ପିଲାଙ୍କ ସ୍ମରଣ ଶକ୍ତି ବଢେଇବାର ରାମବାଣ ଉପାୟ ! ସ୍ମରଣ ଶକ୍ତି ଏତେ ବଢିଯିବ କି କମ୍ପୁଟର ବି ଫେଲ ହୋଇଯିବ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଅନୁମାନ କରୁଥିବେ କିଛି ପିଲାଙ୍କର ସ୍ମରଣ ଶକ୍ତି ବହୁତ ଭଲ ଥାଏ ଯାହା ଫଳରେ ସେମାନଙ୍କର ସବୁ ପାଠ ଏବଂ ସବୁ କଥା ଖୁବ ଶୀଘ୍ର ମନେ ରହିଯାଏ । ଆଉ କିଛି ପିଲା ଥାନ୍ତି ସେମାନେ ଯେତେ କଷ୍ଟ କଲେ ମଧ୍ୟ ନା ତାଙ୍କର ପାଠ ମନେ ରହେ ନା କୌଣସି କଥା । ତେବେ ସ୍ମରଣ ଶକ୍ତିରେ ଦୁର୍ବଳ ଥିବା ପିଲାଙ୍କୁ ଆପଣ ଆମେ କହିବାକୁ ଯାଉଥିବା ଉପାୟଟିକୁ ବନାଇ ଖୁଆଇବା ଦ୍ଵାରା ତାଙ୍କ ସ୍ମରଣ ଶକ୍ତି ପ୍ରଖର ହେବାକୁ ଲାଗିଥାଏ ।
ସ୍ମରଣ ଶକ୍ତି ବଢାଇବା ନିମନ୍ତେ ଉପାୟ ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି ନଡିଆ, ପେସ୍ତା ବାଦାମ, ଅଖ୍ରୋଟ ଏବଂ ମିଶ୍ରି । ନଡିଆ ଆପଣଙ୍କ ପିଲାଙ୍କ ସ୍ମରଣ ଶକ୍ତିକୁ ବଢାଇବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଆପଣ ପାଖା ପାଖି ୨୦ ଗ୍ରାମ ମାତ୍ରାରେ ନଡିଆ ନିଅନ୍ତୁ ।
ଆପଣ ନେଇଥିବା ନଡିଆକୁ ପୁରା ଛୋଟ ଛୋଟ ଖଣ୍ଡ କରି କାଟିଦିଅନ୍ତୁ । ଦିତୀୟ ସାମଗ୍ରୀ ଭାବରେ ଆପଣ ୫ଟି ପେସ୍ତା ବାଦାମ ନିଅନ୍ତୁ । ଏବଂ ଏହାକୁ ମଧ୍ୟ ଆପଣ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାପରେ ଆପଣ ତୃତୀୟ ସମଗ୍ରୀ ଭାବରେ ଗୋଟିଏ ଅଖ୍ରୋଟ ନିଅନ୍ତୁ । ଅଖ୍ରୋଟକୁ ମଧ୍ୟ ଆପଣ ଛୋଟ ଛୋଟ ଖଣ୍ଡ କରି କାଟିଦିଅନ୍ତୁ । ଏବେ ଆପଣ ଏହି ୩ଟି ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।
ଏହାପରେ ଆପଣ ଏଥିରେ ସ୍ଵାଦ ଅନୁଯାୟୀ ମିଶ୍ରିକୁ ଗୁଣ୍ଡ କରି ମିଶାନ୍ତୁ । ଭଲ ଭାବରେ ଆଉ ଥରେ ସମସ୍ତ ସାମଗ୍ରୀକୁ ମିଶାଇ ଦିଅନ୍ତୁ । ଏବେ ଆପଣଙ୍କ ସ୍ମରଣ ଶକ୍ତି ବଢାଇବାର ଉପାୟ ପ୍ରସ୍ତୁତ । ଆପଣ ଏହାକୁ ଚୋବାଇ ଚୋବାଇ ଖାଇବା ଆବଶ୍ୟକ । ଏହାକୁ ଆପଣ ଚୋବାଇ ଖାଇ ସାରିବା ପରେ ଏକ ଗ୍ଳାସ କ୍ଷୀରର ସେବନ କରନ୍ତୁ ।
ଏହିଭଳି ପ୍ରକ୍ରିୟାରେ ଦିନର ଯେକୌଣସି ସମୟରେ ଆପଣ ଏହାର ସେବନ କରିପାରିବେ । ଆପଣ ଏହି ଉପାୟକୁ ଏହିଭଳି ଭାବରେ ପ୍ରତ୍ୟକ ଦିନ ପ୍ରସ୍ତୁତ କରି ଖୁଆଇବା ଦ୍ଵାରା ଆପଣଙ୍କ ପିଲାର ବୁଦ୍ଧି ବଢିଥାଏ । ସ୍ମରଣ ଶକ୍ତି ତୀକ୍ଷଣ ହୋଇଥାଏ । ବହୁତ ଶୀଘ୍ର ପାଠ ମନେ ରହିଥାଏ । ଏହି ଉପାୟ ଆପଣଙ୍କ ପିଲାର ବ୍ରେନକୁ ବହୁତ ଅଧିକ ଶକ୍ତି ଦେବାକୁ ଲାଗିବ ।
ନିଶ୍ଚୟ ଆପଣ ଏହାକୁ ଆପଣଙ୍କ ପିଲାକୁ ଖାଇବା ପାଇଁ ଦିଅନ୍ତୁ ଆଉ ନିଜ ପିଲାର ସ୍ମରଣ ଶକ୍ତି ବହୁତ ଶୀଘ୍ର ବଢିବାକୁ ଅନୁମାନ ମଧ୍ୟ ଆପଣ କରିପାରିବେ । କେବଳ ପିଲା ନୁହେଁ ଚାହିଁଲେ ଏହାକୁ ବଡ ଲୋକ ମାନେ ମଧ୍ୟ ଏହିଭଳି ଉପାଯରେ ସେବନ କରି ନିଜର ହଜିଯାଇଥିବା ସ୍ମରଣ ଶକ୍ତିକୁ ଫେରି ପାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର କରିବାକୁ ଜମା ବି ଭୁଲିବେନି ।