ରାଜନୀତି

କଂଗ୍ରେସ-ବିଜେପି କର୍ମୀ ହାତାହାତି ଘଟଣା: ଆକ୍ରମଣକାରୀଙ୍କୁ ଗିରଫ ଲାଗି ପୁଲିସକୁ ୭୨ଘଣ୍ଟାର ମହଲତ – Kalinga News

[ad_1]

କଂଗ୍ରେସ ଭବନରେ ଏକାଠି ହେଲେ ବରିଷ୍ଠ ନେତା, କାର୍ଯ୍ୟାନୁଷ୍ଠାନ ନ ହେଲେ ସବୁ ଏସ୍‌ପି କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ବର: ସଂସଦରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ବୟାନକୁ ନେଇ ଗତକାଲି ବିଜେପି ଓ କଂଗ୍ରେସ କର୍ମୀ ହାତାହାତି ହୋଇଥିଲେ। ପରସ୍ପରକୁ ଗୋବର, ଟେକାପଥର, ଅଇଁଠା ଖାଦ୍ୟ ଫିଙ୍ଗିଥିଲେ। ମାଷ୍ଟରକ୍ୟାଣ୍ଟିନ୍‌ ଛକ ରଣକ୍ଷେତ୍ରରେ ପରିଣତ ହୋଇଯାଇଥିଲା। ଏଥିରେ ଉଭୟ ପକ୍ଷର ୭ଜଣ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆସନ୍ତା ୭୨ଘଣ୍ଟା ଭିତରେ ଆକ୍ରମଣକାରୀଙ୍କୁ ଗିରଫ କରା ନ ଗଲେ ରାଜ୍ୟବ୍ୟାପୀ କଂଗ୍ରେସ ଆନ୍ଦୋଳନ କରିବା ଲାଗି ଚେତାବନୀ ଦେଇଛି।

ଗତକାଲିର ଘଟଣାକୁ ନେଇ କଂଗ୍ରେସ ଭବନରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଏକ ବୈଠକ ଡକା ଯାଇଥିଲା। ଏଥିରେ ଦଳର ବରିଷ୍ଠ ନେତାମାନେ ଏକାଠି ହୋଇଥିଲେ। ବୈଠକ ପରେ ବିଧାୟକ ତାରାପ୍ରସାଦ ବାହିନୀପତି ଗଣମାଧ୍ୟମକୁ କହିଛନ୍ତି ଯେ ବିଜୁ ଜନତା ଦଳ ଯେମିତି ଅହଙ୍କାରରେ ଫାଟି ଯାଉଥିଲା, ଏବେ ବିଜେପି ସେମିତି ସରକାରକୁ ଆସିବା ପରେ ସେମିତି ଅହଙ୍କାରରେ ଫାଟି ଯାଉଛି। ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଯେଉଁଭଳି ଭାବେ ବିଜେପି କର୍ମୀ କଂଗ୍ରେସ କାର୍ଯ୍ୟାଳୟ ଉପରେ ଆକ୍ରମଣ କଲେ ତାହା ଆଦୌ ଗ୍ରହଣୀୟ ନୁହେଁ। ଏଥିରୁ ସ୍ପଷ୍ଟ ଯେ ବିଜେପି ସରକାର ଗଣତନ୍ତ୍ରକୁ ହତ୍ୟା କରୁଛି। ଯଦି ୩ ଦିନ ଭିତରେ ବିଜେପିର ଆକ୍ରମଣକାରୀଙ୍କୁ ଗିରଫ କରା ନ ଯାଏ ତାହେଲେ ସବୁ ଏସ୍‌ପି କାର୍ଯ୍ୟାଳଳୟ ଘେରାଉ କରାଯିବ। ଆବଶ୍ୟକ ପଡ଼ିଲେ ୨୦ ହଜାର ଯୁବ ଛାତ୍ର କଂଗ୍ରେସ କର୍ମକର୍ତ୍ତା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଶିବେ। କାର୍ଯ୍ୟାଳୟ ତାଲା ଭାଙ୍ଗିବୁ ଓ ପୁଲିସ କିଛି କରିପାରିବ ନାହିଁ। ପୁଲିସ ଗୁଳିରେ କେତେ ତାକତ୍‌ ଅଛି ଦେଖିବୁ ବୋଲି ଶ୍ରୀ ବାହିନୀପତି କହିଛନ୍ତି।

କଂଗ୍ରେସ ଭବନରେ ଏକାଠି ହେଲେ ବରିଷ୍ଠ ନେତା
କାର୍ଯ୍ୟାନୁଷ୍ଠାନ ନ ହେଲେ ସବୁ ଏସ୍‌ପି କାର୍ଯ୍ୟାଳୟ ଘେରାଉ
୨୦ହଜାର ଯୁବ ଛାତ୍ରଙ୍କ ସହ ବିଜେପି କାର୍ଯ୍ୟାଳୟରେ ପଶିବୁ: ତାରା

ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, କଂଗ୍ରେସ ହିଂସାକୁ ବିଶ୍ବାସ କରେନି। ଗତକାଲି ଯେଉଁ ଦୁର୍ଭାଗ୍ୟଜନକ ଘଟଣା ଘଟିଲା ତାହାକୁ ସାଧାରଣ ଲୋକ ବି ନିନ୍ଦା କରୁଛନ୍ତି। କଂଗ୍ରେସ ଭବନକୁ ଆକ୍ରମଣ କରିବା ଓ ଦଳର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କ ଫଟୋଚିତ୍ରକୁ ଗୋବର, ଚପଲ, ଢେଲା ମାଡ଼ କରାଯିବାକୁ ଦଳ ଗ୍ରହଣ କରିବ ନାହିଁ। ସବୁ ଜିଲ୍ଲାରେ ପ୍ରତିବାଦ ହେବ। ଆଗକୁ କଂଗ୍ରେସ ସବୁଠି ବିଜେପିକୁ ଏହାର ଜବାବ ଦେବ ବୋଲି ଶ୍ରୀ ଜେନା କହିଛନ୍ତି। ବିଧାୟକ ରମେଶ ଜେନା କହିଛନ୍ତି, ଦେଶ ସ୍ବାଧୀନ ହେବା ପରେ ଓଡ଼ିଶାରେ ପ୍ରଥମଥର ଲାଗି ବିଜେପି ସରକାର ଗଠନ କରିଛି। ସରକାରକୁ ଆସୁ ଆସୁ କଂଗ୍ରେସ ଭବନ ନୁହେଁ, ବିଭିନ୍ନ ଜାଗାରେ ବିଜେପି କର୍ମୀ ଦାଦାଗିରି ଆରମ୍ଭ କରିଛନ୍ତି। କଂଗ୍ରେସ ଦୁର୍ବଳ ନୁହେଁ। ସମ୍ମୁଖ ଲଢ଼େଇ ପାଇଁ କଂଗ୍ରେସ କେବେ ପଛଘୁଞ୍ଚା ଦେଇନାହିଁ। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, ୭୨ ଘଣ୍ଟାରେ ଆକ୍ସନ ମୋଡ୍‌କୁ ଆସିବ ଯୁବ ଓ ଛାତ୍ର କଂଗ୍ରେସ। ରାଜ୍ୟରେ ସରକାରକୁ ଆସିବା ପରେ ବିଜେପି ଯେଉଁଭଳି ହିଂସାତ୍ମକ ରାଜନୀତି ଆରମ୍ଭ କରିଛି ତାହାର ଉଦାହରଣ ଗତକାଲି ରାଜ୍ୟବାସୀ ଦେଖିଲେ। ଏ ନେଇ କଂଗ୍ରେସ ଏତଲା ଦେଇଛି। ବିଜେପି ଯଦି କ୍ଷମା ନ ମାଗେ କିମ୍ବା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତାହାଲେ ରାଜ୍ୟବ୍ୟାପୀ ଯୁବ ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ। ଡିସିପି ଓ ଏସ୍‌ପି କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯିବ। କଂଗ୍ରେସ ଚୁପ୍ ବସିବ ନାହିଁ ବୋଲି ୟାସିର କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button