ରାଜ୍ୟ

ପାଞ୍ଚଟି ସନ୍ତାନର ପିତା ହୋଇଥିବାରୁ ନିଜ ପଦବୀ ହରାଇଲେ ସରପଞ୍ଚ ବାବୁ…

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ ସରପଞ୍ଚ ତ୍ରିନାଥ ପ୍ରଧାନ ୫ ଟି ସନ୍ତାନର ପିତା ହୋଇଥିବାରୁ ନିଜର ସରପଞ୍ଚ ପଦବୀ ହରାଇଛନ୍ତି । ଏଠାକାର ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ତ୍ରିନାଥ ପ୍ରଧାନଙ୍କ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଛନ୍ତି। କାରଣ ନିର୍ବାଚନରେ ପଞ୍ଚାୟତ ଅଧିନିୟମକୁ ଉଲଂଘନ କରି ତ୍ରିନାଥ ବିଜୟୀ ହୋଇଥିଲେ।

ତାଙ୍କର ୨ରୁ ଅଧିକ ସନ୍ତାନ ଥିବା ନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ସୁରୁଲାଇ ଗ୍ରାମର ପିତର ପ୍ରଧାନ ଅଭିଯୋଗ କରିଥିଲେ। ଏହାର ତଦନ୍ତ ଅନୁସାରେ ଅଙ୍ଗନୱାଡି ସମେତ ଜନ୍ମ ପଞ୍ଜିକୃତ ରେକର୍ଡ, ଆଧାର କାର୍ଡ ଆଦିରୁ ତ୍ରିନାଥଙ୍କ ୧୯୯୪ ପ୍ରଥମ ସନ୍ତାନ, ୧୯୯୮ରେ ଦ୍ବିତୀୟ, ୨୦୦୨ରେ ତୃତୀୟ, ୨୦୦୬ରେ ଚତୁର୍ଥ ଏବଂ ୨୦୦୯ରେ ପଞ୍ଚମ ସନ୍ତାନ ଜନ୍ମ ଗ୍ରହଣ କରିଥିବା ଜଣା ପଡିଥିଲା।

ସୂଚନା ଯୋଗ୍ୟ, ୨୦୨୨ ପଞ୍ଚାୟତ ନିର୍ବାଚନରେ ତ୍ରିନାଥ ପ୍ରଧାନ ମିଥ୍ୟା ସତ୍ୟପାଠ କରି ସରପଞ୍ଚରେ ନିର୍ବାଚିତ ହୋଇଥିଲେ। ହେଲେ ୨୦୨୩ ରେ ତାଙ୍କ ବିରୋଧରେ ୫ ସନ୍ତାନ ଥିବା ନେଇ ଅଭିଯୋଗ ଆସିଥିଲା। ଫଳସ୍ଵରୂପ ସେ ନିଜ ପଦବୀ ହରାଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button