ରାଜନୀତି

ପୁଣି ଦିନିକିଆ ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା – Kalinga News

[ad_1]

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ୫ ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି। ଏନେଇ ବିଜେପି ଉପ ସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଭୁବନେଶ୍ବରରେ ଦଳର ତୁଙ୍ଗ ନେତାମାନଙ୍କ ସହ ନିର୍ବାଚନ ପ୍ରଚାର ନେଇ ଆଲୋଚନା କରିବେ। ଏହାଛଡ଼ା ତାଙ୍କର କଟକରେ ମଧ୍ୟ ଏକ କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି।

ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏପ୍ରିଲ ୨୮ ତାରିଖରେ ଓଡିଶା ଆସି ହାଇ ଭୋଲ୍ଟେଜ ପ୍ରଚାର କରିଥିଲେ।ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ବିବେକବିହାରରେ ବିଜେପିର ‘ବିଜୟ ସଂକଳ୍ପ’ ସମାବେଶରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗଦେଇ ରାଜ୍ୟ ସରକାରକୁ ସିଧାସଳଖ ଟାର୍ଗେଟ କରିଥିଲେ। ଶ୍ରୀ ନଡ୍ଡା କହିଥିଲେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇ ବ୍ରହ୍ମପୁର ଲୋକସଭା ଓ ଏହା ଅଧୀନରେ ରହିଥିବା ୭ଟି ବିଧାନସଭାର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ସ୍ବପ୍ନକୁ ପୂରଣ କରିବା ପାଇଁ ନିର୍ବାଚନରେ ସମସ୍ତେ ଭାଗ ନେବାକୁ ହେବ। ମୋଦୀ ସରକାରଙ୍କ ଅମଳରେ ଯାହା ସବୁ ବିକାଶ କାର୍ଯ୍ୟକ୍ରମ ଆଗେଇଛି ତାକୁ ଓଡ଼ିଶାରେ ବାଧା ଦିଆଯାଉଛି। ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ ନକରିବା ଏହାର ଏକ ଉଦାହାରଣ। ଓଡ଼ିଶାର ବିଜେଡି ସରକାରରେ ଦୁର୍ନୀତି ଚାଲିଛି। ଏଣୁ ଜନସାଧାରଣ ଏହାର କଡ଼ା ଜବାବ ଦିଅନ୍ତୁ। ୧୬୦ଟି ଚିଟ୍‌ଫଣ୍ଡ ସଂସ୍ଥା ଜନସାଧାରଣଙ୍କ ଠାରୁ ୩୨ହଜାର କୋଟି ଟଙ୍କା ଠକି ନେଇଛନ୍ତି। ବିଜେଡି ସରକାର କ’ଣ କରିଛନ୍ତି? ଏଭଳି ସରକାର କ୍ଷମତାରେ ରହିବା ଯୋଗ୍ୟ ନୁହେଁ। ବ୍ଲାକ୍‌ଲିଷ୍ଟ୍‌ ହୋଇଥିବା ଠିକାଦାରଙ୍କୁ ଜଳଜୀବନ ମିସନ୍‌ରେ କାମ ଦିଆଯାଉଛି। ଏହା ମଧ୍ୟ ଏକ ପ୍ରକାର ଦୁର୍ନୀତି। ବିଜେପି ସରକାର ଆସିଲେ ଏହି ସବୁ ଦୁର୍ନୀତି ବନ୍ଦ ହେବ ବୋଲି ଅଧ୍ୟକ୍ଷ ନଡ୍ଡା କହିଥିଲେ।

ସେ ଆହୁରି କହିଥିଲେ, ଓଡ଼ିଶାରେ କ’ଣ ନେତୃତ୍ବ ନେବା ପାଇଁ କେହି ଓଡ଼ିଆ ନାହାନ୍ତି। ବାହାରୁ ନେତା ଆଣିବେ କି? ଓଡ଼ିଶାରେ ନବୀନ ବାବୁଙ୍କ ନେତୃତ୍ବରେ ଏଭଳି ପ୍ରୟାସ ଚାଲିଛି। ଯାହାକି ବର୍ତ୍ତମାନ ଚିନ୍ତାର ବିଷୟ ହୋଇଛି। ଏଥିପ୍ରତି ସତର୍କ ରହନ୍ତୁ। ଆସନ୍ତା ୧୩ତାରିଖରେ ଭୋଟ୍‌ ଦିନ ଜନସାଧାରଣ ବିଜେଡିକୁ ଜବାବ ଦିଅନ୍ତୁ। ନବୀନ ବାବୁଙ୍କ ସରକାରଙ୍କୁ ହଟାଇ ନିର୍ବାଚନରେ ବିଜେପିକୁ ବିଜୟ କରାନ୍ତୁ। ନିଜ ମାଟିର ନେତାଙ୍କ ହାତରେ ରାଜ୍ୟର ଶାସନଭାର ଦିଅନ୍ତୁ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button