ନିଜ ଉଚ୍ଚତାକୁ ନେଇ ଯଦି ଚିନ୍ତିତ ତେବେ କିଶୋର ଅବସ୍ଥାରେ କରନ୍ତୁ ଏହି ସବୁ ଆସନ,ବଢିଯିବ ଉଚ୍ଚତା.
ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଭାବରେ ତାଙ୍କର ଉଚ୍ଚତା ବଢେଇବା ପାଇଁ ଚିନ୍ତା ରହିଥାନ୍ତିି । କାରଣ ଲମ୍ବା ଲୋକମାନେ ଅଧିକ ଆକର୍ଷଣୀୟ ଲାଗନ୍ତି । ତେବେ କିଶୋର ଅବସ୍ଥାରେ ଯଦି ଧ୍ୟାନ ଦିଆଯାଏ ତେବେ ଉଚ୍ଚତା ବଢିବାର ସୁଯୋଗ ରହିଥାଏ । ବୟସ ଅନୁସାରେ ଉଚ୍ଚତା ବଢେ । ଉଚ୍ଚତା ନ ବଢିବା ଯୋଗୁଁ ଅନେକ ବ୍ୟକ୍ତି ଲୋକହସା ମଧ୍ୟ ହୋଇଥାନ୍ତି । ଏକ ଅଧ୍ୟୟନ ଅନୁଯାୟୀ, ଭଲ ଉଚ୍ଚତା କେବଳ ଶାରୀରିକ ଲାଭ ପ୍ରଦାନ କରେ ନାହିଁ ବରଂ ସକରାତ୍ମକ ମନୋଭାବ ଏବଂ ବୁଦ୍ଧି ଉପରେ ମଧ୍ୟ ପ୍ରଭାବ ପକାଏ । ଶାରିରୀକ ବିଜ୍ଞାନ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ଉଚ୍ଚତା ସେମାନଙ୍କ ଜେନେଟିକ୍, ବ୍ୟାୟାମ, ପୁଷ୍ଟିକର ଖାଦ୍ୟ ଏବଂ ପରିବେଶ ପରିସ୍ଥିତି ଉପରେ କରେ । ଅଧିକାଂଶ ବ୍ୟକ୍ତିଙ୍କ ଉଚ୍ଚତା ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ବଢିଥାଏ । ଏହା ପରେ ଏଥିରେ ଲଗାମ ଲାଗେ । ତେବେ ଏହି ସମୟ ଭିତରେ ଚେଷ୍ଟା କଲେ ଉଚ୍ଚତା ବଢିପାରେ । ଜାଣନ୍ତୁ କିଛି ସହଜ ଓ ଚମତ୍କାର ଯୋଗାସନା ବିଷୟରେ ଯାହା ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରେ । ଏହି ଯୋଗାସନର ନିୟମିତ ଅଭ୍ୟାସ ଦ୍ୱାରା, ଆପଣ କେବଳ ଆପଣଙ୍କର ଉଚ୍ଚତା ବୃଦ୍ଧି କରିପାରିବେ ନାହିଁ ବରଂ ଆପଣଙ୍କ ଚେହେରାକୁ ମଧ୍ୟ ଉନ୍ନତ କରିପାରିବେ । ଯଦି ପିଲାଦିନେ କିମ୍ବା ଯୁବାବସ୍ଥାରେ ତାଡାସନା ଅଭ୍ୟାସ କରାଯାଏ ତେବେ ଏହା ଉଚ୍ଚତା ବୃଦ୍ଧି କରିବାରେ ସାହାଯ୍ୟ କରେ ।
ପ୍ରଥମେ ହେଉଛି ତାଡାସନା: ପିଲାଦିନେ କିମ୍ବା ଯୁବାବସ୍ଥାରେ ତାଡାସନା ଅଭ୍ୟାସ କରାଯାଏ ତେବେ ଏହା ଉଚ୍ଚତା ବୃଦ୍ଧି କରିବାରେ ସାହାଯ୍ୟ କରେ । ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଷ୍ଟ୍ରେଚ୍ କରିବା ହେତୁ ଏହି ଆସନ ଶରୀରର ସ୍ନାୟୁ ପ୍ରଭାବ ପକାଏ ଯାହା ଉଚ୍ଚତା ବୃଦ୍ଧି କରିବାରେ ସାହାଜ୍ୟ କରେ ।
୨ୟ ହେଉଛି ଭୁଜଙ୍ଗାସନ: ଭୁଜଙ୍ଗାସନ ଶରୀରର ପିଠିକୁ ଶକ୍ତିଶାଳୀ କରିବା ସହ ମେରୁଦଣ୍ଡକୁ ନମନୀୟ କରିଥାଏ । ଏହା ହଜମ ଏବଂ ପ୍ରଜନନ ପ୍ରଣାଳୀକୁ ମଧ୍ୟ ମଜବୁତ କରେ । ଏହି ଆସନର ନିୟମିତ ଅଭ୍ୟାସ ଶରୀରର ଢାଞ୍ଚାକୁ ଠିକ୍ଠାକ୍ କରିଥାଏ ଏବଂ ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରେ ।
୩ୟ ହେଉଛି ପଶ୍ଚିମୋତ୍ତାନାସନ: ଏହା ମେରୁଦଣ୍ଡକୁ ବିସ୍ତାର କରି ଏହାକୁ ନମନୀୟ କରିବା ପାଇଁ କାମ କରେ । ଏହା ବ୍ୟତୀତ, ଏହି ଆସନ ଅଭ୍ୟାସ କରିବା ଦ୍ୱାରା ଜଣେ ବ୍ୟକ୍ତିର ଉଚ୍ଚତା ମଧ୍ୟ ଅତି ସହଜରେ ବଢିପାରେ । ପଶ୍ଚିମୋତ୍ତାନାସନକୁ ସଠିକ୍ ଭାବରେ ଅଭ୍ୟାସ କରିବାବେଳେ ପେଟର ମାଂସପେଶୀ ବିସ୍ତାର ହୋଇଯାଏ, ଯେଉଁ କାରଣରୁ ପେଟ ଏବଂ ଏହାର ଆଖପାଖ ଅଞ୍ଚଳରେ ଜମା ହୋଇଥିବା ଚର୍ବି ମଧ୍ୟ ଦୂର ହୋଇଯାଏ । ୪ର୍ଥରେ ହେଉଛି
ବୃକ୍ଷାସନ: ବୃକ୍ଷାସନ କରିବା ବେଳେ ନିଜ ମନ ଏବଂ ଶରୀରକୁ ଷ୍ଟ୍ରେଚିଂ ମାଧ୍ୟମରେ ସ୍ଥିର କରିବାକୁ ପଡେ । ଏହି ଆସନ ଗଣ୍ଠି ଏବଂ ହାଡକୁ ମଜବୁତ କରେ । ଉଚ୍ଚତା ବୃଦ୍ଧି ସମୟରେ ଶରୀରର ଅସ୍ଥି ଗଠନରେ ଦ୍ରୁତ ପରିବର୍ତ୍ତନ ଆସିଥାଏ, ଏହି ଆସନ ଏସବୁର ପୁନରୁଦ୍ଧାରରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ସବୁ ଆଶା ଯବୁାବସ୍ଥାରେ ପ୍ରତିଦିନ କଲେ ଉଚ୍ଚତା ବଢିବାର ଆଶଙ୍କା ରହିଛି । କେବଳ ଉଚ୍ଚତା ନୁହେଁ ସ୍ୱସ୍ଥା ପାଇଁ ମଧ୍ୟ ଅତ୍ୟନ୍ତ ଉତ୍ତମ ଅଟେ ଏହିସବୁ ଆସନ । ଆପଣଙ୍କୁ ଫିଟ୍ ଏବଂ ସତେଜ ରଖିବ ।