ଦେଶ- ବିଦେଶ

NEET-PG ପାଇଁ ଘୋଷଣା ହେଲା ତାରିଖ, ୨ଟି ସିଫ୍ଟରେ ହେବ ପରୀକ୍ଷା


ନେସ୍‌ନାଲ୍‌ ବୋର୍ଡ ଅଫ୍‌ ଏକ୍‌ଜାମିନେସନ୍‌ ଇନ୍‌ ମେଡିକାଲ୍‌ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ଟିନ୍‌ ପିଜିର ନୂଆ ପରୀକ୍ଷା ତାରିଖ ଘୋଷଣା କରିଦେଇଛି। ଏହି ପରୀକ୍ଷା ଆଗାମୀ ଅଗଷ୍ଟ ୧୧ ତାରିଖରେ ଆୟୋଜିତ ହେବ। ପରୀକ୍ଷା ୨ଟି ସିଫ୍‌ଟରେ ହେବ। ଏସ୍‌ଓପି ଏବଂ ପ୍ରୋ‌ଠକଲ୍‌ର ସମୀକ୍ଷା ପରେ ଟିନ୍‌ ପିଜି ପରୀକ୍ଷାର ନୂଆ ତାରିଖ ଘୋଷଣା ହୋଇଛି।

ପୋଷ୍ଟଗ୍ରାଜ୍ୟୁଏଟ ମେଡିକାଲ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ ବୋଲି ନ୍ୟାଶନାଲ ବୋର୍ଡ ଅଫ ଏକଜାମିନେସନ୍ସ (ଏନବିଇ) ପକ୍ଷରୁ ଘୋଷଣା କରାଯାଇଛି।

ନିଟ୍‌ର ୟୁଜି ପରୀକ୍ଷାରେ ଅନିୟମିତତା ଯୋଗୁ ଜୁନ ୨୨ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌ ପିଜି ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଥିଲା। ଏହି ସମୟରେ କେନ୍ଦ୍ର ସରକାର କହିଥିଲେ ଯେ ପରବର୍ତ୍ତୀ ଅବସ୍ଥାରେ ତାରିଖ ଘୋଷଣା କରାଯିବ। ସେହି ଅନୁସାରେ ଏନବିଇ ଆଜି ପରୀକ୍ଷା ତାରିଖ ଘୋଷଣା କରାଯାଇଛି।

ଏନଟିଏ ପକ୍ଷରୁ ନିଟ୍‌ ୟୁଜି ପରୀକ୍ଷା କରାଯାଉଥିବା ବେଳେ ଏନବିଇ ଦୀର୍ଘ ୭ ବର୍ଷ ହେଲାଣି ନିଟ ପିଜି ପରୀକ୍ଷା ଆୟୋଜନ କରୁଛି। ନିଟ୍‌ ୟୁଜିକୁ ନେଇ ବିବାଦ ଦେଖାଯାଉଥିଲେ ହେଁ ପିଜି ପରୀକ୍ଷାରେ ଏଯାଏ କୌଣସି ପ୍ରକାରର ଅନିୟମିତତା ଅଭିଯୋଗ ଆସିନାହିଁ।

ବିଭିନ୍ନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ହେବାରୁ କିଛି ଦିନ ତଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନେ ସରକାରଙ୍କ ସାଇବର କ୍ରାଇମ ନିରୋଧ ସଂସ୍ଥା ସହ ଆଲୋଚନା କରିଥିଲେ। ଏହି ବୈଠକ ପରେ ନୂଆ ତାରିଖ ଘୋଷଣା କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button