳୁଛି। ଏଥିରେ ସୁଖ୍ଖୁଙ୍କୁ ଅଗଷ୍ଟ ୧୫ ତାରିଖ ଦିନ ଶହିଦ ଭୁବନେଶ ଡୋଗ୍ରା ଗ୍ରାଉଣ୍ଡରେ ଜାତୀୟ ପତାକା ଉତ୍ତୋଳନ ନ କରିବାକୁ କୁହାଯାଇଛି। ଏହା ଛଡା ଗଗରେଟ ବିଧାୟକ ରାକେଶ କାଲିଆଙ୍କୁ ମଧ୍ୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ଓ ବୋମା ବିସ୍ଫୋରଣର ଧମକ ମିଳିଛି। ଏପରି ଧମକ ଶିଖ ଫର ଜଷ୍ଟିସ୍ ନାମକ ସଙ୍ଗଠନ ଦେଉଥିବା ଅଭିଯୋଗ ହୋଇଛି।

ବିଧାୟକ ଏ ନେଇ ଅଜ୍ଞାତ ଲୋକଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଏହି ସଙ୍ଗଠନ ଅନେକବାର ଧମକ ଦେଲାଣି। କେବଳ ମୁଖ୍ୟମନ୍ତ୍ରୀ କି ବିଧାୟକଙ୍କୁ ନୁହେଁ କାଙ୍ଗଡା ଡେପୁଟି କମିଶନର ଓ ଏସଡିଏମଙ୍କୁ ମଧ୍ୟ ଧମକପୂର୍ଣ୍ଣ କଲ ଆସୁଛି। ତେବେ ବିଧାୟକଙ୍କ ଅଭିଯୋଗ ମିଳିବା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button