ସ୍ୱାସ୍ଥ୍ୟ

ଗର୍ଭଧାରଣ ପାଇଁ ସହବାସର ସଠିକ ସମୟ କଣ ?

ନମସ୍କାର ବନ୍ଧୁଗଣ , ବିବାହ ପରେ ପୁରୁଷ ଏବଂ ସ୍ତ୍ରୀ ପାଇଁ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ସହବାସ । ସହବାସ ସଠିକ ଭାବରେ ହୁଏ ତେବେ ତାହାରଙ୍କର ଜୀବନ ଚକ୍ର ମଧ୍ୟ ସଠିକ ଚାଲିଥାଏ । ଜଣେ ସ୍ତ୍ରୀ ବିବାହ ପରେ ପରେ ଗଭଧାରଣ କରିନଥାଏ । ଏହାର ଏକ ପଦ୍ଧତି ରହିଥାଏ ଏହାକୁ ଜାଣି ସହବାସ  କରିବା ଉଚିତ୍ । ସ୍ତ୍ରୀ ଗଭଧାରଣ କରି ସନ୍ତାନ କୁ ଜନ୍ମ ଦେବା ସଂସାର ର ପ୍ରାକୃତିକ ବିଷୟ ଅଟେ ।

ବିବାହ ପରେ ପ୍ରତେକ ସ୍ତ୍ରୀ ଚାହିଥାଏ  କି ସେ କିପରି ମା ‘ ହେବ ବୋଲି । କିନ୍ତୁ ଏହି ବିଷୟ ପାଇଁ ଆମକୁ  ପୂର୍ବରୁ ସମ୍ପୁର୍ଣ୍ଣ ଯୋଜନା  କରିବା ଉଚିତ୍ । ଅନେକ ସମୟରେ ଆମେ ସବୁ ଜିନିଷ ଠିକ ଭାବରେ କରିଥାଉ କିନ୍ତୁ ତା ପରେ ମଧ୍ୟ ଗର୍ଭଧାରଣ ହୋଇପାରେ ନାହିଁ । ସମସ୍ତେ କୁହନ୍ତି ଯେ ମୋର ମାସିକ ଋତୁସ୍ରାବ ଠିକ ହେଉଛି ପୁରୁଷଙ୍କ ଧାତୁ ମଧ୍ୟ ହେଉଛି କିନ୍ତୁ କେଉଁ ସମୟରେ ଯୌନିଙ୍ଗ କରିବା ଦରକାର ଯେ ଯାହା ଦ୍ଵାରା ଗର୍ଭଧାରଣ ହେବ ।

ଏହି ବିଷୟରେ ଆଜି ଜାଣିବା ଡାକ୍ତର କଣ କହୁଛନ୍ତୁ । ଡାକ୍ତରଙ୍କ ପ୍ରିୟଦର୍ଶିନୀ ତ୍ରିପାଠୀ  କହିବା ଅନୁସାରେ ଆମେ ଯେବେ ସହବାସ କରିଥାଉ ସେତେ ବେଳେ 25% ପ୍ରତିଶତ ସମ୍ଭାବନା ରହିଥାଏ ଗର୍ଭଧାରଣ କରିବାରେ । ଭାବିନିଅନ୍ତି ଆପଣଙ୍କର ମସିକା ଚକ୍ର ହେଉଛି ୨୮ ଦିନ ଯେଉଁ ଅଠେଇଶି ଦିନରୁ ତିରିଶ ଦିନ ମଧ୍ୟରୁ ଶେଷ ଚଉଦ ଦିନ ହେଉଛି ଆପଣଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ।

ଏହି ଚଉଦ ଦିନର ସମୟକୁ କହନ୍ତି ଲୁଟିୟାଲ ଫେସ । ଯଦି ଜଣେ ମହିଳାଙ୍କ ମାସିକ ଚକ୍ର ଠିକ ଅଛି ତିରିଶ ଦିନକୁ ଥରେ ତାଙ୍କ ଅଭାରିରୁ  ଅଣ୍ଡା ବାହାରୁଛି ସେଇଟା ତେର ରୁ ଚଉଦ ତାରିଖ ଭିତରେ ବାହାରିଥାଏ । ତେବେ ସେହି ଅଣ୍ଡାର ଗତି କଣ ଏହି ଅଭାରିରୁ ଯେଉଁ ଅଣ୍ଡା ବାହାରି ଥାଏ ତାହା କେବଳ ଚବିଶ ଘଣ୍ଟା ପାଇଁ ଗତି କରିଥାଏ ଏବଂ ଚବିଶ ଘଣ୍ଟା ପରେ ସେ ଅଣ୍ଡା ନଷ୍ଟ ହୋଇଯାଇଥାଏ ।

ତେଣୁ ଯଦି ଏହି ଚବିଶ ଘଣ୍ଟା ପୂର୍ବରୁ ସେ ସହବାସ କଲେ ଗର୍ଭଧରଣ କରିବାର ସମ୍ଭାବନା ରହିଥାଏ । ତେଣୁ ବାର, ତେର , ଚଉଦ ତାରିଖ ସମୟରେ ସହବାସ କରିଲେ ଗର୍ଭଧାରଣ କରିବା ସମ୍ଭାବନା ଅଧିକ ବଢିଯାଇଥାଏ । ଆପଣାକୁ ନିହାତି ଏହି ଚାରି ଦିନ ଯୌନିଙ୍ଗ ସମ୍ପର୍କ ରଖିବା ଉଚିତ୍ । ଯଦି ଆପଣ ଦେଖିଥାନ୍ତି ଯେ ଆପଣଙ୍କ ଋତୁସ୍ରାବ ହେଲାନି ତାହା ଘୁଞ୍ଚିଗଲା

ଅଠେଇଶି ଦିନ ପରେ ଆପଣଙ୍କ ଋତୁସ୍ରାବ ହେବାର ଥିଲା କିନ୍ତୁ ତାହା ହେଲାନି ତାହା ମାନେ ଏହା ନୁହେଁ ଯେ ଆପଣ ଗର୍ଭବତୀ  ମାତ୍ର ଏହାକୁ ସପ୍ତାହ ଜଗିବ ପରେ ଯାଇକି ଟେଷ୍ଟ କରିବେ ।ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button