କର୍କଟରେ ଆକ୍ରାନ୍ତ ହେବା ପରେ ହିନା ହାତରୁ ଚାଲିଯାଉଛି କାମ

ଟେଲି ଅଭିନେତ୍ରୀ ହିନା ଖାନ କିଛି ଦିନ ତଳେ ତାଙ୍କୁ ସ୍ତନ କର୍କଟ ହୋଇଛି ବୋଲି ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ ଜରିଆରେ ପ୍ରକାଶ କରିଥିଲେ। ସେ କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି ଏବଂ ଏବେ ଏହାର ଚିକିତ୍ସା କରାଯାଉଛି ବୋଲି ନିଜ ଇନ୍ଷ୍ଟାଗ୍ରାମ୍ରେ ଜଣାଇଥିଲେ ହିନା। ନିଜ ସହ ଜଡ଼ିତ ଏହି ଅପଡେଟ ଦେବା ପରେ ତାଙ୍କ ପୋଷ୍ଟରେ ଅନେକ କଳାକାର କମେଣ୍ଟ କରି ଦୃଢ଼ ରହିବାକୁ କହିଥିବା ଦେଖାଯାଇଥିଲା। ଏହା ପରେ ହିନା ନିଜ କେଶ କାଟିଥିବା ଭିଡିଓ ମଧ୍ୟ ସେୟାର କରିଥିଲେ। ଏହି ସମୟରେ ତାଙ୍କ ହସ ପଛରେ ଆଖିରେ ଥିବା ଦୁଃଖ ସ୍ପଷ୍ଟ ଦେଖାଯାଉଥିଲା।
ଏବେ କର୍କଟରେ ଆକ୍ରାନ୍ତ ଥିବା ନେଇ ଘୋଷଣା କରିବା ପରେ ହିନାଙ୍କ ହାତରୁ କାମ ଚାଲିଯାଉଥିବା ଜଣାପଡ଼ିଛି। ପୂର୍ବରୁ ସେ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ୍ ହେବାକୁ ଥିବା କୋର୍ଟରୁମ ଡ୍ରାମା ରାପଚିକ୍ ରୀତାରେ ନଜର ଆସିବେ ବୋଲି ଜଣାପଡ଼ିଥିଲା। ଏବେ ଖବର ମିଳିଛି ଯେ, କର୍କଟରେ ଆକ୍ରାନ୍ତ ହେବା ପରେ ତାଙ୍କ ହାତରୁ ଏହି କାମ ଚାଲିଯାଇଛି। ଏବେ ତାଙ୍କ ସ୍ଥାନରେ ଅଭିନେତ୍ରୀ ଅଦା ଶର୍ମାଙ୍କୁ କାଷ୍ଟ କରାଯାଇଥିବା କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ ଅଦା ଶର୍ମା ଓ ନିର୍ମାତା ଏହାକୁ ନେଇ କୌଣସି ସ୍ପଷ୍ଟିକରଣ ଦେଇନାହାନ୍ତି।