ରାଜ୍ୟ

୭୮ତମ ସ୍ୱାଧୀନତା ଦିବସ; ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୧୫/୦୮: ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ। ଆଜି ମହାତ୍ମାଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ ଅନୁଷ୍ଠିତ ହେବ। ଦେଶାତ୍ମବୋଧକ ଗୀତ ଧୂନ୍ର ତାଳେ ତାଳେ ମୋଟ ୫୮ଟି ଦଳ ପରେଡ୍ କରିବେ । ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ୱାଧୀନତା ଦିବସରେ ପରେଡରେ ଅଭିବାଦନ ଗ୍ରହଣ କରିବେ ।

ଏଥର ମୋଟ ୫୮ଟି ଦଳରୁ ୨୦ଟି ସାମରିକ ଓ ଅର୍ଦ୍ଧସାମରିକ ବାହିନୀ ଅଛନ୍ତି । ପ୍ରଥମ ଦଫାରେ ୧୨୦ ଇନ୍ଫାଣ୍ଟ୍ରି ବାଟାଲିୟନ, ସୀମା ସୁରକ୍ଷା ବଳ, ଇଣ୍ଡୋ ତିକ୍ରତୀୟ ବର୍ଡର ପୋଲିସ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ବ୍ୟାଣ୍ଡ, ରେଳବାଇ ସୁରକ୍ଷା ବଳ, ଷଷ୍ଠ ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆରବିଏନ୍), ସପ୍ତମ ଓଡିଶା ସଶସ୍ତ୍ର ପୋଲିସ ବଳ, ଏସ୍ଏସ୍ବିଏନ୍, ସ୍ୱତନ୍ତ୍ର ଅପରେସନ ଦଳ (ଏସ୍ଓଜି) ଯବାନ ପରେଡ୍ ପ୍ରଦର୍ଶନ କରିବେ।

ଦ୍ୱିତୀୟ ଦଫାରେ ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ (ଓଏସଏପି), ଓଡି଼ଶା ଶିଳ୍ପାଞ୍ଚଳ ସୁରକ୍ଷା ବଳ (ଓଆଇଏସ୍ଏଫ୍), ଓଡ୍ରାଫ୍, ରିଜର୍ଭ ସଶସ୍ତ୍ର ପୋଲିସ (ଏପିଆର), ଟ୍ରାଫିକ୍ ପୋଲିସ, ଷଷ୍ଠ ଓଏସ୍ଏପିର ବ୍ରାସ୍ ବ୍ୟାଣ୍ଡ, ଅଗ୍ନିଶମ ବାହିନୀ, ଗୃହରକ୍ଷୀ, ବେସାମରିକ ନିରାପତ୍ତାର ଗୋଟିଏ ଦଳ ପରେଡ୍ ପ୍ରଦର୍ଶନ କରିବେ । ତା’ ପଛକୁ ୪ଟି ରାଜ୍ୟ ଏନ୍ସିସି ଦଳ ସହ ୩୬ଟି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଏନ୍ସିସି, ସ୍କାଉଟ୍ସ, ଗାଇଡ୍ସ ଦଳ ପରେଡ କରିବେ । ଶେଷରେ ଏନ୍ସିସି ଅଶ୍ୱବାହିନୀ ସହ ସପ୍ତମ ବାଟାଲିୟନର ବ୍ରାସ୍ ବ୍ୟାଣ୍ଡ ଦଳ ରହିବେ। ଛତିଶଗଡ଼ ରାଜ୍ୟ ସଶସ୍ତ୍ର ପୋଲିସର ଏକ ଦଳ ପ୍ରଥମ ଥର ଗାନ୍ଧିମାର୍ଗରେ ପରେଡରେ ଅଂଶଗ୍ରହଣ କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button