ରାଜ୍ୟ

କନ୍ଧମାଳରେ ରାସ୍ତା ଉପରେ ଚାଲୁଛି ୮ରୁ ୧୦ଫୁଟ ପାଣି, ୨୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ନ୍ଧମାଳ :କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି । ଲଗାଣ ବର୍ଷା ଫଳରେ ୨୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳରେ ମଧ୍ୟ ଲଗାଣ ବର୍ଷା ଜାରି ରହିଛି । ବର୍ଷା ପାଇଁ ବିଭିନ୍ନ ନଦୀର ଜଳସ୍ତର ବଢୁଛି । ଫିରିଙ୍ଗିଆ ବ୍ଲକର ମାଳିଜିରୁ ଓ ସୁନାମୁଦି ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ଫଳରେ ଗୋଚ୍ଛାପଡା ଠାରୁ ସଲାଗୁଡା ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ୮ରୁ ୧୦ ଫୁଟ ପାଣି ପ୍ରବାହିତ ହେଉଛି । ୨୦ରୁ ୨୫ଗାଁକୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button