ରାଜ୍ୟ

ରାଜଧାନୀରେ ଡବଲ ମର୍ଡର

ରାଜଧାନୀରେ ଡବଲ ମର୍ଡର। ଗାଡ଼ି ପାର୍କିଂକୁ ନେଇ ରକ୍ତାକ୍ତ ହେଲା ଗାଁ। ଏୟାରଫିଲ୍ଡ ଥାନା କଣ୍ଟିଲ ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। ସୂଚନାଅନୁଯାୟୀ, ଗାଁର ରଶ୍ମି ରଞ୍ଜନ ସେଠୀ ଓ ବବୁଲକୁ ଗୋଡେଇ ଗଡ଼େଇ ହାଣିଲେ ପଡ଼ୋଶୀ। ପୂର୍ବରୁ ଉଭୟଙ୍କ ମଧ୍ୟରେ ଗୋଟିଏ ଜାଗାରେ ଗାଡ଼ି ପାର୍କିଂ ନେଇ ଗଣ୍ଡଗୋଳ ହେଉଥିଲା। ଗତକାଲି ରାତିରେ ମଧ୍ୟ ଯୁକ୍ତିତର୍କ ହେଇଥିଲା। ଶେଷରେ ପଡ଼ୋଶୀ ରାଗିଯାଇ ୨ ଜଣଙ୍କୁ ଗୋଡେଇ ଗୋଡେଇ ହାଣିଦେଇଥିଲେ। ତେବେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଅନ୍ୟ ଜଣଙ୍କର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button