ରାଜ୍ୟ
ଯୁବକ ଯୁବତୀ ଙ୍କୁ ଘେରିଲେ ଅସାମାଜିକ ଯୁବକ ଦଳ ଦେଖନ୍ତୁ କେମିତି ଜବରଦସ୍ତି କଲେ ଭିଡିଓ
ନମସ୍କାର ବନ୍ଧୁଗଣ। ବନ୍ଧୁଗାଁ ଆଗ କାଳରେ ପ୍ରେମ କଣ ଲୋକ ମାନେ ଜାଣି ନଥିଲେ ହେଲେ ବର୍ତ୍ତମାନ ଦୁନିଆ ବହୁତ ବଦଳି ଯାଇଛି। ଛୋଟ ଛୋଟ ଛୁଆ ମାନେ ପ୍ରେମ କରୁଛନ୍ତି ଏଣିକି ସେମାନେ ସ୍କୁଲରେ ପଢନ୍ତୁ କି କଲେଜରେ। କଲେଜ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି।
ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି। ବନ୍ଧଗଣ ଉପସ୍ଥିତ ଥିବା ଯୁବକ ଆଉ ଯୁବତୀଙ୍କୁ ଡରାଉଛନ୍ତି ଆଉ ଧମକାଉଛନ୍ତି। ଆଉ ବାଧ୍ୟ ହୋଇ ଯୁବକ ଜଣକ ଖସି ଯିବା ପାଇଁ ଟଙ୍କାବି ମାଗୁଛନ୍ତି।
ଯାହାକି ସେମାନଙ୍କୁ ୫୦୦୦ ଦାବି କରୁଛନ୍ତି ସେଠାରେ ଉପସ୍ଥିତ ଥିବା ସେହି ଗାଁ ପାଖର ପିଲା ମାନେ। ବନ୍ଧୁଗଣ ଡଗରା ବେଳା ଭୂମିରେ ପର୍ଯ୍ୟଟକଙ୍କୁ ହଇରାଣ କରୁଛନ୍ତି ସ୍ଥାନୀୟ ଲୋକ ମାନେ। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି।
ତେବେ ଅନେକ ଦୂରଦୁରନ୍ତାରୁ ପର୍ଯ୍ୟଟନ ସ୍ଥଳୀର ମଜା ନେବା ସହିତ ସବୁଜ ଝାଉଁ ବଣର ଫଟୋ ଉଠେଇବା ପାଇଁ ଏହି ଯୁବକ ଯୁବତୀ ଚାଲି ଆସିଥିଲେ କିଛି ଦୂରକୁ। ଆଉ ଏହି ସମୟରେ ହାବୁଡ଼ରେ ପଡ଼ିଥିଲେ କିଛି ଅସାମାଜିକ ଲୋକ।
ପୁଅ ଝିଅ ଫଟୋ ଉଠେଇବା ଏକ ସୁଯୋଗ ବାଛି ନେଇ ସେମାନଙ୍କ ଫଟୋ ଉଠେଇ ଭାଇରାଲ କରିବାର ଧମକ ଦେଇ ତାଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଡଗରା ବେଳାଭୂମି ରେ ମିଳିଛି।
ସେଦିନ ବାଲେଶ୍ଵର ରୁ ଡଗରା ବେଳାଭୂମି ମଜା ନେବା ପାଇଁ ଏହି ଝିଅ ଜଣକ ନିଜର ପୁଅ ସାଥୀ ସହିତ ଆସିଥିଲେ। ଏହାପରେ ଝାଉଁ ଜଙ୍ଗଲରେ ଫଟୋ ଉଠେଇଲା ବେଳେ ସ୍ଥାନୀୟ କିଛି ଲୋକ ସେମାନଙ୍କୁ ଘେରିବା ବେଳେ ତାଙ୍କ ଭିଡିଓ କରି ଦେଇଥିଲେ।
ତେବେ ସ୍ଥାନୀୟ ଲୋକ ମାନେ ସେମାନଙ୍କଠୁ ୬ ହଜାର ଟଙ୍କା ଦାବି କରିଥିବା ବେଳେ ଯୁବକ ଜଣକ ନିବେଦନ କରି ସେମାନଙ୍କୁ ୧୦୦୦ ଟଙ୍କା ଦେଇ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ରେକଡ୍ କରିଥିବା ଭିଡିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।
ତେବେ ସ୍ଥାନୀୟ ପ୍ରଶାସନ ଏଭଳି ବ୍ଲାକମେଲ୍ ପ୍ରଥାକୁ ଆଗାମୀ ଦିନରେ ନ ରୋକନ୍ତୁ ତେବେ ଡଗରା ବେଳାଭୂମି ରେ ଅନେକ ଯୁବକ ଯୁବତୀ ଆସିବାକୁ ନିଶ୍ଚିତ ଭୟ କରିବେ। ତେବେ ଦେଖିବାକୁ ବାକି ରହିଲା ସ୍ଥାନୀୟ ପୋଲିସ ପ୍ରଶାସନ କେଉଁ ପଦକ୍ଷେପ ନେଉଛନ୍ତି ଆଉ ଏମାନଙ୍କୁ କେତେ କଠିନ ସାସ୍ଥି ଦେବେ।v