ଦେଶ- ବିଦେଶ

କେରଳ ଭୂସ୍ଖଳନ ; ମୃତ ପରିବାରଙ୍କୁ ୨ ଲକ୍ଷ, ଆହତଙ୍କୁ ୫୦ ହଜାର ଟଙ୍କା

ପ୍ରବଳ ବର୍ଷା ମଧ୍ୟରେ ଚାରି ଘଣ୍ଟା ମଧ୍ୟରେ କେରଳର ୱାୟାନାଡ ଜିଲ୍ଲାରେ ତିନିଟି ଭୂସ୍ଖଳନ ଘଟିବା ପରେ ଅତି କମରେ ୪୭ ଜଣଙ୍କରୁ ଅଧିକ ମୃତ୍ୟୁ ଘଟିଛି। ଏଥିସହିତ ଶହ ଶହ ଲୋକ ଫସି ରହିଥିବାର ଆଶଙ୍କା ରହିଛି। ଏନ୍‌ଡିଆର୍‌ଏଫ୍‌ ସମେତ ଏକାଧିକ ଏଜେନ୍ସି ମେପାଡି ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ସହ ଏ ସଂକ୍ରାନ୍ତରେ କଥା ହୋଇଛନ୍ତି ଏବଂ ଏଲ୍‌ଡିଏଫ୍‌ ସରକାରଙ୍କୁ ସମସ୍ତ ସାହାଯ୍ୟ କରିବେ ବୋଲି ନିଶ୍ଚିତ କରିଛନ୍ତି। ଏଥିସହ ଦଳର କର୍ମୀମାନେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ  ବିଜେପି ମୁଖ୍ୟ ଜେପି ନାଡାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କହିଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେପିର ଏକମାତ୍ର କେରଳ ସାଂସଦ କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି।

“ୱାୟାନାଡ଼ର କିଛି ଅଂଶରେ ଭୂସ୍ଖଳନ ହେତୁ ମୁଁ ବିବ୍ରତ। ମୋର ସମବେଦନା ସେହି ସମସ୍ତଙ୍କ ସହ ଅଛି ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ଏବଂ ଆହତଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ବର୍ତ୍ତମାନ ପ୍ରଭାବିତ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ସେଠାରେ ଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରର ସମ୍ଭାବ୍ୟ ସହାୟତା ଯୋଗାଇ ଦିଅଯିବ’’ ବୋଲି ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ଆହତମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button