ଖେଳ ଖବର

ମଡେଲ୍‌ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇଗଲେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା – Kalinga News

[ad_1]

ନୂଆଦିଲ୍ଲୀ: ଗୁଜରାଟ ମଡେଲ ତାନିଆ ସିଂହ ଆତ୍ମହତ୍ୟା ଘଟଣାରେ ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା । ଆଇପିଏଲ ଫ୍ରାଞ୍ଚାଇଜ୍ ସନରାଇଜର୍ସ ହାଇଦ୍ରାବାଦର ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କୁ ପଚରା-ଉଚରା ପାଇଁ ନୋଟିସ୍ ଜାରି କରିଛି ସୁରଟ ପୁଲିସ । ତାନିଆଙ୍କ ଆତ୍ମହତ୍ୟା ଘଟଣାର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ମୃତ୍ୟୁ ପୂର୍ବରୁ ସେ ଶେଷ ଫୋନ୍ କଲ ଅଭିଷେକଙ୍କୁ କରିଥିଲେ । ତାନିଆଙ୍କ କଲ ଡିଟେଲରୁ ଏହା ସ୍ପଷ୍ଟ ହୋଇଛି। କେବଳ ସେତିକି ନୁହେଁ ତାନିଆଙ୍କ ଫୋନରୁ ସୁରଟ ପୁଲିସଙ୍କୁ ଅଭିଷେକଙ୍କ ସହ ତାଙ୍କର ଫଟୋଗ୍ରାଫ୍ ଏବଂ ମେସେଜେ ମିଳିଛି ।

ରବିବାର ରାତିରେ ନିଜ ଘରେ ଆତ୍ମହତ୍ୟା କରିଥିଲେ ମଡେଲ୍ ତାନିଆ ସିଂହ । ରବିବାର ବିଳମ୍ବିତ ରାତିରେ ଘରକୁ ଫେରିଥିଲେ ତାନିଆ । ସୋମବାର ସକାଳୁ ପରିବାର ଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍ତବ୍ଧ ହୋଇ ଯାଇଥିଲେ । ପ୍ରେମ ପ୍ରସଙ୍ଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି । ଫ୍ୟାସନ୍ ଡିଜାଇନିଂର ଛାତ୍ରୀ ଥିଲେ ତାନିଆ । ତାଙ୍କ କଲ୍ ଡିଟେଲ ରେକର୍ଡରୁ ଜଣାପଡିଛି ବହୁ ବଡ ବଡ ଲୋକଙ୍କ ସମ୍ପର୍କରେ ସେ ଥିଲେ । ପୁଲିସ ସଭିଁଙ୍କୁ ତଦନ୍ତ ପରିସର ଭୁକ୍ତ କରିବ ବୋଲି ସ୍ପଷ୍ଟ କରିଛି । ତାନିଆଙ୍କ ଆତ୍ମହତ୍ୟା ଘଟଣା ପଛରେ ଅଭିଷେକ ଶର୍ମାଙ୍କ କୌଣସି ଭୂମିକା ରହିଛି କି ନାହିଁ ସେନେଇ ଅଧିକ ପଚରା ଉଚୁରା କରିବାକୁ ତାଙ୍କୁ ନୋଟିସ୍ କରିଛି ପୁଲିସ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button