ଦେଶ- ବିଦେଶ

ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ

ନୀତିଦିନ ଜୀବନରେ ଆମେ ଅଭୁତ କିଛି କରିଥାଉ । କିନ୍ତୁ କେଉଁ ଦିନ ଦିନଟି ଭଲ ଯାଏ ତ କେଉଁ ଦିନ ଖରାପ । ତେବେ ଯଦି ଆପଣ ନିଜର ଦିନଟି ସଂପୂର୍ଣ୍ଣ ଭାବେ ଭଲରେ କାଟିବାକୁ ଚାହାଁନ୍ତି ତେବେ ଆପଣଙ୍କୁ କରିବାକୁ ହେବ ଏହି କିଛି ଟି କାମ । ତେବେ ଆସନ୍ତୁ ଜାଣିବା ସେହି ସବୁ କାମ ଗୁଡିକ କଣ । ସବୁଦିନ ସକାଳୁ ଯେବେ ଆମେ ଉଠିଥାଉ ଈଶ୍ଵରଙ୍କ ନିକଟରେ ପ୍ରାଥନା କରିଥାଉ କି ଆଜିର ଦିନଟି କିପରି ଭଲରେ କଟୁ। ଆଜିର ଦିନରେ ଯାହାବି କାର୍ଯ୍ୟ ସବୁ କରିବା ତାହା ସଫଳ ହେଉ। ତେଣୁ ଦିନଟି ଭଲରେ କାଟିବା ପାଇଁ ଦିନର ଆରମ୍ଭ ଭଲରେ ହେବା ଦରକାର। ତେବେ ତଳେ ଦିଆଯାଇଥିବା କେତୋଟି ଉପାୟ ଆପଣଙ୍କ ଦିନଟିକୁ ନିଶ୍ଚୟ ସଫଳ କରିବ।

 

ଦିନଟି ଭଲରେ କଟିବ

୧. ସକାଳୁ ଉଠି ସର୍ବପ୍ରଥମେ ଦୁଇହାତକୁ ଖୋଲି ସମାନ ଭାବରେ ରଖି କିଛି ସମୟ ପାଇଁ ହାତର ପାପୁଲିକୁ ଚାହିଁବ ଓ ୩ ଥର ହାତକୁ ଘସିବ ।

୨. ଭୋଜନ କରିବା ପୂର୍ବରୁ ସର୍ବପ୍ରଥମେ କିଛି ଖାଦ୍ୟ ଅଲଗା କରି କାଢି ଗାଈ ବା ପକ୍ଷୀଙ୍କୁ ଖାଇବାକୁ ଦେବ ।

 

୩. ପ୍ରତିଦିନ ଅଟା ଚିନୀ ମିଶେଇ ପିମ୍ପୁଡି ଗାତପାଖରେ ରଖିବ ।

୪. ଖାଲିପେଟରେ ଘରୁ ବାହାରିବ ନାହିଁ । ବାହାରିବା ପୂର୍ବରୁ ଏକ ଚାମଚ ମିଠାଦହି ଖାଇ ବାହାରିବ ।

 

୫. ଘରୁ ବାହାରିବା ସମୟରେ ଗୁରୁଜନଙ୍କ ଆଶୀର୍ବାଦ ନିଶ୍ଚୟ ନେବା ଓ ଈଶ୍ଵରଙ୍କୁ ଡାକି ଘରୁ ବାହାରିବା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button