ରେଳ ବିଭାଗରେ ବାହାରିଲା ଚାକିରି, ଜଲଦି କରନ୍ତୁ ଆବେଦନ

ସରକାରୀ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ରେଳ ବିଭାଗରରେ ବାହାରିଲା ବମ୍ପର ନିଯୁକ୍ତି । ସରକାରୀ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଭଳ ସୁଯୋଗ ରହିଛି । ରେଲଓ୍ବେ ଭର୍ତ୍ତି ବୋର୍ଡ ପକ୍ଷରୁ ବିଭିନ୍ନ ବିଭାଗରେ ନିଯୁକ୍ତି ନେଇ ଜାରି କରାଯାଇଛି ନୋଟିଫିକେସନ୍ ।
ଅଗଷ୍ଟ ୮ ତାରିଖରୁ ରେଳ ବିଭାଗରେ ଭର୍ତ୍ତି ନେଇ ନୋଟିଫିକେସନ୍ ଜାରି କରାଯାଇଥିବା ବେଳେ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।
ଅର୍ଥାତ୍ ସ୍ବାଧିନତା ଦିବସ ପରେ ପରେ ରେଳ ବିଭାଗରେ ଚାକିରି କରିବା ପାଇଁ ଆରମ୍ଭ ହୋଇଯିବ ଆବେଦନ ।
ରେଳ ବିଭାଗର ବିଭିନ୍ନ ପଦପଦବୀରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ତାହା ସେପ୍ଟେମ୍ବର ୧୬ ତାରିଖ ଯାଏ ଜାରି ରହିବା ନେଇ ସୂଚନା ମିଳିଛି । ରେଳ ବିଭାଗର ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି ।
ରେଲଓ୍ବେ ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ, ଡାଇଟିସିଆନ୍, ନର୍ସିଂ ସୁପରିନଟେଣ୍ଡେଣ୍ଟ, କ୍ଲିନିକାଲ ସାଇକୋଲୋଜିଷ୍ଟ, ଡେଣ୍ଟାଲ ହାଇଜିନିଷ୍ଟ, ହେଲ୍ଥ ଆଣ୍ଡ ମ୍ୟାଲେରିଆ ଇନସ୍ପେକ୍ଟର ଭଳି ମୋଟ ୧୩୭୬ଟି ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମୋଟ ୧୩୭୬ ପଦବୀ ପାଇଁ ନିଯୁକ୍ତି ବାହାରିଥିବା ବେଳେ ସେଥିମଧ୍ୟରୁ ନର୍ସିଂ ସୁପରିନଟେଣ୍ଡେଣ୍ଟ ଭାବେ ୭୧୩ ପଦବୀ, ଫାର୍ମାସିଷ୍ଟ ୨୪୬ ପଦବୀ, ଲାବ୍ରୋଟୋରୀ ଆସିଷ୍ଟାଣ୍ଟ ୯୪ ପୋଷ୍ଟ, ଫିଲ୍ଡ ଓ୍ବାର୍କର ୧୯ ପୋଷ୍ଟ ସମେତ ଆହୁରି ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମେଡିକାଲ ଡିଗ୍ରୀଧାରୀ ଛାତ୍ରଛାତ୍ରୀ, ଡିପ୍ଲୋମା ପାସ୍ କରିଥିବା ଆଶାୟୀ ମଧ୍ୟ ରେଳ ବିଭାଗରେ ବାହାରିଥିବା ପଦବୀ ପାଇଁ କରିପାରିବେ ଆବେଦନ । ଆବେଦନକାରୀଙ୍କ ସର୍ବନିମ୍ନ ବୟସ ସୀମା ସର୍ବନିମ୍ନ ୧୮-୨୧ ବର୍ଷ ଏବଂ ସର୍ବାଧିକ ୩୩-୪୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ବିଭିନ୍ନ ପୋଷ୍ଟ ପାଇଁ ବୟସ ସୀମା ଭିନ୍ନ ଭିନ୍ନ ଧାର୍ଯ୍ୟ କରାଯାଇଛି । ସେହିଭଳି ବିଭିନ୍ନ ପୋଷ୍ଟ ପାଇଁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଅଲଗା ଅଲଗା ରହିଛି । ଯେଉଁମାନେ ଆବେଦନ କରିବାକୁ ଇଚ୍ଛୁକ ସେମାନେ ରେଳ ବିଭାଗର ଅଧିକାରୀକ ଓ୍ବେବସାଇଟ୍କୁ ଯାଇ ଚେକ୍ କରିପାରିବେ ।
ବିଭିନ୍ନ ବର୍ଗର ଆବେଦନକାରୀଙ୍କ ପାଇଁ ଆପ୍ଲିକେସନ୍ ଫି’ ଅଲଗା ଅଲଗା ରହିଥିବା ରେଲଓ୍ବେ ବୋର୍ଡ ପକ୍ଷରୁ କୁହାଯାଇଛି । ସାଧାରଣ ବର୍ଗ, OBC ଏବଂ EWS ବର୍ଗର ଆଶାୟୀଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରହିଥିବା ବେଳେ ଯଦି କମ୍ପ୍ୟୁଟର ଟେଷ୍ଟ ଦେଇଥିଲେ ତେବେ ୪୦୦ ଟଙ୍କାର ରିଫଣ୍ଡ ବା ଫେରସ୍ତ ବି ପାଇପାରିବେ ।
ସେହିଭଳି SC,ST PwBD, ମହିଳା, ଟ୍ରାନ୍ସଜେଣ୍ଡର ଏବଂ EBC ବର୍ଗର ଆଶାୟୀଙ୍କ ପାଇଁ ଆବେଦନ ଶୁଳ୍କ ୨୫୦ ଟଙ୍କା ରଖାଯାଇଛି । ଆଉ ଯଦି କମ୍ପ୍ୟୁଟର ଟେଷ୍ଟ ଦେଇଥିବେ ତେବେ ୧୦୦ ପ୍ରତିଶତ ଶୁଳ୍କ ଫେରସ୍ତ ପାଇପାରିବେ । ଅଧିକ ଜାଣିବା ପାଇଁ ରେଳ ବିଭାଗର ଅଧିକାରୀକ ଓ୍ବେବସାଇଟ୍କୁ ଯାଇପାରିବେ ।