ରାଜ୍ୟ

ସ୍ୱାମୀ ଚାଲିଗଲା ପରେ ୩ ଝିଅଙ୍କୁ ପାଳିବି କେମିତି, କାନ୍ଦୁଛନ୍ତି ଭାଗ୍ୟବତୀ – Kalinga News

[ad_1]

ଭଦ୍ରକ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହୋଇଛନ୍ତି ମହିଳା ଜଣକ । ତାଙ୍କ ପାଖରେ ଠିଆ ହୋଇଛନ୍ତି ୩ ଝିଅ । ନିରୀହ ଚାହାଣୀରେ ଚାହିଁଛନ୍ତି ନିଷ୍ପାପ ଶିଶୁ ମା ପାଖରେ ଠିଆ ହୋଇଛନ୍ତି ସେ ଦୁଃଖ ଜଣାଇବାକୁ । ଯାହା ଶୁଣିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଗଡ଼ିଯିବ । ପରିବାର ପ୍ରତିପୋଷଣ ପାଇଁ ସୁଦୂର ତାମିଲନାଡୁକୁ ଯାଇ ଘରୋଇ କମ୍ପାନୀରେ ଦିନ ମଜୁରିଆ ଭାବେ କାମ କରୁଥିଲେ ଜଣେ ଯୁବକ । ସେଠାରେ ହଠାତ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ୩ ଝିଅଙ୍କ ମୁଣ୍ଡ ଉପରୁ ହାତ ଉଠିଯାଇଛି । ଏଭଳି ଦୁଃଖଦ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ନାନ୍ଦପୁର ପଞ୍ଚାୟତର ଭୂଇଁପୁର ଗାଁରେ ଦେଖିବାକୁ ମିଳିଛି ।

ତେବେ ଏହି ଗାଁର ମନ୍ମଥ ବିଶ୍ୱାଳ ନାମକ ଯୁବକ ୫ ରୁ ୬ ବର୍ଷ ଧରି ତାମିଲନାଡୁର ଏକ ସୁତା କଳରେ କାମ କରୁଥିଲେ । ସେଥିରୁ ଯେଉଁ ଦୁଇ ପଇସା ରୋଜଗାର ହେଉଥିଲା ସେଥିରେ ବେଶ୍‌ ଖୁସିରେ ଚଳୁଥିଲା ତାଙ୍କ ପରିବାର । ହେଲେ ଆଜକୁ ୪ ମାସ ପୂର୍ବରୁ ସେଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଫଳରେ ଦୁଃଖର କଳା ବାଦଲ ତାଙ୍କ ପରିବାର ଉପରେ ଘୋଟି ଆସିଲା । ତାଙ୍କ ପରିବାର କହିଲେ ସ୍ତ୍ରୀ ଭାଗ୍ୟବତୀ ଓ ୩ଟି ଝିଅ । ଜଣେ ୧୧ ବର୍ଷର ଆଉ ଜଣେ ୧୦ ବର୍ଷର ଓ ଅନ୍ୟ ଜଣେ ୮ ବର୍ଷର ଝିଅ । ଘର ଖଣ୍ଡିଏକୁ ଛାଡି ଦେଲେ ତାଙ୍କ ପାଖରେ କିଛି ନାହିଁ । ସ୍ୱାମୀ ଯାହା ରୋଜଗାର କରି ପଠାଉଥିଲେ ସେଥିରେ ତାଙ୍କ ପିଲାମାନେ ପାଠ ପଢିବା ସହିତ ପରିବାର ଦୁଃଖ କଷ୍ଟରେ ଚଳି ଯାଉଥିଲେ ।

ତେବେ ମନ୍ମଥଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ବେସାହାରା ହୋଇପଡିଛନ୍ତି ଭାଗ୍ୟବତୀ । ଆଉ ସବୁଠୁ ଦୁଃଖର କଥା ହେଉଛି ତାଙ୍କ ପାଖରେ କିଛି ବି ସରକାରୀ ସହାୟତା ନାହିଁ । ସେ ନିଜ ପିଲାମାନଙ୍କୁ ବଞ୍ଚାଇ ରଖିବା ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏଇ କୁନି କୁନି ପିଲାମାନେ କଣ ଖାଇ ବଞ୍ଚିବେ ଏବଂ ପିଲାମାନଙ୍କୁ କେମିତି ପାଠ ପଢ଼ାଇ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ି ତୋଳିବେ ସେହି ଚିନ୍ତାରେ ଭାଗ୍ୟବତୀ । ସବୁ ଦୁଃଖ କଷ୍ଟକୁ ଛାତି ତଳେ ଚାପି ରଖି ଭାଗ୍ୟବତୀ ଜିଲ୍ଲାପାଳଙ୍କୁ ମନର ବେଦନା ଜଣାଇବାକୁ ଧାଇଁ ଆସିଥିଲେ । ପରେ ଜିଲ୍ଲାପାଳ ତୁରନ୍ତ ବିଧବା ଭର୍ତ୍ତା ପାଇଁ ସାମାଜିକ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେବା ସହିତ ତାଙ୍କର ୩ ଝିଅଙ୍କ ଭବିଷ୍ୟତ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ନିର୍ଦ୍ଦେଶ ଦେଇଛନ୍ତି ।

The post ସ୍ୱାମୀ ଚାଲିଗଲା ପରେ ୩ ଝିଅଙ୍କୁ ପାଳିବି କେମିତି, କାନ୍ଦୁଛନ୍ତି ଭାଗ୍ୟବତୀ appeared first on KNews Odisha.

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button