ବିଶ୍ୱକପ ଜିତିବା ପରେ କାହିଁକି ପିଚ୍ର ମାଟି ଚାଟିଥିଲେ, ପ୍ରକାଶ କଲେ ରୋହିତ ଶର୍ମା – Kalinga News

[ad_1]
କୋଲକାତା: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏଥର ଟି-୨୦ବିଶ୍ୱକପ ଟାଇଟଲ ଜିତିଛି। ବାରବାଡୋସରେ ଦକ୍ଷିଣ ଆଫ୍ରିକା ସହିତ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା, ଯାହା ଟିମ୍ ଇଣ୍ଡିଆ ୭ ରନରେ ଜିତିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତକୁ ଚାମ୍ପିୟନ କରିବା ପରେ ଅଧିନାୟକ ରୋହିତ ଶର୍ମା ବାରବାଡୋସ ପିଚ୍ର ମାଟି ଚାଟି ଥିବାର ନଜର ଆସିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଏବେ ରୋହିତ ନିଜେ ଏ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।
ବିସିସିଆଇ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ରୋହିତ ଶର୍ମା କାହିଁକି ପିଚ୍ର ମାଟି ଚାଟିଥିଲେ ତାହା ବ୍ୟାଖ୍ୟା କରିଛନ୍ତି। ରୋହିତ କହିଛନ୍ତି ଯେ ଏଥିରେ ଲୁଚାଇବାକୁ କିଛି ନାହିଁ, ସବୁକିଛି ସମସ୍ତଙ୍କ ଆଗରେ ଅଛି। ମୁଁ କେବଳ ମୁହୂର୍ତ୍ତକୁ ଅନୁଭବ କରୁଥିଲି।
Rohit Sharma snapped eating granules of mud after T20 WC win. He couldn’t contain his happiness after India’s victory in the nail-biting final against SA & it was evident after he ate granules of soil from the Barbados pitch to show the respect & how much this means to him
pic.twitter.com/V6cPub2wzl
— Ashutosh Wagh (@AshutoshPWagh) June 30, 2024
ମୁଁ ଯେତେବେଳେ ପିଚ୍କୁ ଗଲି, ଦେଖିଲି ଏହି ପିଚ୍ ଆମକୁ ଟ୍ରଫି ଜିତାଇଛି ୟ। ମୁଁ ମୋ ଜୀବନରେ ଏହି ଭୂମି ଏବଂ ପିଚ୍ କେବେ ବି ଭୁଲି ପାରିବି ନାହିଁ। ତେଣୁ ମୁଁ ପିଚ୍ର କିଛି ଅଂଶ ମୋ ସହିତ ରଖିବାକୁ ଚାହୁଁଥିଲି ।
ଆଇସିସି ଟ୍ରଫି ପାଇଁ ଟିମ୍ ଇଣ୍ଡିଆକୁ ୧୭ ବର୍ଷ ଅପେକ୍ଷା କରିବାକୁ ପଡିଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ତିନିଟି ଆଇସିସି ଫାଇନାଲରେ ହାରି ଯାଇଥିଲା। ଏହା ପରେ ଟିମ୍ ଇଣ୍ଡିଆ କୋଟି କୋଟି ପ୍ରଶଂସକଙ୍କ ସ୍ୱପ୍ନକୁ ପୂରଣ କରିଛି।
𝙄𝙩 𝙝𝙖𝙨𝙣’𝙩 𝙨𝙪𝙣𝙠 𝙞𝙣 𝙮𝙚𝙩
The celebrations, the winning gesture and what it all means
Captain Rohit Sharma takes us through the surreal emotions after #TeamIndia‘s T20 World Cup Triumph
– By @Moulinparikh @ImRo45 | #T20WorldCup pic.twitter.com/oQbyD8rvij
— BCCI (@BCCI) July 2, 2024
ସମସ୍ତେ ଖୋଲାଖୋଲି ଭାବେ ଟ୍ରଫିର ବିଜୟ ଉତ୍ସବ ପାଳନ କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। କୌଣସି ଭାରତୀୟ ପ୍ରଶଂସକ ଏହି ମୁହୂର୍ତ୍ତକୁ ଭୁଲିଯିବାକୁ ଚାହାନ୍ତି ନାହିଁ ।
[ad_2]