ମହିଳାଙ୍କ ୟୁଟ୍ରସ ରିମୁଭାଲ ପରେ କ’ଣ ହୁଏ ଏହାର ପରବର୍ତ୍ତୀ ପ୍ରତିକ୍ରିୟା ?
ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣମାନଙ୍କୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୂଚନା ଦେବୁ । କଣ ଆପଣ କେବେ ଭାବିଛନ୍ତି ଗୋଟେ ମହିଳାର ୟୁଟ୍ରସ ବାହାରିବା ପରେ ସେମାନଙ୍କ ଶରୀରରେ କଣ ସବୁ ପରିବର୍ତନ ଆସେ । ତେବେ ଯଦି ଜାଣି ନାହାନ୍ତି ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଅବଗତ କରାଇବୁ । ଡାକ୍ତରୀ ଭାଷାରେ ହିଷ୍ଟରେକ୍ଟମି ଯାହାକି ସାଧାରଣ ଭାଷାରେ ହେଉଛି ମହିଳାଙ୍କ ୟୁଟ୍ରସ ରିମୁଭାଲ । ଏହା ଏକ ବହୁତ ବଡ ଅସ୍ତ୍ରୋପଚାର, ଯାହା ଗୋଟେ ନାରୀ ପାଇଁ ବହୁତ ଦୁଃଖର ବିଷୟ ।
ଏହା ବହୁତ ଜରୁରୀ କାଳୀନ ପରିସ୍ଥି ରେ ହିଁ ହୁଏ, ନ ଚେତ କେହି ବି ଡାକ୍ତର ଏହାର ପରାମର୍ଶ ଦିଅନ୍ତି ନାହିଁ ।
ତେବେ ଏହି ଅପରେସନ ସେତେବେଳେ ହୁଏ ଯେବେ କି ଗୋଟେ ମହିଳାର ପିରିୟଡ ବେଳେ ଅଧିକ ରକ୍ତସ୍ରାବ ହୁଏ ଅଥବା ଯନ୍ତ୍ରଣା ହେଉଥାଏ ସେତେବେଳେ ଡାକ୍ତର ଏହାର ପରୀକ୍ଷା କରିବାକୁ କହି ଥାନ୍ତି । ଯଦି ଏହା କ୍ୟାନ୍ସର ଆଡକୁ ଗ୍ଗାତି କରୁଥାଏ ତେବେ ଏହାକୁ ଅପରେସନ କରି ବାହାର କରାଯାଏ , ନଚେତ ଔଷଧ ଦ୍ଵାରା ଏହାର ଚିକିତ୍ସା କରାଯାଏ ।
ତେବେ ଯେଉଁଠି ଅପରେସନ ହେଉଛି ସେଠି ଅସ୍ତ୍ରୋପଚାର ଜନିତ ପାର୍ଶ୍ୱପ୍ରତିକ୍ରିୟା ତ ଦେଖାଦେବ । ତେବେ ଏହାର ପରବର୍ତ୍ତି ପ୍ରତିକ୍ରିୟା ବର୍ତ୍ତମାନ ଡାକ୍ତରଙ୍କର ଚିନ୍ତାର ବିଷୟ ପାଲଟିଛି । ତେବେ ଆମେରିକାରେ ହୋଇଥିବା ଏକ ଅନୁଧ୍ୟାନରୁ ହିଷ୍ଟରେକ୍ଟମି ପରେ ପ୍ରାୟ ୧୨ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ପେଲବିକ୍ ଅର୍ଗାନ ସର୍ଜରୀର ଆବଶ୍ୟକତା ପଡୁଥିବା କୁହାଯାଇଛି ।
ହେଲେ ହିଷ୍ଟରେକ୍ଟମିପରେ ଭାରତରେ ଉପୁଜୁଥିବା ସମସ୍ୟା ମଧ୍ୟରେ ସବୁଠୁ ବଡ ସମସ୍ୟାଟି ହେଉଛି ଏଷ୍ଟ୍ରୋଜନ ହର୍ମୋନ ସ୍ତର । କେବେ କେବେ ମହିଳାଙ୍କ ଏହି ହର୍ମୋନର ହ୍ରାସ ବୃଦ୍ଧି ଯୋଗୁ ସେମାନଙ୍କର ମାନସିକତାରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି ।