ଖେଳ ଖବର

ମହିଳା କ୍ରିକେଟ୍‌ରେ ନୂଆ କୀର୍ତ୍ତିମାନ: ଦକ୍ଷିଣ ଆଫ୍ରିକାକୁ ୧୦ ୱିକେଟ୍‌ରେ ହରାଇଲା ଭାରତ – Kalinga News

[ad_1]

ସ୍ମୃତି ମନ୍ଧାନା-ଶେଫାଳି ବର୍ମାଙ୍କ ସର୍ବୋଚ୍ଚ ପ୍ରଥମ ୱିକେଟ୍ ଭାଗୀଦାରି (୨୯୨) ଗୋଟିଏ ପାଳିରେ ଶେଫାଳି ବର୍ମା ମାରିଲେ ସର୍ବାଧିକ ଛକା (୮)

ଚେନ୍ନାଇ: ଫଲୋଅନ୍ ପରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଜୋର୍‌ଦାର ଲଢ଼େଇ କଲା। ‌‌‌ଶେଷ ଦିନର ଅନ୍ତିମ ଅଧିବେଶନ ପର୍ଯ୍ୟନ୍ତ ମ୍ୟାଚ୍‌କୁ ଭିଡ଼ିନେଲା। ହେଲେ ଭାରତୀୟ ଖେଳାଳି ନିଜ ଭାବନା ଉପରେ ନିୟନ୍ତ୍ରଣ ରଖି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଧାର୍ଯ୍ୟ କରିଥିବା ମାତ୍ର ୩୭ ରନ୍‌ର ବିଜୟ ଲକ୍ଷ୍ୟକୁ ବିନା କ୍ଷତିରେ ହାସଲ କରି ଚେନ୍ନାଇ ଟେଷ୍ଟ୍‌କୁ ୧୦ ୱିକେଟ୍‌ରେ ଜିତିଛନ୍ତି। ଫଳରେ ଗୋଟିଏ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଭାରତ ୧-୦ରେ ଜିତିନେଲା। ସେହିଭଳି ଗତ ୭ମାସ ଭିତରେ ଭିନ୍ନଭିନ୍ନ ଦଳ ବିପକ୍ଷରେ ଖେଳିଥିବା ତିନିଟି ଯାକ ଟେଷ୍ଟ୍ ଜିତି ହ୍ୟାଟ୍ରିକ୍ ବିଜୟର ମାଇଲଖୁଣ୍ଟ ଛୁଇଁଲା ଭାରତ।

ଏହି ଟେଷ୍ଟ୍‌ରେ ବହୁ ବ୍ୟକ୍ତିଗତ ଓ ଦଳଗତ ରେକର୍ଡର ବର୍ଷା କରି ସଫଳତାର ନୂଆ ଫର୍ଦ୍ଦ ଯୋଡ଼ିଛି ଭାରତୀୟ ମହିଳା ଦଳ। ଓପନର ଶେଫାଳି ବର୍ମାଙ୍କ ଦ୍ବିଶତକ ଓ ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ୧୪୯ ରନ୍ ପରେ ସ୍ନେହ ରାଣାଙ୍କ ୧୦ ୱିକେଟ୍ ସଫଳତା ଭାରତକୁ ଏହି ସ୍ମରଣୀୟ ତଥା ଆଧିପତ୍ୟଭରା ବିଜୟ ଉପହାର ଦେଇଛି। ଶ୍ରେଷ୍ଠ ବ୍ୟକ୍ତିଗତ ବୋଲିଂ ଚିତ୍ର ସହ ପ୍ରଥମ ଥର ଗୋଟିଏ ଟେଷ୍ଟରେ ୧୦ ୱିକେଟ୍ ସଫଳତା ଲାଭ କରିଥିବା ସ୍ପିନର ସ୍ନେହା ରାଣା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ୧୯୭୬ ମସିହା ପରେ ଚେନ୍ନାଇକୁ ମହିଳା ଟେଷ୍ଟ୍ କ୍ରିକେଟ୍ ଫେରିଥିଲା ବେଳେ ଏହାକୁ ଜିତି ଭାରତୀୟ ମହିଳା ଦଳ ମଧ୍ୟ ୪୮ ବର୍ଷ ପ୍ରତୀକ୍ଷାର ସୁଖଦ ଅବସାନ ଘଟାଇଛି।

ସ୍ମୃତି ମନ୍ଧାନା-ଶେଫାଳି ବର୍ମାଙ୍କ ସର୍ବୋଚ୍ଚ ପ୍ରଥମ ୱିକେଟ୍ ଭାଗୀଦାରି (୨୯୨)
ଗୋଟିଏ ପାଳିରେ ଶେଫାଳି ବର୍ମା ମାରିଲେ ସର୍ବାଧିକ ଛକା (୮)
ଶେଫାଳିଙ୍କ ଗୋଟିଏ ପାଳିରେ ବାଉଣ୍ଡରିରୁ ସର୍ବାଧିକ ରନ୍ ରେକର୍ଡ (୧୪୦)
ମହିଳା କ୍ରିକେଟ୍‌ରେ ଭାରତର ଗୋଟିଏ ପାଳିରେ ସର୍ବୋ‌ଚ୍ଚ ଦଳଗତ ସ୍କୋର୍
ଶ୍ରେଷ୍ଠ ବ୍ୟକ୍ତିଗତ ବୋଲିଂ ଚିତ୍ର ସହ ସ୍ନେହା ରାଣା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ମହିଳା କ୍ରିକେଟ୍ ଇତିହାସର ସର୍ବୋଚ୍ଚ ଦଳଗତ ସ୍କୋର ସହ ୬୦୩/୭ରେ ପାଳି ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୨୬୬ ରନ୍‌ରେ ଅଲଆଉଟ୍ ହୋଇ ଫଲୋଅନ୍ ଡାକରା ପାଇଥିଲା। ସ୍ନେହା ୭୭ ରନ୍‌ରେ ୮ ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାର ବିପର୍ଯ୍ୟୟ ଘଟାଇଥିଲେ। ଦୀପ୍ତି ଶର୍ମାଙ୍କୁ ଅବଶିଷ୍ଟ ଦୁଇଟି ୱିକେଟ୍ ମିଳିଥିଲା। ୩୩୭ ରନ୍‌ର ଅଗ୍ରଣୀ ପାଇବା ପରେ ଭାରତ ପାଇଁ ପାଳି ବିଜୟର ଆଶା ସଂଚାର ‌ହୋଇଥିଲା।

ହେଲେ ଦକ୍ଷିଣ ଆଫ୍ରିକା ଓପନର ତଥା ଅଧିନାୟିକା ଲୋରା ୱଲଭାର୍ଟ (୧୨୨) ଓ ସୁନ ଲୁସ୍ (୧୦୯)ଙ୍କ ଶତକ ପରେ ମଧ୍ୟକ୍ରମ ବ୍ୟାଟର୍ ନାଦିନେ ଡି’ କ୍ଲାର୍କଙ୍କ ଲଢ଼ୁଆ ୬୧ ରନ୍ ପାଇଁ ଭାରତ ହାତରୁ ବିଜୟ ଖସି ଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ୨୩୨/୩ର ଓଭରନାଇଟ୍ ସ୍କୋର୍‌ରୁ ଖେଳ ଆରମ୍ଭ କରି ୱଲଡାର୍ଟ, ଲୁସ୍ ଓ କ୍ଲାର୍କଙ୍କ ପାଇଁ ସୋମବାର ଚା’ପାନ ବିରତି ପର ଯାଏଁ ମଧ୍ୟ ଲଢ଼େଇ ଜାରି ରଖିଥିଲେ। ତେବେ ଖେଳ ଶେଷ ହେବାର ମାତ୍ର ଘଣ୍ଟାକ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଶେଷ ୩ ୱିକେଟ୍ ନେଇ ତାକୁ ୩୭୩ ରନ୍‌ରେ ରୋକିବା ସହ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ ଭାରତୀୟ ବୋଲର। ତେବେ ପ୍ରତିକୂଳ ପରିବେଶରେ ଦକ୍ଷିଣ ଆଫ୍ରିକା ଉଭୟ ପାଳିକୁ ମିଶାଇ ୨୪୦ ଓଭର ପର୍ଯ୍ୟନ୍ତ ଲଢ଼ି ସମର୍ଥକଙ୍କ ହୃଦୟ ଜିତିଥିଲା। ଶେଫାଳି ଓ ଶୁଭ ସତୀଶ ଦ୍ରୁତ ବ୍ୟାଟିଂ କରି ୯.୨ ଓଭରରେ ଭାରତ ବିଜୟରେ ମୁଣ୍ଡି ମାରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button