ସ୍ୱାସ୍ଥ୍ୟ

କିସମିସ୍‌ ଡାଏଟ୍‌ରେ ସାମିଲ କରି ପାଆନ୍ତୁ ଫାଇଦା

ଜିକାଲି ବ୍ୟସ୍ତବହୁଳ ଜୀବନରେ ଯୁବ ଗୋଷ୍ଠୀ ବହୁ କାମ ଚାପରେ ରହୁଛନ୍ତି। ସେଥିପାଇଁ ସେମାନେ ଖୁବ୍ ଶୀଘ୍ର ଥକାପଣ ଅନୁଭବ କରୁଥିବା ବେଳେ ସେମାନଙ୍କ ଶରୀରରୁ ଏନର୍ଜୀ ବି କମି ଯାଇଥାଏ।

କିନ୍ତୁ ଦୀର୍ଘ ସମୟ ଧରି ଏପରି ସମସ୍ୟା ଲାଗି ରହିଲେ ଆପଣ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ତେଣୁ ଏପରି ସମସ୍ୟାର ମୁକାବିଲା ନିମନ୍ତେ ନିଜ ଡାଏଟରେ ସାମିଲ କରନ୍ତୁ କିସମିସ୍ ।

ଏହା ଦେଖିବାକୁ ଛୋଟ ହେଲେ ଏହା ଏନର୍ଜୀର ପାୱାର ହାଉସ୍ ।

ଛୋଟ ଆକାରରେ ହୋଇଥିଲେ ବି ଏଥିରେ ଭରପୂର ମାତ୍ରାରେ ଏନର୍ଜୀ, ଭିଟାମିନ୍ ଓ ମିନେରାଲ୍ସ ରହିଥାଏ। ଏଥିରେ ଥିବା ଫାବର ପାଚକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଫଳରେ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଆପଣଙ୍କ ପାଚନ ତନ୍ତ୍ର ଠିକ୍ ରହିଲେ ଆପଣ ବହୁ ରୋଗରୁ ମୁକ୍ତି ପାଇପାରିବେ।

କିସମିସ୍ରେ ଥିବା ଟାର୍ଟରିକ ଏସିଡ ଶରୀରରେ ଗୁଡ ବ୍ୟାକ୍ଟେରିଆ ଉତ୍ପନ କରିଥାଏ। ଏହା ପାଚନ ପ୍ରକ୍ରିୟାକୁ ଖୁବ୍ ଭଲ ଭାବେ ପରିଚାଳିତ କରିଥାଏ।

ଏଥିରେ ବୋରାଁନ ନାମକ ମିନେରେଲ୍ସ ବି ଅଛି। ଏହା ଆଣ୍ଠୁ ଗଣ୍ଠି ଓ ହାଡ଼ରେ ହେଉଥିବା ଯନ୍ତ୍ରଣାରୁ ଉପଶମ ଦେଇଥାଏ। ଏଥିସହ ଶରୀରରେ କୌଣସି ସ୍ଥାନ କ୍ଷତାକ୍ତ ହୋଇଥିଲେ ଏହା ତାହାକୁ ତୁରନ୍ତ ଭଲ ହେବାରେ ସହାୟକ ହୋଇଥାଏ।

ଏଥିସହ ସବୁ ଦିନ ରାତିରେ କିଛି କିସମିସ୍କୁ ପାଣିରେ ବତୁରାଇ ଦିଅନ୍ତୁ। ସକାଳେ ଏହାର ପାଣି ପିଇବା ସହ ଏହାକୁ ଖାଇଦିଅନ୍ତୁ। ସବୁଦିନ ଏପରି କରିବା ଦ୍ୱାରା ଆପଣଙ୍କ ଚେହେରା ଚମକି ଉଠିବ ଓ ମୁହଁରେ ଭାଙ୍ଗ ପଡ଼ିବନି କି ବୟସାଧିକ ଛାପ ଦେଖାଯିବନି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button