ମ୍ୟାରେଜ୍ ପରେ ସୋନାକ୍ଷୀ ସିହ୍ନା କଲେ ପ୍ରଥମ ରାମ୍ପ ଓ୍ଵାକ୍, ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ବାର୍ବୀ ଲୁକ୍
ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଆଜିକାଲି ତାଙ୍କ ପ୍ରଫେସନ୍ନାଲ ଏବଂ ପର୍ସନାଲ ଲାଇଫ୍କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତିି । ଜହିର ଇକବାଲଙ୍କ ସହ ବିବାହ ପରେ ଅଭିନେତ୍ରୀଙ୍କ ପ୍ରଥମ ରାମ୍ପ ଓ୍ଵାକ୍ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଲୁକ୍ ଭାଇରାଲ ହେବାରେ ଲାଗିଛି ।
ତେବେ ସୋନାକ୍ଷୀ ତାଙ୍କ ଷ୍ଟାଇଲ୍ରେ ରାମ୍ପରେ ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ରାମ୍ପରେ ଏକ ଭିନ୍ନ ଷ୍ଟାଇଲ୍ରେ ଓ୍ଵାକ୍ କୁଥିବାର ଦେଖିବାକୁ ମିଳିଛି ।
ଜହିର ଇକବାଲଙ୍କୁ ବିବାହ କରିବା ପରେ ସୋନାକ୍ଷୀ ସିହ୍ନା ପ୍ରଥମ ଥର ପାଇଁ ରାମ୍ପରେ ଓ୍ଵାକ୍ କରୁଥିବାର ନଜର ଆସିଛିନ୍ତି । ତାଙ୍କ ରାମ୍ପ ଓ୍ଵାକ୍ର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କର ଏକ ଭିନ୍ନ ଷ୍ଟାଇଲ ଦେଖିବାକୁ ମିଳିଛି । ସୋନାକ୍ଷୀ ସିହ୍ନା ରାମ୍ପ ଓ୍ଵାକ୍ ପାଇଁ ଏକ ପିଙ୍କ୍ କଲର ଗାଉନ୍ ପିନ୍ଧିଥିଲେ । ଏହି ପିଙ୍କ ଗାଉନରେ ଅଭିନେତ୍ରୀ ବାର୍ବୀ ପରି ଦେଖାଯାଉଛନ୍ତି । ସୋନାକ୍ଷୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯେତେବେଳେ ସେ କାର୍ଡିଗାନ୍ସଙ୍କ ଗୀତ ‘ଲଭଫୁଲ’ରେ ଡ୍ୟାନ୍ସ କରିଥିଲେ ।
ଏହି ପରେ ସୋନାକ୍ଷୀ ମଧ୍ୟ ତାଙ୍କ ବିବାହ ବିଷୟରେ ମଧ୍ୟ କହିଥିଲେ । ଯେପରି ସେ ଏହି ଓ୍ଵାକ୍ କରୁଛନ୍ତି, ତାଙ୍କୁ ତାଙ୍କ ବିବାହର ଓ୍ଵାକ୍ ପରି ମନେ ହୋଇଥିଲା । ସେ ଏପରି ମଧ୍ୟ କହିଛନ୍ତି, ସତ କହିବାକୁ ଗଲେ, ମୁଁ ମୋର ବିବାହିତ ଜୀବନକୁ ବହୁତ ଉପଭୋଗ କରୁଛି ଏବଂ ବିବାହ ପରେ ମଧ୍ୟ କାମ କରିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଛି । ମୁଁ ଯାହାବି କରେ, ମୁଁ ମୋ ପରିବାରର ସମର୍ଥନ ପାଇଥାଏ ଏବଂ ମୁଁ ଖୁସି ଅଛି । ତେଣୁ ମୁଁ ଭାବୁଛି ଅନେକ ଥର ଆମେ ସଠିକ୍ ନିଷ୍ପତ୍ତି ନେଇଥାଉ । ତେବେ ଏହା ବ୍ୟତୀତ ସୋନାକ୍ଷୀ ଆହୁରି ଅନେକ ପ୍ରକାରର କଥା କହିଥିଲେ ।
ସୋନାକ୍ଷୀଙ୍କ ଓ୍ଵାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ତାଙ୍କୁ ଆଦିତ୍ୟ ସରପୋଟଦାରଙ୍କ ନିର୍ଦ୍ଦେଶିତ ହରର-କମେଡି ଫିଲ୍ମ ‘କାକୁଡ’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏହା ଜୁଲାଇରେ ୧୨ରେ ZEE5 ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରିତେଶ ଦେଶମୁଖ ଏବଂ ସାକିବ ସଲିମ ମଧ୍ୟ ନଜର ଆସିଛନ୍ତି । କିନ୍ତୁ ସୋନାକ୍ଷୀ ବର୍ତ୍ତମାନ ତାଙ୍କ ମ୍ୟାରେଜ୍ ଲାଇଫ୍କୁ ଉପଭୋଗ କରୁଛନ୍ତି ।