ମନୋରଞ୍ଜନ

ରଣବୀର ଭାଙ୍ଗିଦେଲେ ବିଗ୍‌ବସ୍‌ର ୧୭ବର୍ଷର ରେକର୍ଡ: ଦର୍ଶକ ହେଲେ ଆଶ୍ଚର୍ଯ୍ୟ – Kalinga News

[ad_1]

ନୂଆଦିଲ୍ଲୀ: ନିକଟରେ ପ୍ରସାରିତ ହୋଇଥିବା ବିଗ୍‌ବସ୍‌ ଓଟିଟି ସିଜନ ୩ରେ ବଲିଉଡ ଅଭିନେତା ରଣବୀର ସୌରୀ  ନଜର ଆସିଛନ୍ତି। ‌ସୋ’ରେ ସେ ନିଜର ଖେଳ ଆରମ୍ଭ କରି ଦେଇଛନ୍ତି। ‌ଦର୍ଶକ ବି ତାଙ୍କ ଖେଳର ଅନ୍ଦାଜକୁ ବେଶ ପସନ୍ଦ କରୁଛନ୍ତି।

ନିକଟରେ ବିଗ୍‌ବସ୍‌ ଓଟିଟି ସିଜନ ୩ର କିଛି ଭିଡିଓ ସାମ୍ନାକୁ ଆସିଛି। ଏଥିମଧ୍ୟରୁ ଗୋଟିଏରେ  ରଣବୀର ସୌରୀଙ୍କୁ ସମସ୍ତଙ୍କ ସାମ୍ନାରେ ସୋ’ ଭିତରେ ସିଗାରେଟ ପିଉଥିବା ଦେଖିବାକୁ ମିଳିଛି। ଯାହାକୁ ଦେଖି ଦର୍ଶକ ଆଶ୍ଚର୍ଯ୍ୟ ଓ ନିରାଶ ହୋଇଯାଇଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି ରଣବୀର ସୌରୀ କ୍ୟାମେରା ସାମ୍ନାରେ ବସି ସୋଫା ଉପରେ ସିଗାରଟ ଟାଣୁଛନ୍ତି। ତାଙ୍କ ଡାହାଣପାର୍ଶ୍ବରେ ସାଇ କେତନ ବସିଥିବାର ବି ନଜର ଆସୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ବିଗବସ ବି ରଣବୀରଙ୍କୁ ଘର ଭିତରେ ସିଗାରେଟ ଟାଣିବାକୁ କୌଣସି ପ୍ରକାର ବାରଣ  କରି ନାହିଁ।

ପ୍ରକାଶିତ ରି‌ପୋର୍ଟ ମୁତାବକ ଯେବେଠାରୁ ଏହି ସୋ’ ଆରମ୍ଭ ହୋଇଛି ଘର ଭିତରେ ସିଗାରେଟ ଟାଣିବାର ନିୟମ ନଥିଲା। ‌ସିଗାରେଟ ଟାଣିବା ପାଇଁ ବଗିଚା ଭିତରେ ଏକ ସ୍ବତନ୍ତ୍ର କୋଠରି ତିଆରି ହୋଇଛି। ଯେଉଁ ପ୍ରତିଯୋଗୀଙ୍କୁ ସିଗାରେଟ ଟାଣିବାର ହୋଇଥାଏ ସେମାନେ ସେଠାକୁ ଯାଇ ସିଗାରେଟ ଟାଣି ଥାଆନ୍ତି। ଏହି ଘଟଣା ଦେଖି ଲାଗୁଛି ରଣବୀର ସୌରୀ ଘରେ ଭିତରେ ସିଗାରେଟ ଟାଣି ବିଗବସର ୧୭ବର୍ଷର ‌ରେକର୍ଡ ଭାଙ୍ଗି ଦେଇଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button